Advertisment

Family Found Dead In Car: ଚାଞ୍ଚଲ୍ୟ ! କାର ଭିତରୁ ମିଳିଲା ୭ ଜଣଙ୍କ ମୃତଦେହ

ଉତ୍ତରାଖଣ୍ଡର ଡେରାଡୁନର ଗୋଟିଏ ପରିବାର ପଞ୍ଚକୁଲାର ବାଗେଶ୍ବର ଧାମକୁ ହନୁମାନ କଥା ପ୍ରବଚନ ଶୁଣି ଫେରିବା ବାଟରେ କାର ଭିତରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।

ଅଦ୍ୟତନ ହୋଇଛି
Seven members of a family found dead

Seven members of a family found dead

Advertisment

ଜୀବନ ହାରିଲେ ଗୋଟିଏ ପରିବାରର ୭ ଜଣ । ଗାଡ଼ି ଭିତରୁ ଉଦ୍ଧାର ହୋଇଛି ସମସ୍ତଙ୍କର ମୃତଦେହ । ହରିୟାଣାର ପଞ୍ଚକୁଲା ସେକ୍ଟର-୨୭ ଅଞ୍ଚଳରେ ପାର୍କ ହୋଇଥିବା ଏକ କାର ଭିତରୁ ୭ ଜଣଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଏହି ଘଟଣା ସାମ୍ନାକୁ ଆସିଛି ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଡେରାଡୁନର ବାସିନ୍ଦା ପ୍ରବୀଣ ମିତ୍ତଲ ତାଙ୍କ ବାପାମାଆ, ପତ୍ନୀ, ଦୁଇ ଝିଅ ଓ ପୁଅଙ୍କୁ ନେଇ ପଞ୍ଚକୁଲାର ବାଗେଶ୍ବର ଧାମକୁ ହନୁମାନ କଥା ପ୍ରବଚନ ଶୁଣିବାକୁ ଆସିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ପରେ ସେମାନେ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଇଥିଲେ । ଋଣଗ୍ରସ୍ତ ହୋଇ ପୂରା ପରିବାର ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗତରାତିରେ ଏହି ଘଟଣା ଘଟିଛି । ପଞ୍ଚକୁଲାର ସେକ୍ଟର-୨୭ ଅଞ୍ଚଳରେ ଗାଡି ପାର୍କ କରି ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ ।

ଅଧିକ ପଢ଼ନ୍ତୁ:୨୬୦୦ ଟଙ୍କା ପାଇଁ ଜେଜେ ମା’ଙ୍କ ଜୀବନ ନେଲା ନାବାଳକ ନାତି

ସ୍ଥାନୀୟ ଲୋକମାନେ ଏହି ପାର୍କିଂ ଗାଡିକୁ ଦେଖି ସନ୍ଦେହ ଉପୁଜିବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କାରର ଡୋର୍‌ ଭାଙ୍ଗିବା ପରେ ସେମାନଙ୍କୁ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ହସ୍ପିଟାଲରେ ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପଞ୍ଚକୁଲାର ଏକ ଘରୋଇ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ୭ ଜଣଙ୍କ ମୃତଦେହକୁ ପଠାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବ୍ୟାଗରୁ ମିଳିଲା ବ୍ୟବସାୟୀଙ୍କ ଖଣ୍ଡବିଖଣ୍ଡିତ ମୃତ ଶରୀର, ସଂପତ୍ତି ଲୋଭରେ ମାରିଦେଇଥିଲା କର୍ମଚାରୀ

Suicide Bid Uttarakhand Haryana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ