/odishatv-khabar/media/post_attachments/uploadimage/library/16_9/16_9_0/IMAGE_1706254207.jpg)
Sania Mirza
ପାକିସ୍ତାନୀ କ୍ରିକେଟର୍ ସୋଏବ ମଲିକଙ୍କ ସହ ସାନିଆ ମିର୍ଜାଙ୍କ ଛାଡ଼ପତ୍ରକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଆଉ ଉଭୟଙ୍କ ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ନିକଟରେ ତୃତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୋଏବ ମଲିକ । ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦ୍ଙ୍କୁ ସେ ବିବାହ କରିଛନ୍ତି ।
ଆଉ ଏପରି ସମୟରେ ସାନିଆ ମିର୍ଜାଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମର ଏକ ପୋଷ୍ଟ ବେଶ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ସାନିଆ ଏକ ମିରର ଆଗରେ ଛିଡ଼ା ହୋଇଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି । ସୋଏବଙ୍କ ସହ ଛାଡପତ୍ର ଘୋଷଣା କରିବାର କିଛି ଦିନ ପରେ ଏହି ପୋଷ୍ଟ କରାଯାଇଛି । ଅଭିନେତ୍ରୀ ସାନା ଜାଭେଦଙ୍କ ସହ ସୋଏବଙ୍କ ବିବାହ ପରେ ମିର୍ଜାଙ୍କ ପରିବାର ସୋସିଆଲ ମିଡିଆରେ ନିଶ୍ଚିତ କରିଛନ୍ତି ଯେ ସେ ଏବଂ ସୋଏବ କିଛି ମାସ ହେବ ଛାଡପତ୍ର ଦେଇଛନ୍ତି ।
ସାନିଆ ସବୁବେଳେ ତାଙ୍କର ବ୍ୟକ୍ତିଗତ ଜୀବନକୁ ସାଧାରଣ ଲୋକଙ୍କ ନିକଟରୁ ଦୂରେଇ ରଖିଥା’ନ୍ତି । ତଥାପି ସୋଏବଙ୍କୁ ତାଙ୍କ ଆଗାମୀ ନୂତନ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ତାହା ସହିତ ସମସ୍ତ ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କୁ କୌଣସି କଳ୍ପନା ଜଳ୍ପନାରୁ ନିବୃତ୍ତ ରହିବାକୁ କହିବା ସହ ସେମାନଙ୍କ ଏହି ପାରିବାରିକ କଥାରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି ।
ସାନିଆ ଓ ସୋଏବଙ୍କ ଏକ ପାଞ୍ଚ ବର୍ଷର ପୁଅ ରହିଛି । ତାଙ୍କ ନାଁ ଇଜାନ । ସେ ସାନିଆ ମିର୍ଜାଙ୍କ ସହ ରହୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)