• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡରାଇଲାଣି H3N2 । ଭୟରେ ବନ୍ଦ ହେଲା ସ୍କୁଲ । ପୁଡୁଚେରୀରେ ମାର୍ଚ୍ଚ ୧୬ ଅର୍ଥାତ୍‌ ଆସନ୍ତାକାଲିଠାରୁ ସ୍କୁଲ ଛୁଟି । ପାଖାପାଖି ୧୦ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସ୍ଥାନୀୟ ସରକାର । ଏନେଇ ପୁଡୁଚେରୀ ଶିକ୍ଷାମନ୍ତ୍ରୀ ଏ ନମଶିବାୟମ୍ ସୂଚନା ଦେଇଛନ୍ତି । ଏହି ଭାଇରସ୍‌ ଛୋଟ ପିଲାଙ୍କ ପାଇଁ ଅଧିକ କ୍ଷତିକାରକ ବୋଲି ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ୫ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଏହି ଭାଇରସ ଅଧିକ ଆକ୍ରାନ୍ତ କରିବାର ସମ୍ଭାବନା ରହିଥିବା କୁହାଯାଉଛି । ଏମିତିକି ୫ ବର୍ଷରୁ କମ୍‌ ବୟସର ପିଲା ଏହି H3N2 ଇନ୍‌ଫ୍ଲୁଏନ୍‌ଜାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଲାଣି ।

 

ଦେଶରେ ଏବେ H3N2 ଇନଫ୍ଲୁଏଞ୍ଜା ଭୟ ବଢ଼ିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ କେସ୍‌ ସାମ୍ନାକୁ ଆସୁଛି । କରୋନା ଭୟ ମନରୁ ଲିଭି ଆସୁଥିବା ବେଳେ ପୁଣି ଏବେ H3N2 ଭୟ ବଢ଼ିବାରେ ଲାଗିଛି । ଖାଲି ସେତିକି ନୁହେଁ ଗୋଟିଏ ପଟେ H3N2 ଭୟ ଘାରୁଥିବା ବେଳେ କରୋନା ପଜିଟିଭ ସଂଖ୍ୟା ବି ବଢ଼ୁଛି । ଅନ୍ୟପଟେ ଦେଶରେ ସଂକ୍ରମଣ ବଢାଉଥିବା H3N2 ଇନଫ୍ଲୁଏଞ୍ଜା ଭାଇରସ ପାଇଁ ସତର୍କ ରହିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠିଲେଖି ପରାମର୍ଶ ଦେଇଛନ୍ତି ।

ତାହାସହ ଆଗକୁ କୋଭିଡ୍ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍ ଓ ଟୀକାକରଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ସେହିଭଳି ସର୍ବସାଧାରଣ ସ୍ଥାନରେ ମୁହଁ ଓ ନାକ ଘୋଡ଼େଇ ରଖିବାକୁ ନିର୍ଦ୍ଦେଶ ଦେବା ସହ ILI, SARI ଲକ୍ଷଣ ଥିଲେ ମନିଟରିଂ ସହ ସାମ୍ପଲ ପରୀକ୍ଷା ନିର୍ଦ୍ଦେଶ ଦିଆଯାଇଛି ।

ଡାକ୍ତରଖାନାରେ ଔଷଧ ସହ ଅକ୍ସିଜେନ ମହଜୁଦ ରଖିବାକୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦିଆଯାଇଛି । ପୂର୍ବରୁ କରୋନା ସଂକ୍ରମଣକୁ ନେଇ ରାଜ୍ୟମାନଙ୍କୁ ସତର୍କ କରାଇଥିଲେ କେନ୍ଦ୍ର ସରକାର । ରାଜ୍ୟ ସରକାରଙ୍କ ନିକଟକୁ ଚିଠିଲେଖି ସଚେତନ କରିଥିଲା କେନ୍ଦ୍ର । ଫଳରେ ସଚେତନତା ଯୋଗୁଁ ସାରା ଦେଶରେ କରୋନା ସଂକ୍ରମଣରେ ରୋକ୍‌ ଲାଗିଥିଲା ।