/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749907231.jpg)
Balaghat Encounter
ମଧ୍ୟପ୍ରଦେଶରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟର । ବାଲାଘାଟ ଜିଲ୍ଲାର ପଚମା ଦାଦର ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାବାହିନୀ ଓ ନକ୍ସଲ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିପାତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ନକ୍ସଲ ଅଛନ୍ତି । ଘଟଣାସ୍ଥଳରୁ ହ୍ୟାଣ୍ଡ ଗ୍ରେନେଡ୍, ରକେଟ ଲଞ୍ଚର ସହ ରାଇଫଲ୍ ଜବତ ହୋଇଛି । ତେବେ ଏନକାଉଣ୍ଟର ବେଳେ ଆଉ କିଛି ନକ୍ସଲ ଖସି ଚମ୍ପଟ ମାରିଥିବାର ସୂଚନା ମିଳିଛି ।
ପଚାମା ଦାଦର ଜଙ୍ଗଲରେ ନକ୍ସଲମାନେ ଲୁଚିଥିବା ନେଇ ପୋଲିସକୁ ଖବର ମିଳିଥିଲା । ଏହାପରେ ସୁରକ୍ଷାବଳ ପକ୍ଷରୁ ଜଙ୍ଗଲରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଏହି ସମୟରେ ଅଚାନକ ନକ୍ସଲମାନେ ସୁରକ୍ଷାବଳ ଉପରକୁ ଗୁଳିମାଡ କରିଥିଲେ । ସୁରକ୍ଷାକର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ୩ ଜଣ ମହିଳା ନକ୍ସଲଙ୍କ ସହ ଜଣେ ପୁରୁଷ ନକ୍ସଲ ନିହତ ହୋଇଛି ।
ଅଧିକ ପଢ଼ନ୍ତୁ: ଲିଙ୍କଡିନ୍ ପ୍ରୋଫାଇଲକୁ ନେଇ ମହାଭାରତ, ଅଫିସରେ ଚାପ ପକାଇଲେ ସିନିୟର
ପୋଲିସ ମୃତ ନକ୍ସଲଙ୍କ ନିକଟରୁ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ୍, ରକେଟ ଲଞ୍ଚର, ଏସଏଲଆର ରାଇଫଲ ସହ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଛି । ବର୍ତ୍ତମାନ ସୁଦ୍ଧା ମୃତକମାନଙ୍କୁ ଚିହ୍ନଟ କରାଯାଇପାରିନି । ଏବେ ବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ସ୍ଥାନୀୟ ପୋଲିସ ଓ ହକ୍ ଫୋର୍ସର (Hawk Force)ର ମିଳିତ ଅପରେସନରେ ଏହି ସଫଳତା ମିଳିଛି ।
ଏହା ପୂର୍ବରୁ ଫେବୃୟାରୀ ୧୯ରେ ବାଲାଘାଟ ଜଙ୍ଗଲରେ ଏନକାଉଣ୍ଟରରେ ୪ ମହିଳା ନକ୍ସଲଙ୍କ ମୃତ୍ୟୁ ହୋଇଥିଲା । ରଉଣ୍ଡା ଫରେଷ୍ଟ କ୍ୟାମ୍ପ ନିକଟରେ ଏହି ଏନକାଉଣ୍ଟର ହୋଇଥିଲା । ସେହିପରି କିଛି ଦିନ ତଳେ ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ବେଳେ ୩୦ ମାଓବାଦୀ ଟଳିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)