ରାଜସ୍ଥାନର ତତଲା ମରୁରେ କେମିତି ଡ୍ୟୁଟି କରନ୍ତି ଯବାନ ? ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରୁ ଆପଣ ଜାଣିପାରୁଥିବେ। ମାତ୍ର ୩୫ ସେକେଣ୍ଡରେ ଜଣେ ବିଏସ୍ଏଫ୍ ଯବାନ ରାଜସ୍ଥାନ ବିକାନେରର ତତଲା ବାଲିରେ ପାମ୍ପଡକୁ ଭାଜି ଦେଖାଇଛନ୍ତି ।
Also Read
ବାଲିରେ ମାତ୍ର ୩୫ ସେକେଣ୍ଡ ଘୋଡ଼ାଇ ରଖି ବାହାର କରିବା ପରେ ପାମ୍ପଡ ପୁରା ଭାଜି ହୋଇଯାଇଛି । ଯେତେବେଳେ ସାରା ଦେଶରେ ଗ୍ରୀଷ୍ମ ଲହରୀରେ ଲୋକେ ତତଲା କଡ଼େଇରେ ଭାଜି ହେଉଛନ୍ତି ଠିକ୍ ସେତିକି ବେଳେ ଭାରତ-ପାକିସ୍ତାନ ସୀମାରେ ଡ୍ୟୁଟିରେ ଥିବା ଜଣେ ବିଏସଏଫ ଯବାନ ପ୍ରମାଣିତ କରୁଛନ୍ତି ଯେ, ସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ଦେଶ ସୁରକ୍ଷା ପ୍ରଥମ । ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଥିବା ଏହି ଭିଡିଓ ଏବଂ ଏଥିରେ ନଜର ଆସୁଥିବା ଯବାନଙ୍କୁ ଢେର ପ୍ରଶଂସା କରାଯାଉଛି ।
#ଭାରତୀୟ_ସେନାକୁ_ସଲାମ
— ଓଟିଭି (@otvkhabar) May 22, 2024
ଧନ୍ୟ ଏମାନେ । ଡହ ଡହ ଖରାରେ ଦେଶର ସୁରକ୍ଷା ପାଇଁ କରୁଛନ୍ତି ଡ୍ୟୁଟି ।#IndianArmy #BSF #HeatWave #OTV pic.twitter.com/6ytp5jg02H