Advertisment

ଏନସିବିରୁ ହଟିଲେ ସିଂଘମ୍ ଅଫିସର୍ ସମୀର ୱାଙ୍ଖଡେ

ମୁମ୍ବାଇ କ୍ରୁଜ ପାର୍ଟି ଡ୍ରଗ୍ସ ମାମଲାରେ ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
sameer wankhede

sameer wankhede

ମୁମ୍ବାଇ: ଶେଷରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)ରୁ ହଟିଲେ ବିବାଦୀୟ ଅଧିକାରୀ ସମୀର ୱାଙ୍ଖଡେ। ମୁମ୍ବାଇ ଏନସିବିର ଜୋନାଲ ନିର୍ଦ୍ଦେଶକ ଥିବା ସମୀର ଓ୍ୱାଙ୍ଖଡେଙ୍କ ଏହି ପଦବୀର ଅବଧି ଆଉ ବୃଦ୍ଧି କରାଯାଇନାହିଁ। ୨୦୨୧ ଡିସେମ୍ବର ୩୧ରେ ତାଙ୍କର ଏନସିବିରେ ଚାକିରୀ ଅବଧି ଶେଷ ହୋଇଛି। ତେବେ ତାଙ୍କ ଚାକିରୀ ସମ୍ପ୍ରସାରଣ ନକରି ପୁନର୍ବାର ତାଙ୍କୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ବା DRI ବିଭାଗକୁ ପଠାଇ ଦିଆଯାଇଛି।

Advertisment

ଆଇଆରଏସ ଅଧିକାରୀ ସମୀର ଓ୍ୱାଙ୍ଖଡେ ଅଗଷ୍ଟ ୨୦୨୦ରେ ଏନସିବି ମୁମ୍ବାଇ ଜୋନ୍‌ର ମୁଖ୍ୟ ଭାବେ ଦାୟିତ୍ୱ ନେଇଥିଲେ। ମୁମ୍ବାଇ କ୍ରୁଜ ପାର୍ଟି ଡ୍ରଗ୍ସ ମାମଲାରେ ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ତେବେ ଏହି ମାମଲାରେ ତାଙ୍କର କାର୍ଯ୍ୟାନୁଷ୍ଠାନକୁ ନେଇ ସେ ବିବାଦୀୟ ମଧ୍ୟ ହୋଇଥିଲେ। ତାଙ୍କର ଏହି କାର୍ଯ୍ୟକାଳ ଭିତରେ ସେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ଡ୍ରଗ୍ସ ମାମଲାର ତଦନ୍ତ କରିଥିଲେ।

ଡ୍ରଗ୍ସ କାରବାର ଓ ତଦନ୍ତର ନିରପେକ୍ଷତାକୁ ନେଇ ଏନସିପି ନେତା ତଥା ମହରାଷ୍ଟ୍ର ମନ୍ତ୍ରୀ ନବାବ ମଲ୍ଲିକ  ଓ ସମୀର ୱାଙ୍ଖଡେଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଲାଗିଥିଲା। ଏହା ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ନୱାବ କହିଥିଲେ ଯେ ସମୀର ଦୁଇଟି ବିବାହ କରିଛନ୍ତି। କେବଳ ବିବାହ ନୁହେଁ ବରଂ ନିଜ ଧର୍ମ ପରିବର୍ତ୍ତନ କରିଥିବାର ଖବର ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଛି । ଏହାସହ ସମୀରଙ୍କ ଫର୍ଜୀ ବାର୍ଥ ସାର୍ଟିଫିକେଟ୍ ସେୟାର କରିବା ସହ ଧର୍ମ ପରିବର୍ତ୍ତନ କରି ଚାକିରି କରିଥିବାର ଅଭିଯୋଗ କରିଥିଲେ। 

Advertisment

ତେବେ ସମୀର ୱାଙ୍ଖଡେଙ୍କୁ ଟାର୍ଗେଟ୍ କରାଯାଉଥିବାରୁ ଏନେଇ ସମୀର ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟଙ୍କୁ ଜଣାଇଥିଲେ। ଏଥିସହ ତାଙ୍କ ଭଉଣୀ ଓ ତାଙ୍କ ଦିବଙ୍ଗତ ମା’ଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି ବୋଲି ସେ କହିଥିଲେ। ଏନେଇ ସେ ସ୍ୱତନ୍ତ୍ର ଏନଡିପିଏସ୍‌ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ

Mumbai NCB
Advertisment
Advertisment