Advertisment

ଚୋରି ଅଭିଯୋଗ ଆଣିଲେ, ବିବସ୍ତ୍ର କରି ସର୍ଚ୍ଚ କଲେ; ଅପମାନ ସହି ନପାରି ଜୀବନ ହାରିଲେ ଛାତ୍ରୀ

ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ସେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ପାଇଁ ସେମାନଙ୍କୁ ନିକଟସ୍ଥ ମନ୍ଦିରକୁ ନେବା ପୂର୍ବରୁ ବିବସ୍ତ୍ର କରାଇ ସର୍ଚ୍ଚ ବି କରିଥିଲେ।

author-image
Sonali Ojha
ଅଦ୍ୟତନ ହୋଇଛି
School Girld Dies By Suicide After Strip Search:

Schoolgirl Suicide

ସ୍କୁଲରେ ଚୋର କହିଲେ ଶିକ୍ଷୟିତ୍ରୀ। ସମସ୍ତଙ୍କ ଆଗରେ ଡାକି ଅପମାନ ଦେବା ସହ ଷ୍ଟ୍ରିପ ସର୍ଚ୍ଚ ବି କଲେ। ଆଉ ଅପମାନ ସହି ନପାରି ଜୀବନ ହାରିଲେ ୧୪ବର୍ଷୀୟା ସ୍କୁଲ ଛାତ୍ରୀ। କର୍ଣ୍ଣାଟକ ବାଗାଲକୋଟ ସରକାରୀ ବିଦ୍ୟାଳୟରେ ଏଭଳି ଅଭାବନୀୟ ଘଟଣା ଘଟିଛି।

Advertisment

ସୂଚନା ଅନୁଯାୟୀ, ମୃତ ଛାତ୍ରୀ ସ୍କୁଲରେ ପଢୁଥିଲେ। ସାହିତ୍ୟ ଶିକ୍ଷୟିତ୍ରୀଙ୍କର ୨ହଜାର ଟଙ୍କା ଚୋରି ଅଭିଯୋଗରେ ସଂପୃକ୍ତ ଛାତ୍ରୀ ଓ ଅନ୍ୟ ୪ସାଙ୍ଗଙ୍କୁ ଡାକି ପଚରା ଉଚରା କରାଯାଇଥିଲା। ପ୍ରଧାନଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକମାନେ ସେମାନେ ନିର୍ଦ୍ଦୋଷ ବୋଲି ପ୍ରମାଣିତ କରିବା ପାଇଁ ସେମାନଙ୍କୁ ନିକଟସ୍ଥ ମନ୍ଦିରକୁ ନେବା ପୂର୍ବରୁ ବିବସ୍ତ୍ର କରାଇ ସର୍ଚ୍ଚ ବି କରିଥିଲେ।

ଅଧିକ ପଢ଼ନ୍ତୁ: ଟିକିଏ ବିଳମ୍ୱ ପାଇଁ ପରୀକ୍ଷା ଦେଇପାରିଲେନି ଛାତ୍ର; କୋହଭରା ଚିଠି ଲେଖି ହାରିଲେ ଜୀବନ

Advertisment

ବାଗାଲକୋଟ ଏସପି ଅମରନାଥଙ୍କ ସୂଚନା ଅନୁସାରେ, ମୃତକଙ୍କ ଭଉଣୀ ମଧ୍ୟ ସେହି ସ୍କୁଲରେ ପଢୁଥିଲେ। ଏହି ଘଟଣା ସଂପର୍କରେ ସେ ଘରେ ଜଣାଇଥିଲେ। ମୃତ୍ୟୁ ପୂର୍ବରୁ ଛାତ୍ରୀ ଜଣକ ବାରମ୍ୱାର ଏହି ସମାନ କଥା ଚିନ୍ତା କରୁଥିଲେ ​​। ଶେଷରେ ସେ ଆତ୍ମହତ୍ୟା କରିଦେଇଥିବା ସୂଚନା ମିଳିଥିଲା। ପୋଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି। ତେବେ ଏନେଇ ବାଗାଲକୋଟର ଜନ ଶିକ୍ଷା ବିଭାଗ ଡେପୁଟି ଡାଇରେକ୍ଟର ମନ୍ତବ୍ୟ ମିଳିପାରିନାହିଁ।

Suicide Case Student Suicide
Advertisment
Advertisment