• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଅଘଟଣ । ସ୍ଥାନୀୟ ଖୁନି ନାଲାରେ ନିର୍ମାଣାଧିନ ଟନେଲ୍ ଭୁସୁଡ଼ି ପଡ଼ିଛି । ଫଳରେ ସେଠି କାମ କରୁଥିବା ୧୦ ଜଣ ଶ୍ରମିକ ମାଟି ଅତଡ଼ା ତଳେ ଫସି ରହିଛନ୍ତି । ଗତକାଲି ରାତିରୁ ରେସ୍କ୍ୟୁ ଅପରେସନ୍ ଚାଲିଛି । ରାମବନ୍ ଅଞ୍ଚଳରେ ଥିବା ଏହି ଟନେଲ୍ ଜାତୀୟ ରଜପଥକୁ ସଂପ୍ରସାରଣ ସହ ଜମ୍ମୁଠୁ ଶ୍ରୀନଗର ଯାତାୟତକୁ ସୁଗମ କରିବାକୁ ନିର୍ମାଣ କରାଯାଉଛି । ଗତକାଲି କାମ ଚାଲିଥିବା ବେଳେ ହଠାତ୍ ଏହା ଧସି ଯାଇଥିଲା ।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଟ୍ୱିଟ କରି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର କାମ ଚାଲିଛି। ସ୍ଥାନୀୟ ପ୍ରଶାସନ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପୂରା ସ୍ଥିତି ଉପରେ ନଜର ରଖିଛନ୍ତି। “ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାର ରାମବନ ଓ ରାମସୁ ଜାତୀୟ ରାଜପଥ ମଧ୍ୟରେ ତିଆରି ଚାଲିଥିବା ଗୋଟିଏ ନିର୍ମାଣଧୀନ ସୁଡ଼ଙ୍ଗ ଭୁଶୁଡ଼ିବା ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି।

ନିୟମିତ ଭାବେ ଜିଲ୍ଲାପାଳ ମୁସରତ ଇସଲାମଙ୍କ ସହ ଯୋଗାଯୋଗରେ ରହିଛନ୍ତି ମନ୍ତ୍ରୀ । ପ୍ରାୟ ୧୦ ଜଣ ଶ୍ରିମକ ଏବେ ମାଟି ତଳେ ଫସି ରହିଛନ୍ତି । ଅନ୍ୟ ୨ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।”

ଗୁରୁବାର ରାତିରେ ଖୋନି ନାଲାରେ ଥିବା ସୁଡ଼ଙ୍ଗର ସମ୍ମୁଖ ଭାଗର କିଛି ଅଂଶର ଅଡିଟ ଚାଲିଥିବା ବେଳେ ଏହା ଭୁଶୁଡ଼ି ପଡ଼ିଥିଲା । ଏହାପରେ ସେନା ଓ ପୋଲିସ୍‌ ତରଫରୁ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତାୟାତ ବନ୍ଦ କରି ଦିଆଯାଇଛି ।