• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଇନଜୀବୀଙ୍କ କୋର୍ଟ ବର୍ଜନ ମାମଲାରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ବୁଧବାର ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହାର ନହେଲେ ବାରକାଉନ୍‌ସିଲ ଅଫ ଇଣ୍ଡିଆରୁ ସଂପୃକ୍ତ ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରାଯିବ ବୋଲି କହିଛନ୍ତି କୋର୍ଟ । ଆନ୍ଦୋଳନକାରୀ ଓକିଲଙ୍କ ଆୟର ଉତ୍ସକୁ ବନ୍ଦ କରିଦିଆଯିବ । ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାର୍ ଆସୋସିଏସନ୍ ଆନ୍ଦୋଳନ କରି କାର୍ଯ୍ୟରୁ ନିବୃତ୍ତ ହେବା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ, ବାର୍ କାଉନସିଲ୍ ଅଫ ଓଡ଼ିଶା ଏବଂ ଓଡ଼ିଶାର ସମସ୍ତ ଜିଲ୍ଲାର ବାର୍ ଆସୋସିଏସନ୍‌କୁ ବ୍ୟକ୍ତିଗତ ଭାବରେ ସୁପ୍ରିମକୋର୍ଟରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ । ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।