/odishatv-khabar/media/post_attachments/uploadimage/library/16_9/16_9_0/covid_1747720915.jpg)
covid
ଭାରତକୁ ପୁଣି ଫେରିଲା କୋଭିଡ ଭୟ। ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ ପରେଲରେ ଥିବା BMC ପରିଚାଳିତ KEM ହସ୍ପିଟାଲରେ ଏହି ଦୁଇଟି ମୃତ୍ୟୁ ମାମଲା ସାମ୍ନାକୁ ଆସିଛି। ୨ ମୃତକ ଗୁରୁତର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ସେମାନଙ୍କ ମୃତ୍ୟୁ ହୋଇଛି।
ଅଧିକ ପଢ଼ନ୍ତୁ: ସିଙ୍ଗାପୁର ଓ ହଂକଂରେ ବଢ଼ୁଛି କୋଭିଡ ସଂକ୍ରମଣ; ଚିନ୍ତାରେ ସାରା ଦେଶ
କୋଭିଡ ଟେଷ୍ଟରେ ଦୁଇ ଜଣ ପଜିଟିଭ ଆସିଥିଲେ ବୋଲି ହସ୍ପିଟାଲ ସୂତ୍ରରୁ ଜଣାପଡିଛି। ମୃତକଙ୍କ ମଧ୍ୟରୁ ଜଣେ ୫୯ ବର୍ଷୀୟ ମହିଳା, ଯିଏ କି କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ସେହିଭଳି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ମଧ୍ୟ ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ କୋଭିଡ ଜନିତ ବୋଲି ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରଯାଇନାହିଁ ।
ସୂଚନାଯୋଗ୍ୟ, ସିଙ୍ଗାପୁର ଏବଂ ହଂକଂରେ ବଢ଼ୁଛି କୋଭିଡ ସଂକ୍ରମଣ । ଯାହାକୁ ନେଇ ସାରା ଦେଶରେ ପୁଣି ଥରେ ଚିନ୍ତା ବଢିଛି।ହଂକଂ ଓ ସିଙ୍ଗାପୁରରେ କାହିଁକି ହଠାତ୍ ବଢ଼ିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ତାହା ଜଣାପଡିନାହିଁ । ହଂକଂସ୍ଥିତ ହେଲ୍ଥ ପ୍ରୋଟେକସନ୍ ସେଣ୍ଟରର କମୁନିକେବଲ୍ ଡିଜିଜ୍ ବ୍ରାଞ୍ଚର ମୁଖ୍ୟ ଆଲବର୍ଟ ଆଉ (Albert Au) କହିଛନ୍ତି, କୋଭିଡ -୧୯ କେସ୍ ସଂଖ୍ୟା ଏବେ ସହରରେ ବହୁତ ବଢ଼ିଯାଇଛି । ଗଳାରୁ ନମୂନା ନିଆଯାଇ କରାଯାଇଥିବା ପରୀକ୍ଷଣରୁ ଅଧିକାଂଶ ପଜିଟିଭ୍ ବାହାରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)