Advertisment

ମାସ ଆରମ୍ଭରୁ ଗ୍ରାହକଙ୍କୁ ଲାଗିପାରେ ଝଟ୍‌କା ! ଏପ୍ରିଲ ୧ରୁ ବଦଳିପାରେ ଏହିସବୁ ନିୟମ...

ଆସନ୍ତାକାଲିଠୁ ଅର୍ଥାତ୍‌ ଏପ୍ରିଲ ୧ରୁ କିଛି ନୂଆ ନିୟମ ଲାଗୁ ହେବାକୁ ଥିବା ବେଳେ ଆଉ କିଛି ଜିନିଷରେ ପରିବର୍ତ୍ତନ ହେବାକୁ ଯାଉଛି। ଯଦ୍ୱାରା ଜନତାଙ୍କ ଉପରେ ସିଧାସଳଖ ଏହାର ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Rules Changes From 1st April 2023

Rules Changes From 1st April 2023

Advertisment

ଆସନ୍ତାକାଲିଠୁ ଅର୍ଥାତ୍‌ ଏପ୍ରିଲ ୧ରୁ କିଛି ନୂଆ ନିୟମ ଲାଗୁ ହେବାକୁ ଥିବା ବେଳେ ଆଉ କିଛି ଜିନିଷରେ ପରିବର୍ତ୍ତନ ହେବାକୁ ଯାଉଛି। ଯଦ୍ୱାରା ଜନତାଙ୍କ ଉପରେ ସିଧାସଳଖ ଏହାର ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି। ଗ୍ୟାସ୍‌ ସିଲିଣ୍ଡର ଦରଠୁ ଆରମ୍ଭ କରି ଅତି ଜରୁରୀ ମେଡିସିନ୍‌ ଦାମ୍‌ ବୃଦ୍ଧି ପର୍ଯ୍ୟନ୍ତ ଅନେକ ଜିନିଷ ସାମିଲ ଅଛି। ଆସନ୍ତୁ, ଜାଣିବା ଏପ୍ରିଲ ୧ରୁ କେଉଁ କେଉଁ ସବୁ ଜିନିଷର ଦାମ୍‌ ବୃଦ୍ଧି ପାଇବା ସହ କ’ଣ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି।

Advertisment

ପେଟ୍ରୋଲ-ଡିଜେଲ ଓ ଗ୍ୟାସ୍‌ ଦର ବଢ଼ିପାରେ...

ସରକାରୀ ତୈଳ କମ୍ପାନୀ ପ୍ରତ୍ୟେକ ମାସର ପହିଲାରେ ପେଟ୍ରୋଲ-ଡିଜେଲଠୁ ଆରମ୍ଭ କରି ଗ୍ୟାସ୍‌ ସିଲିଣ୍ଡର ପର୍ଯ୍ୟନ୍ତ ଦର ଜାରି କରିଥାଏ। ମାର୍ଚ୍ଚରେ ଉଭୟ ଘରୋଇ ଓ କମର୍ସିଆଲ LPG ସିଲିଣ୍ଡର ଦର ବୃଦ୍ଧି ପାଇଥିଲା। ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କା ବଢି ଥିବାବେଳେ କମର୍ସିଆଲ LPG ସିଲିଣ୍ଡର ଦର ୩୫୦ ଟଙ୍କା ୫୦ ପଇସା ବୃଦ୍ଧି ପାଇଥିଲା। ତେଣୁ ଆସନ୍ତା ମାସ ଅର୍ଥାତ୍‌ ଏପ୍ରିଲରେ ପୁଣି ଗ୍ୟାସ୍‌ ଦର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। 

ଏପ୍ରିଲରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ(Bank Holidays In April 2023)...

ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (RBI) ଏପ୍ରିଲ ପାଇଁ ବ୍ୟାଙ୍କ ଛୁଟି ତାଲିକା(Bank Holidays List) ଜାରି କରିଛି। ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ ଏପ୍ରିଲରେ ମୋଟ୍‌ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଛୁଟି ତାଲିକାରେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି। ଏହାବ୍ୟତୀତ କିଛି ପର୍ବପର୍ବାଣୀ ଓ ବିଶେଷ ଦିନକୁ ମଧ୍ୟ ଦୃଷ୍ଟିରେ ରଖି ବ୍ୟାଙ୍କ କାର୍ଯ୍ୟ ହେବ ନାହିଁ।

Advertisment

୭ ଲକ୍ଷରୁ କମ୍‌ ଆୟ କରୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବନି ଟ୍ୟାକ୍ସ...

ଏପ୍ରିଲ ୧ରୁ ନୂଆ ଆୟକର ବ୍ୟବସ୍ଥା (New Income Tax regime) ଅନୁସାରେ ଆୟକରଦାତାଙ୍କୁ ଆଶ୍ୱସ୍ତି ମିଳିବ। ବଜେଟ୍‌ ୨୦୨୩ (Budget 2023) ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ନୂଆ ଆୟକର ବ୍ୟବସ୍ଥା ଅନୁସାରେ, ଟିକସ ଯୋଗ୍ୟ ଆୟକୁ ବୃଦ୍ଧି କରାଯାଇ ୩ ଲକ୍ଷ ପର୍ଯ୍ୟନ୍ତ କରାଯାଇଛି। ଅର୍ଥାତ୍‌ ବାର୍ଷିକ ୩ ଲକ୍ଷ ପର୍ଯ୍ୟନ୍ତ ଇନ୍‌କମ୍‌ କରୁଥିବା ବ୍ୟକ୍ତିଙ୍କୁ କୌଣସି ଇନ୍‌କମ୍‌ ଟ୍ୟାକ୍ସ (Income Tax) ଦେବାକୁ ପଡ଼ିବ ନାହିଁ। ଏହାସହ ବାର୍ଷିକ ୭ ଲକ୍ଷରୁ କମ୍‌ ଇନ୍‌କମ୍‌ ମରୁଥିବା ବ୍ୟକ୍ତିଙ୍କୁ ମଧ୍ୟ କୌଣସି ଇନ୍‌କମ୍‌ ଟ୍ୟାକ୍ସ ଦେବାକୁ ପଡ଼ିବନି। ତେବେ ଏହାର ଫାଇଦା କେବଳ ନୂଆ ଆୟକର ବ୍ୟବସ୍ଥା ବାଛିଥିବା ଆୟକରଦାତାଙ୍କୁ ମିଳିବ।

ମହଙ୍ଗା ହେବ କାର୍‌...

ଅନେକ କାର୍‌ କମ୍ପାନୀ ସେମାନଙ୍କର କାର୍‌ ଦାମ୍‌ ବୃଦ୍ଧି କରିପାରନ୍ତି। ଅଟୋମୋବାଇଲ୍‌ କମ୍ପାନୀ ମାରୁତି ସୁଜ୍‌କୀ ଇଣ୍ଡିଆ ଲିମିଟେଡ୍‌, ହୋଣ୍ଡା କାର୍‌ସ୍‌, ଟାଟା ମୋଟର୍ସ ଓ ହିରୋ ମୋଟୋକୋର୍ପ ସମେତ ଅନେକ କାର୍‌ କମ୍ପାନୀ ଏପ୍ରିଲ ୧ରୁ କାର୍‌ ଦାମ୍‌ ବୃଦ୍ଧି କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। 

Advertisment

ଆହୁରି ମହଙ୍ଗା ହେବ ସୁନା...

ଏପ୍ରିଲ ୧ରୁ ସୁନା ଦର ମଧ୍ୟ ବୃଦ୍ଧି ପାଇପାରେ। ଯାହାକି ଗ୍ରାହକଙ୍କୁ ଏକ ବଡ଼ ଝଟ୍‌କା ଲାଗିପାରେ। ଏପ୍ରିଲ ୧ରୁ ସୁନା ଅଳଙ୍କାର ବିକ୍ରି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି। ନୂଆ ନିୟମ ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ ୩୧ ପରେ ୪ ଅଙ୍କ ବିଶିଷ୍ଟ ହଲ୍‌ମାର୍କ ୟୁନିକ୍‌ ଆଇଡେଣ୍ଟିଫେକେସନ୍‌ର ଅଳଙ୍କାର ବିକ୍ରି ହେବନାହିଁ। ଏପ୍ରିଲ ୧ରୁ କେବଳ ୬ ଅଙ୍କ ବିଶିଷ୍ଟ ହଲ୍‌ମାର୍କ ଅଳଙ୍କାର ବିକ୍ରି ହେବ। 

ପାରାସିଟାମଲ୍‌ ସମେତ ଏହିସବୁ ଔଷଧର ଦାମ୍‌ ବଢ଼ିପାରେ...

ଏପ୍ରିଲ ୧ରୁ ମହଙ୍ଗା ହେବ ୮ଶହରୁ ଅଧିକ ଅତିଜରୁରୀ ଔଷଧ ଯାହା ଦର ଅଛି, ଆହୁରି ୧୨ ପ୍ରତିଶତ ବଢ଼ିଯିବ । ଫଳରେ ନିତିଦିନିଆ ଔଷଧ ଖାଉଥିବା କ୍ରୋନିକ୍ ଡିଜିଜ୍ ରୋଗୀ ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି । ଏ ଔଷଧ ତାଲିକାରେ ରହିଛି, ପେନ୍ କିଲର୍ ଡାଇକ୍ଲୋଫେନାକ୍, ମରଫିନ୍ ଠାରୁ ଆରମ୍ଭ କରି ଜ୍ୱର ଔଷଧ ପାରାସିଟାମଲ୍, ଆଣ୍ଟିବାୟୋଟିକ୍ ଆମୋକ୍ସିସିଲିନ୍, ସେଫାଡ୍ରକ୍ସିଲ, ମ୍ୟାଲେରିଆ ଔଷଧ କ୍ଲୋରାକୁଇନ୍, କୁଇନାଇନ୍, ରକ୍ତହୀନତା ପାଇଁ ବ୍ୟବହାର ହେଉଥିବା ଫଲିକ୍ ଏସିଡ୍, ଆଇରନ୍ ସୁକ୍ରୋଜ୍ ସମେତ ହେପାଟାଇଟିସ୍-ବି, ଜାପାନିଜ୍ ଏନସେଫାଲାଇଟିସ ଓ ମିଳିମିଳା ଭ୍ୟାକସିନ୍ ଇତ୍ୟାଦି ।

ଏପ୍ରିଲ ୧ରୁ ମହଙ୍ଗା ହେବ UPI ଟ୍ରାଞ୍ଜାକ୍ସନ ! 

ଏପ୍ରିଲ ୧ରୁ ୟୁପିଆଇ ଟ୍ରାଞ୍ଜାକ୍ସନ(UPI Transaction) ମହଙ୍ଗା ହୋଇପାରେ। ଏପ୍ରିଲ ୧ରୁ ୟୁପିଆଇ ଜରିଆରେ ହେଉଥିବା ବ୍ୟବସାୟିକ ପେମେଣ୍ଟ ଉପରେ PPI ଚାର୍ଜ ଲାଗୁ ହେବ। ୧.୧% ପର୍ଯ୍ୟନ୍ତ ଇଣ୍ଟରଚେଞ୍ଜ ଫି’ ଲାଗୁ ହେବ। ତେବେ ସାଧାରଣ ଗ୍ରାହକଙ୍କ ପାଇଁ(Bank Account To Bank Account Based UPI Payments) କୌଣସି ଚାର୍ଜ ଲାଗୁ ହେବ ନାହିଁ। 

ଅଧିକ ପଢ଼ନ୍ତୁ: UPI ପେମେଣ୍ଟ କରିଦେବ କାଙ୍ଗାଳ ! ଡିଜିଟାଲ୍ ନେଣଦେଣ ସମୟରେ କରନ୍ତୁନି ୫ ଭୁଲ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ