Advertisment

ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା !

ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟ୍‌ରେ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Saurav Ganguly

Saurav Ganguly

ବିସିସିଆଇ ସଭାପତି ପଦରୁ ସୌରଭ ଗାଙ୍ଗୁଲିଙ୍କ ଇସ୍ତଫା। ଗାଙ୍ଗୁଲି ଇସ୍ତଫା ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ତେବେ ପରବର୍ତ୍ତୀ ଯୋଜନା ନେଇ ନିଜ ଟୁଇଟ୍‌ରେ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। କ୍ରିକେଟରେ ୩୦ ବର୍ଷ ପୂରଣ କରିଛି, ଆପଣଙ୍କ ସ୍ନେହଶ୍ରଦ୍ଧା ପାଇଛି ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ଏବେ ନୂଆ କିଛି ପ୍ଲାନ କରୁଛି, ଭାବୁଛି ଅନେକ ଲୋକଙ୍କୁ ସାହାଯ୍ୟ କରିବ। ଜୀବନର ନୂଆ ଚାପ୍ଟର ଆରମ୍ଭ କରୁଛି, ଆପଣଙ୍କ ସହଯୋଗ ଆଶା ସେ କହିଛନ୍ତି। 

Advertisment

ଗାଙ୍ଗୁଲି ଇସ୍ତଫା ଦେଇନଥିବା ଜୟ ଶାହା କହିଛନ୍ତି। ବିସିସିଆଇ ସଂପାଦକ ଜୟ ଶାହାଙ୍କ ସ୍ପଷ୍ଟୀକରଣ ଦେଇଛନ୍ତି। ଜୟ ଶାହା ସ୍ପଷ୍ଟ କରିଥିବା ନେଇ ANI ଟୁଇଟ୍ କରିଛି। 

Advertisment

ଏଭଳି ଟୁଇଟ୍ ପରେ ଗାଙ୍ଗୁଲି ରାଜନୀତିରେ ପାଦ ଥାପୁଥିବା ଚର୍ଚ୍ଚା ହେଉଛି। ା କାରଣ କିଛି ଦିନ ତଳେ ଗୃହମନ୍ତ୍ରୀ ଅମିତ ଶାହ ସୌରଭ ଗାଙ୍ଗୁଲିଙ୍କ ଘରେ ଭୋଜନ କରିଥିଲେ। କିନ୍ତୁ ଏ ସମ୍ପର୍କରେ କୌଣସି ସ୍ପଷ୍ଟ କରିନଥିଲେ ଉଭୟେ। ଏବେ ଟୁଇଟ୍ ପରେ କ୍ରିକେଟ୍ ମୈଦାନରୁ ଦାଦା ରାଜନୀତିର ମୈଦାନରେ ନୂଆ ଇନିଂସ ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଏହି ଚର୍ଚ୍ଚା ଭିତରେ ଗାଙ୍ଗୁଲି ଇସ୍ତଫା ଦେଇନଥିବାନେଇ ଟୁଇଟ୍ କରି କହିଛନ୍ତି ବିସିସିଆଇ ସଂପାଦକ ଜୟ ଶାହା।

BCCI Sourav Ganguly
Advertisment
Advertisment