/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694970556.jpg)
SBI To Send Chocolates
ଗ୍ରାହକଙ୍କୁ ଚକୋଲେଟ୍ ବାଣ୍ଟିବ SBI ! ଦେଶର ସର୍ବବୃହତ ଋଣ ପ୍ରଦାନକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ତା’ର ଗ୍ରାହକଙ୍କୁ ଚକୋଲେଟ୍ ଦେବ ବୋଲି ସୂଚନା ମିଳିଛି । ସୂଚନା ଅନୁସାରେ ଯେଉଁ ଗ୍ରାହକ ଠିକ୍ ସମୟରେ ଋଣ ପରିଶୋଧ ନକରିବେ ସେମାନଙ୍କ ନିକଟକୁ ଚକେଲେଟ୍ ପଠାଇବ ବ୍ୟାଙ୍କ ! ତାହାସହ ଏହି ନୂତନ ଉପାୟ ଅବଲମ୍ବନ କରି ଲୋନ୍ ନେଇଥିବା ଡିଫଲ୍ଟ ଗ୍ରାହକଙ୍କୁ ଶୁଭେଚ୍ଛା ଜଣାଇବ ବୋଲି ଜଣାପଡ଼ିଛି ।
ବ୍ୟାଙ୍କର ସୂଚନା ଅନୁସାରେ, ଯେଉଁ ଗ୍ରାହକ ଋଣ ନେଇ କିସ୍ତି ଦେବାରେ ଅବହେଳା କରିବେ ବା ଡିଫଲ୍ଟ କରିବାକୁ ଯୋଜନାରେ ରହିଥିବେ ସେମାନଙ୍କ ନିକଟକୁ ବ୍ୟାଙ୍କ ନୋଟିସ୍ ଦେବା ବଦଳରେ ଏହି ନୂତନ ଉପାୟ ଅବଲମ୍ବନ କରିବ । ଡିଫଲ୍ଟ ଗ୍ରାହକମାନଙ୍କ ଅଜାଣତରେ ସେମାନଙ୍କୁ ଏପରି ନୂତନ ଶୈଳୀରେ ଭେଟିବ ବୋଲି ସୂଚନା ମିଳିଛି ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ରିଟେଲ୍ ଲୋନ୍ ବା ଖୁଚୁରା ଋଣ ନେଇଥିବା ଗ୍ରାହକଙ୍କ ନିକଟରେ ଏପରି ଘଟଣା ଅଧିକ ଘଟୁଛି । ଦିଆଯାଇଥିବା ତଥ୍ୟ ଅନୁସାରେ, SBI ରିଟେଲ୍ ଲୋନ୍ ୧୬.୪୬ରୁ ବୃଦ୍ଧି ହୋଇ ଏହା ଜୁନ୍ ୨୦୨୩ରେ ୧୨,୦୪,୨୭୯ କୋଟିରେ ପହଞ୍ଚିଛି । ଯାହାକି ପୂର୍ବ ବର୍ଷ ୧୦,୩୪,୧୧୧ କୋଟି ଟଙ୍କା ରହିଥିଲା । ବର୍ଷିକ ତୁଳନାରେ ଏହା ୧୩.୯ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କୁହାଯାଇଛି ।
SBIର ଭାରାପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ତେୱାରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରିଟେଲ୍ ଲୋନ୍ଧାରୀମାନଙ୍କୁ ସେମାନଙ୍କ ଋଣ ପରିଶୋଧ କରିବାକୁ ମନେ ପକାଇବା ପାଇଁ ଆମେ ଏପରି ପ୍ରୟାସ କରୁଛୁ । ଡିଫଲ୍ଟ ବିଷୟରେ ସଚେତନ କରିବା ଆମର ଲକ୍ଷ୍ୟ ରହିଛି । ଯେଉଁମାନେ ଡିଫଲ୍ଟ ହେବାର ସମ୍ଭାବନା ରହିଥିବେ ସେମାନଙ୍କୁ ଆମର ପ୍ରତିନିଧିମାନେ ଭେଟି ଚକୋଲେଟ୍ ପ୍ୟାକ୍ ଦେବେ ।
ତାହା ସହିତ ତାଙ୍କର ଆଗାମୀ EMI ଗୁଡ଼ିକ ସମ୍ପର୍କରେ ମନେପକାଇବେ । ସେମାନଙ୍କୁ କୌଣସି ନୋଟିସ ଦିଆଯିବ ନାହିଁ । ଅଜାଣତରେ SBI ସେମାନଙ୍କ ଘରକୁ ଯିବା ସହ ଚକୋଲେଟ୍ ଦେଇ EMI କଥା ମନେପକାଇବ । ଏହି ପଦକ୍ଷେପକୁ କାର୍ଯ୍ୟକାରୀ କରାଯିବାନେଇ ବିଚାର କରାଯାଇଛି । ଯଦି ଏହା ସଫଳ ହୁଏ ତେବେ ଆଗାମୀ ଦିନରେ ଏସ୍ବିଆଇ ପକ୍ଷରୁ ଏହା ଘୋଷଣା କରାଯାଇପାରେ ବୋଲି କହିଛନ୍ତି SBIର ଭାରାପ୍ରାପ୍ତ ପରିଚାଳନା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ତେୱାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)