• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

SBI ବା ଭାରତୀୟ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆ । ଟଙ୍କା ଦେଣନେଣ କ୍ଷେତ୍ରରେ SBI ପ୍ରତି ଲୋକଙ୍କ ଅଗାଢ଼ ବିଶ୍ୱାସ ରହିଛି । SBI ପକ୍ଷରୁ ମଧ୍ୟ ଗ୍ରାହକମାନଙ୍କ ପାଇଁ ବିଶେଷ ସୁବିଧା ପ୍ରଦାନ କରାଯାଇଥାଏ । ଲୋନ୍‌ ଠାରୁ ଆରମ୍ଭ କରି ଅନେକ ସୁବିଧା SBI ତାର ଗ୍ରାହକଙ୍କୁ ଯୋଗାଇଦେଇଥାଏ ।

ସେହିପରି ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଥାଏ ଏହି ବ୍ୟାଙ୍କ । ସଞ୍ଚୟ, ଇନସୁରାନ୍ସ ଓ ପେନସନ୍‌ ପରି ଅନେକ ଯୋଜନା ଦ୍ୱାରା ସୁବିଧା ପାଇଥା’ନ୍ତି ଲୋକେ । ବିଶେଷକରି ଫିକ୍ସ ଡେପୋଜିଟ୍‌ କୁ ନେଇ ବରିଷ୍ଠ ନାଗରିକମାନଙ୍କ ପାଇଁ SBIର ସ୍ୱତନ୍ତ୍ର ଯୋଜନା ରହିଛି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

ବରିଷ୍ଠ ନାଗରିକଙ୍କ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି SBI ଏକ ସ୍ୱତନ୍ତ୍ର ସଞ୍ଚୟ ଯୋଜନା ପ୍ରଦାନ କରୁଛି । ଯାହାଦ୍ୱାରା ବରିଷ୍ଠନାଗରିକମାନେ ଅନେକ ଲାଭ ପାଇପାରିବେ । ଏହି ଯୋଜନାର ନାଁ ହେଉଛି SBI WeCare Deposit Scheme ।

ଏହି ସ୍କିମ୍‌ ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରିଥାଏ । SBI ପକ୍ଷରୁ ୨୦୨୦ରେ ଏହି ଯୋଜନା କରାଯାଇଥିବାବେଳେ ଏହାର ସମୟ ସୀମା ୨୦୨୩ ସେପ୍ଟେମ୍ବର ଯାଏ ରଖାଯାଇଥିଲା । ଯାହାକି ଚଳିତ ମାସ ଶେଷ ହେବାକୁ ଯାଉଛି ।

ଏହି ଯୋଜନାର ସମୟସୀମା ୫ ବର୍ଷ ରଖିଛି ଏସବିଆଇ । ଏଥିରେ ବରିଷ୍ଠନାଗରିକମାନେ ଟଙ୍କା ରଖିଲେ ବା ଫିକ୍ସ ଡିପୋଜିଟ୍‌ କଲେ ଅଧିକ ସୁଧ ପାଇପାରିବେ । ଯେପରିକି ନିୟମିତ ସାଧାରଣ ବ୍ୟକ୍ତି ବ୍ୟାଙ୍କରେ ରଖୁଥିବା ଟଙ୍କାର ସୁଧଠାରୁ ଅଧିକ ସୁଧ ଟଙ୍କା ପାଇପାରିବେ । ପୂର୍ବରୁ ଏହି ଯୋଜନାରେ ସାଧାରଣ ସ୍କିମ୍‌ ଠାରୁ ୦.୫୦% ଅଧିକ ସୁଧ ମିଳୁଥିବାବେଳେ ଏବେ ଏହାକୁ ୧% ଅଧିକ କରାଯାଇଛି ।

ଏହି ଯୋଜନା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣି ରଖିବା ଜୁରୁରୀ । SBI WeCare Deposit Scheme କୌଣସି ଟିକସ ସୁବିଧା ପ୍ରଦାନ କରେ ନାହିଁ । ଏହା ଆୟକର ଅଧିନିୟମର ଧାରା 80C ଅନୁଯାୟୀ ଟିକସ ରିହାତି ପାଇଁ ଯୋଗ୍ୟ ନୁହେଁ ବୋଲି କୁହାଯାଇଛି । SBI ୱେବସାଇଟ୍ ଅନୁଯାୟୀ ଏହି ଯୋଜନା ଡିସେମ୍ବର 2023 ପର୍ଯ୍ୟନ୍ତ ବୈଧ ରହିଛି ।