• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆଉ ଖ୍ୟାତନାମା ଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷା ପାଇଁ ଯିବାକୁ ପଡ଼ିବନି ବିଦେଶ । ଅକ୍ସଫୋର୍ଡ, ଷ୍ଟାନଫୋର୍ଡ ଭଳି ବିଦେଶୀ ବିଶ୍ୱବିଦ୍ୟାଳୟଗୁଡିକ କ୍ୟାମ୍ପସ ଆଉ କିଛି ବର୍ଷ ଭିତରେ ଖୋଲିପାରେ ଆମ ଦେଶ ଭାରତରେ । ଫଳରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବନି । ଏନେଇ ଡ୍ରାଫ୍ଟ ପ୍ରସ୍ତୁତ କରିଛି ୟୁନିଭର୍ସିଟି ଗ୍ରାଣ୍ଟସ୍ କମିଶନ ବା ୟୁଜିସି । ଡ୍ରାଫ୍ଟର ବିଭିନ୍ନ ରୂପରେଖ ସଂପର୍କରେ ସାଧାରଣ ଲୋକଙ୍କ ମତାମତ ସଂଗ୍ରହ କରାଯାଉଛି ... ।

ଡ୍ରାଫ୍ଟ ଅନୁଯାୟୀ, ଘରୋଇ ତଥା ବିଦେଶୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଆଡମିଶନ ମାନଦଣ୍ଡ, ଫି ନିର୍ଦ୍ଧାରଣ ସଂପୃକ୍ତ ୟୁନିଭର୍ସିଟି ପକ୍ଷରୁ କରାଯିବ । ଅନ୍ତର୍ଜାତୀୟ ୟୁନିଭର୍ସିଟିର କ୍ୟାମ୍ପସ ଭାରତରେ ଖୋଲିବା ସହ, ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଡିଗ୍ରୀ ପ୍ରଦାନର ବ୍ୟବସ୍ଥା ରହିବ । ଏନେଇ ଜନସାଧାରଣଙ୍କ ମତାମତ ସଂଗ୍ରହ କରାଯାଉଛି । ଘରୋଇ ଏବଂ ବିଦେଶୀ ଛାତ୍ରଛାତ୍ରୀଙ୍କ ପାଇଁ ନାମଲେଖାର ମାନଦଣ୍ଡ ସମ୍ପୃକ୍ତ ୟୁନିଭର୍ସିଟି ସ୍ଥିର କରିବ । ଖାଲି ସେତିକି ନୁହେଁ, ଆଡମିଶନ ଫି ଏବଂ ମେଧାବୀ ଛାତ୍ରଛାତ୍ରଙ୍କ ଲାଗି ସ୍କଲାରସିପ୍ ବ୍ୟବସ୍ଥା ନେଇ ୟୁଜିସି ଡ୍ରାଫ୍ଟରେ ଉଲ୍ଲେଖ ରହିଛି । ସ୍ୱାଧୀନ ଭାବେ ଫାକ୍ଲଟି, ଷ୍ଟାଫ ଆାଦି ନିଯୁକ୍ତି କ୍ଷେତ୍ରରେ ୟୁନିଭର୍ସିଟିର ଭୂମିକା ରହିବ । ଏଭଳି ଡ୍ରାଫ୍ଟ ସଂସଦରେ ଅନୁମୋଦନ ପରେ ହିଁ, ଆଇନରେ ପରିଣତ ହୋଇପାରିବ ।

ବର୍ତ୍ତମାନ ସୁଦ୍ଧା ଭାରତୀୟ ୟୁନିଭର୍ସିଟିର କେତେକ କ୍ୟାମ୍ପସରେ ବିଦେଶୀ ବିଶ୍ୱବିଦ୍ୟାଳୟର ଡିଗ୍ରୀ କୋର୍ସ ପାଇଁ ବ୍ୟବସ୍ଥା ରହିଛି । ହେଲେ ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ, ଫରେନ୍ ୟୁନିଭର୍ସିଟିର ସିଲାବସ୍ ଏବଂ ପ୍ରଶ୍ନପତ୍ର ଅନୁଯାୟୀ ଛାତ୍ରଛାତ୍ରୀ ପଢ଼ି ପାରୁଛନ୍ତି । ତାହା ପୁଣି ସବୁ ପାଠ୍ୟକ୍ରମ ନୁହେଁ ନିର୍ଦ୍ଦିଷ୍ଟ କେତେକ ପାଠ୍ୟକ୍ରମକୁ କିଛି କିଛି ୟୁନିଭର୍ସିଟି ପକ୍ଷରୁ ପ୍ରଦାନ କରାଯାଉଛି । ହେଲେ ନୂଆ ବ୍ୟବସ୍ଥା ହେଲେ ଅକ୍ସଫୋର୍ଡ ଭଳି ବିଦେଶୀ ବିଶ୍ୱବିଦ୍ୟାଳୟ ସିଧାସଳଖ ଭାବେ ଭାରତରେ ସେମାନଙ୍କ କ୍ୟାମ୍ପସ ଖୋଲିପାରିବେ । ସେସବୁ ସ୍ୱଂୟଶାସିତ କ୍ୟାମ୍ପସ ହୋଇପାରିବ । ସ୍ଥାନୀୟ ବିଶ୍ୱବିଦ୍ୟାଳୟର ବିନା ସହାୟତାରେ ଫରେନ୍ ୟୁନିଭର୍ସିଟିଗୁଡିକ ଭାରତରେ ସେମାନଙ୍କ କ୍ୟାମ୍ପସ ଖୋଲିପାରିବେ ... ।

ଷ୍ଟାନ୍ଫୋର୍ଡ, ଅକ୍ସଫୋର୍ଡ ୟୁନିଭର୍ସିଟିରେ ପ୍ରଦାନ କରାଯାଉଥିବା ଉଚ୍ଚଶିକ୍ଷାର ମାନ ଭାରତରେ ଉପଲବ୍ଧ ହେଉ ବୋଲି ମୋଦି ସରକାରଙ୍କ ଲକ୍ଷ୍ୟ । ବାହାର ଦେଶକୁ ନଯାଇ କିଭଳି ଭାରତର ଛାତ୍ରଛାତ୍ରୀ ନିଜ ମାଟିରେ ଅନ୍ତର୍ଜାତୀୟସ୍ତରରେ ପ୍ରତିଷ୍ଠିତ ୟୁନିଭର୍ସିଟି ପାଠ୍ୟକ୍ରମ ପାଇପାରିବେ, ସେନେଇ ବ୍ୟବସ୍ଥା କରାଯାଉଛି । ବିଦେଶ ଯାଇ ଛାତ୍ରଛାତ୍ରୀ ଖର୍ଚ୍ଚାନ୍ତ ହେଉଥିବା ବେଳେ ନିଜ ମାଟିରେ କ୍ୟାମ୍ପସ ଖୋଲିଲେ ଅଯଥା ଖର୍ଚ୍ଚାନ୍ତରୁ ବଂଚିତ ହେବେ । ତାସହ ଭାରତ ଗ୍ଲୋବାଲ ଷ୍ଟଡିର ହବ୍ ପାଲଟିବ ବୋଲି କୁହାଯାଉଛି ... ।