/odishatv-khabar/media/post_attachments/uploadimage/library/16_9/16_9_0/Sadguru_1655901088.jpg)
Sadguru
୧୦୦ ଦିନର ମୋଟର ସାଇକେଲ୍ ଯାତ୍ରା। ୭୪ଟି ଦେଶ ଭ୍ରମଣ। ୩୦ ହଜାର କିଲୋମିଟର ଅତିକ୍ରମ। ବିଶ୍ୱର ୩୨୦ କୋଟି ଲୋକଙ୍କ ପାଖରେ ପହଞ୍ଚିଛି ମୃତ୍ତିକା ସଂରକ୍ଷଣର ବାର୍ତ୍ତା। ସେଭ୍ ସଏଲ୍ ଅଭିଯାନରେ ସଦଗୁରୁ ଜଗି ବାସୁଦେବ ଏକାକି ମୋଟର ସାଇକେଲ୍ରେ ଶହେ ଦିନ ଭ୍ରମଣ କରି ୭୪ଟି ଦେଶର ପ୍ରାୟ ୩୨୦ କୋଟି ଲୋକଙ୍କ ପାଖରେ ପହଞ୍ଚିଥିବା କହିଛନ୍ତି।
Advertisment
ମହିଶୂରରେ ଏହି ଯାତ୍ରାର ଉଦଯାପନୀ ଉତ୍ସବରେ ଏହା କହିଛନ୍ତି ସଦଗୁରୁ। ସଂରକ୍ଷଣ ପ୍ରୟାସରେ ମୃତ୍ତିକା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଏହି ଅଭିଯାନରେ ସେ ଭେଟିଥିବା ସମସ୍ତ ଦେଶର ସରକାର ତାଙ୍କୁ ସକାରାତ୍ମକ ଭାବେ ପ୍ରତିକ୍ରିୟା ଜଣାଇଥିଲେ ଏବଂ ସଏଲ୍ ପଲିସି ଡିକ୍ଲାରେସନ୍ ଦେଇଥିଲେ।
କ୍ଷୁଦ୍ର ଦେଶ ଗୁଡ଼ିକରେ ମୃତ୍ତିକା ସଂରକ୍ଷଣ ପାଇଁ ତାଙ୍କ ସଂସ୍ଥା ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏଥିସହ ସମସ୍ତଙ୍କୁ ପ୍ରତିଦିନ ୧୦ ମିନିଟ ଲେଖାଏଁ ମୃତ୍ତିକା ସଂରକ୍ଷଣ ଦିଗରେ ସଚେତନତା ସୃଷ୍ଟି ଦିଗରେ ବିନିଯୋଗ କରିବାକୁ ସଦଗୁରୁ ଆହ୍ବାନ ଦେଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)