/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669865970.jpg)
Senior journalist Ravish Kumar resigns from NDTV
ବରିଷ୍ଠ ସାମ୍ବାଦିକ ରବିଶ କୁମାର ଗତକାଲି ଜାତୀୟ ଗଣମାଧ୍ୟମ ସଂସ୍ଥା NDTVରୁ ଇସ୍ତଫା ଦେଇଛନ୍ତି। NDTV ପ୍ରମୋଟର କମ୍ପାନୀ ଆର୍ଆର୍ପିଆର୍ ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡ୍ ବୋର୍ଡର ନିର୍ଦ୍ଦେଶକ ପଦରୁ ପ୍ରଣୟ ରୟ ଓ ରାଧିକା ରୟ ଇସ୍ତଫା ଦେବାର ଦିନକ ପରେ ଏନ୍ଡିଟିଭି ଇଣ୍ଡିଆର ସିନିୟର ଏକ୍ସକ୍ୟୁଟିଭ୍ ରବିଶ କୁମାର ଇସ୍ତଫା ଦେଇଛନ୍ତି। ଏନେଇ ରବିଶ କୁମାର ଇ-ମେଲ୍ ମାଧ୍ୟମରେ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ଇସ୍ତଫା ପତ୍ର ପଠାଇଥିବା ବେଳେ ଏହାକୁ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ: NDTVକୁ କିଣିବ ଆଦାନୀ ଗ୍ରୁପ୍ ! ଏବେ କିଣି ସାରିଲାଣି ୨୯%
ରବିଶଙ୍କ ପରି କିଛି ସାମ୍ବାଦିକ ନିଜର ଖବର ପ୍ରସାରଣ ଯାଦୁରେ ଲୋକଙ୍କୁ ପ୍ରଭାବିତ କରିଥାନ୍ତି ବୋଲି ଏନ୍ଡିଟିଭି ଗ୍ରୁପ୍ ଅଧ୍ୟକ୍ଷ ସୁପର୍ଣ୍ଣା ସିଂ କହିଛନ୍ତି। ସାମ୍ବାଦିକ ଜଗତର ଜଣାଶୁଣା ଚେହେରା ରବିଶ କୁମାର ନିଜ ପାରଦର୍ଶିତା ବଳରେ ଅନେକ ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି। ସେଥିରେ କିଛି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ରହିଛି। ଦଶନ୍ଧି ଧରି ରବିଶ କୁମାର ଏନ୍ଡିଟିଭି ଜଣେ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଯୋଡ଼ି ହୋଇଥିଲେ।
ସୂଚନାଥାଉ କି, ଗତ ଅଗଷ୍ଟରେ ଆଦାନି ଗ୍ରୁପ୍ NDTVର ୨୯.୧୮% ଶେୟାର କିଣିଥିଲା। ଆଦାନି ଗ୍ରୁପ୍ ଆହୁରି ୨୬% ଷ୍ଟେକ୍ କିଣିବାକୁ ଘୋଷଣା କରିଛି। ଡିସେମ୍ବର ୫ ପର୍ଯ୍ୟନ୍ତ ଏହି ଓପନ ଅଫର୍ ଚାଲିବ। ୧୯୯୬ ମସିହାରେ ରବିଶ କୁମାର NDTV(New Delhi Television Network) ଜଏନ କରିଥିଲେ। ସେବେଠାରୁ ହିଁ ସେ ଏନ୍ଡିଟିଭିରେ କାର୍ଯ୍ୟ କରି ଆସୁଥିଲେ। ଅନେକ ଶୋ’ ଯଥା- ହମ୍ ଲୋଗ, ରବିଶ୍ କି ରିପୋର୍ଟ, ଦେଶ କି ବାତ୍ ଓ ପ୍ରାଇମ୍ ଟାଇମ୍ ଶୋ’ରେ ସେ ଆଙ୍କରିଂ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଦୁଇ ଦୁଇ ଥର ତାଙ୍କୁ ରାମନାଥ ଗୋଏଙ୍କା ପୁରସ୍କାରରେ ସମ୍ମାନିତ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)