Advertisment

ଥଣ୍ଡା ପାଇଁ ଏହିସବୁ ସ୍ଥାନରେ ସ୍କୁଲ୍‌ ଛୁଟି ଘୋଷଣା

ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ସ୍କୁଲ୍ ସମୟରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Schools to Remain Shut Due To Cold Wave In These Cities

Schools to remain shut due to cold wave in these cities

ଦେଶର ବିଭିନ୍ନ ସ୍ଥାନରେ ଶୀତର ପ୍ରକୋପ ଜାରି ରହିଛି। ଅସହ୍ୟ ଥଣ୍ଡାରୁ ମିଳୁନି ନିସ୍ତାର। ଏତେ ଥଣ୍ଡା ଯେ ସକାଳୁ ସକାଳୁ ଘରୁ ବାହାରିବା ମୁସ୍କିଲ୍‌ ହୋଇପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଥିବା ବେଳେ ଆଉ କିଛି ସ୍ଥାନରେ ସ୍କୁଲ୍ ସମୟରେ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି। ଜାଣନ୍ତୁ, କେଉଁ କେଉଁ ସ୍ଥାନରେ ଥଣ୍ଡା ପାଇଁ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି ଓ ସମୟରେ ପରିବର୍ତ୍ତନ କରାଯାଇଛି। 

Advertisment

ଦିଲ୍ଲୀ:

ଜାନୁଆରୀ ୧ରୁ ଜାନୁଆରୀ ୧୫ ପର୍ଯ୍ୟନ୍ତ ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ସମସ୍ତ ସ୍କୁଲ୍‌ ବନ୍ଦ ନେଇ ଘୋଷଣା କରିଛି। ନୂଆବର୍ଷର ଆରମ୍ଭ ସହ ଦିଲ୍ଲୀରେ ଥଣ୍ଡାର ପ୍ରକୋପ ବଢ଼ିବା ପରେ ଏହି ଘୋଷଣା କରାଯାଇଥିଲା। ସକାଳୁ ସକାଳୁ ସମଗ୍ର ଦିଲ୍ଲୀରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳୁଛି। ଶୀତ ଛୁଟି ପରେ ଏହା ଜାନୁଆରୀ ୯ରେ ଖୋଲିବାର ଥିଲା। ତେବେ ଜାନୁଆରୀ ୯ରେ ଏହାକୁ ନଖୋଲି, ଛୁଟିକୁ ଆଉ ସପ୍ତାହେ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର।

ଅଧିକ ପଢ଼ନ୍ତୁ: ଭାରତ ମାଟିରେ ମିଳିବ ବିଦେଶୀ ମାନର ଉଚ୍ଚଶିକ୍ଷା : ୟୁଜିସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ପରେ ଚାରିଆଡ଼େ ଚର୍ଚ୍ଚା

Advertisment

ଉତ୍ତରପ୍ରଦେଶ: 

ନୋଏଡା-  ନୋଏଡା ଓ ଗ୍ରେଟର ନୋଏଡାରେ ଥିବା ସ୍କୁଲ ସବୁ ଜାନୁଆରୀ ୧୪ ପର୍ଯ୍ୟନ୍ତ ବନ୍ଦ ରହିବ। ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା କେବଳ ଲାଗୁ।  ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ଅନୁସାରେ ଏଭଳି ନିଷ୍ପତ୍ତି ନିଆଯାଇଛି। ସେହିପରି ୯ମ ଶ୍ରେଣୀ ପାଇଁ ସ୍କୁଲ୍‌ ସମୟ ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ରଖାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ହେବା ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। 

ଲକ୍ଷ୍ନୌ:

 ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍‌ ସମୟରେ ପରିବର୍ତ୍ତନ କରାଯାଇଛି। ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାଠପଢ଼ିବେ। ଜାନୁଆରୀ ୧୦ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ। 

ଝାଡ଼ଖଣ୍ଡ: 

ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଯୋଗୁ ଝାଡ଼ଖଣ୍ଡ ସରକାର ଘରୋଇ ଓ ସରକାରୀ ସ୍କୁଲ୍‌ ସବୁ ଛୁଟି ଘୋଷଣା କରିଛନ୍ତି। ଜାନୁଆରୀ ୧୫ ଯାଏ କେଜି ଠୁ ୫ମ ଶ୍ରେଣୀ ଯାଏ ସ୍କୁଲ୍‌ ବନ୍ଦ ରହିବ। ଏନେଇ ଝାଡ଼ଖଣ୍ଡ ସରକାର ରବିବାର ନୋଟିସ୍‌ ଜାରି କରିଥିଲେ। 

ପଞ୍ଜାବ:

ସେହିପରି ଡିସେମ୍ବର ୨୧ରୁ ଜାନୁଆରୀ ୨୧ ପୁରା ମାସେ ପର୍ଯ୍ୟନ୍ତ ପଞ୍ଜାବର ସମସ୍ତ ସ୍କୁଲ୍‌ ସକାଳ ୧୦ଟାରୁ ଆରମ୍ଭ ହେବ। ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ତେବେ ସ୍କୁଲ୍‌ ଛୁଟି ସମୟ ପୂର୍ବଭଳି ରହିବ। ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ।

ମଧ୍ୟପ୍ରଦେଶ:

ଅସହ୍ୟ ଥଣ୍ଡା ଯୋଗୁ ମଧ୍ୟପ୍ରଦେଶର କିଛି ସ୍ଥାନରେ ସ୍କୁଲ୍‌ ସବୁ ବନ୍ଦ ରହିଛି। ଛତ୍ରପୁର ଜିଲ୍ଲାର ନାଓଗଙ୍ଗରେ ତାପମାତ୍ରା 0.2 ଡିଗ୍ରୀ ସେଲ୍‌ସିୟସ ରହିଛି। ବିଭିନ୍ନ ସ୍ଥାନରେ ଯଥା- ଭୋପାଳ, ଇନ୍ଦୋର, ଭିଦିଶା, ଉଜ୍ଜୈନରେ ଥିବା ସ୍କୁଲ୍‌ ସବୁ ୮ମ ଶ୍ରେଣୀ ଯାଏ ବନ୍ଦ ରହିଛି। ଜାନୁଆରୀ ୧୦ ଯାଏ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। 

Schools School Close
Advertisment
Advertisment