Advertisment

ଏସ୍‌ପିଙ୍କ ମାଷ୍ଟର ପ୍ଲାନ୍‌ ! ସେକ୍ସ ରାକେଟର ପର୍ଦ୍ଦାଫାଶ କରିବାକୁ ନିଜେ ସାଜିଲେ ଗ୍ରାହକ

ତୁଳସୀ ଗେଷ୍ଟ ହାଉସରେ ଦେହ ବେପାର, ନିଜେ ରେଡ କରି ଧରିଲେ ଏସ୍‌ପି

author-image
Prangyan Parimita
ଅଦ୍ୟତନ ହୋଇଛି
Sex Racket

Special story

ରାତି ଯେତିକି ଯେତିକି ବଢୁଥିଲା, ଗେଷ୍ଟ ହାଉସରେ ସେତିକି ସେତିକି ତାତି ବଢୁଥିଲା । ଆଉ ଏ ଖବର ପଡିଥିଲା ଖୋଦ୍ ବ୍ରହ୍ମପୁର ଏସପିଙ୍କ କାନରେ । କେମିତି ଦେହଜୀବୀଙ୍କୁ ଧରାଯିବା ସହ ଏପରି ଅନୈତିକ କାର୍ଯ୍ୟକୁ ବନ୍ଦ କରାଯିବ ସେନେଇ ନିଜେ ମାଷ୍ଟର ପ୍ଲାନ୍ କରିଥିଲେ ଏସପି । ଖୋଦ୍ ନିଜେ ଗରାଖ ହୋଇ ଅଧ ରାତିରେ ପହଞ୍ଚିଲେ ଗେଷ୍ଟ ହାଉସରେ, ଆଉ ପହଞ୍ଚିବା ପରେ ୪ ଜଣଙ୍କୁ ଉଦ୍ଧାର କରିବା ସହିତ ୧୦ ଗ୍ରାହକଙ୍କୁ ଥାନାକୁ ନେଇଥିଲା ପୋଲିସ୍ ।

Advertisment

ବ୍ରହ୍ମପୁର ସହରର ଟାଟା ବେଞ୍ଜ ଛକ ଉପରେ ଥିବା ତୁଳସୀ ଗେଷ୍ଟ ହାଉସରେ ଚାଲିଥିଲା ସେକ୍ସ ରାକେଟ । ଏହି ଗେଷ୍ଟ ହାଉସର ତଳ ମହଲାରେ ବାଇକ୍ ଶୋ ରୁମ୍ ଚାଲିଥିବା ବେଳେ ଉପର ମହଲାରେ ଚାଲିଥିଲା ଖୁଲମଖୁଲା ଦେହ ବେପାର । ଆଉ ରାତି ହେଲେ କଥା ସରିଲା… ଏମିତି ଜାମ୍ ହେଉଥିଲା ଯେ ଯେମିତି ଯାତ୍ରା ହେଉଛି, ହେଲେ ରେଡ୍ ମାରିନଥିଲା ପୋଲିସ୍। କିନ୍ତୁ ତୁଳସୀ ଗେଷ୍ଟ ହାଉସ୍ ସେକ୍ସ ରାକେଟ୍ ସମ୍ପର୍କରେ ଏସପି ଶ୍ରବଣ ବିବେକ୍‌ ଏମ୍‌ ସବୁ ଜାଣିଥିଲେ।

ପ୍ଲାନ୍‌ ମୁତାବକ ସୋମବାର ରାତି ପ୍ରାୟ ୧୧ଟାରେ ଗ୍ରାହକ ଭାବେ ଗେଷ୍ଟ ହାଉସକୁ ଯାଇଥିଲେ ଏସପି। ସେଠାରେ ଦେହ ବେପାର ଚାଲିଥିବା ଦେଖି ନୂଆଗାଁ ଓ ବୈଦ୍ୟନାଥପୁର ଥାନାକୁ ଖବର ବି ଦେଇଥିଲେ। ପୁଲିସ ଟିମ୍‌ ଗେଷ୍ଟ ହାଉସରେ ଚଢ଼ାଉ କରି ୧୦ଜଣ ଗ୍ରାହକ ସହ ୪ଜଣ ରୁପଜୀବୀଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ଖୋଦ୍‌ ଏସ୍‌ପି ଗରାଖ ହୋଇ ଦେହଜୀବୀ ଓ ଗ୍ରାହକଙ୍କୁ ଧରିବା ପରେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି।

Advertisment

(ରିପୋର୍ଟ- ଜଗନ୍ନାଥ ସାହୁ, ବ୍ରହ୍ମପୁର)

Sex Racket
Advertisment
Advertisment