Advertisment

ଏପ୍ରିଲ ୧ରୁ ମହଙ୍ଗା ହେବ UPI ଟ୍ରାଞ୍ଜାକ୍ସନ ! ଜାଣନ୍ତୁ କାହା ପାଇଁ ଲାଗିବ ଏକ୍ସଟ୍ରା ଚାର୍ଜ...

ନ୍ୟାସନାଲ୍‌ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ(NPCI) UPI ପେମେଣ୍ଟକୁ ନେଇ ବିଜ୍ଞପ୍ତି ଜାରି କରିଛି। ଏଥିରେ ଏପ୍ରିଲ ୧ରୁ ୟୁପିଆଇ ଜରିଆରେ ହେଉଥିବା ବ୍ୟବସାୟିକ ପେମେଣ୍ଟ ଉପରେ PPI ଚାର୍ଜ ଲାଗୁ ହେବ। ତେବେ ସାଧାରଣ ଗ୍ରାହକଙ୍କ ପାଇଁ କୌଣସି ଚାର୍ଜ ଲାଗୁ ହେବ ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
UPI Payment Charges From 1st April

UPI Payment Charges From 1st April

୨ ଦିନ ପରେ ଅର୍ଥାତ୍‌ ଏପ୍ରିଲ୍‌ ୧ରୁ କିଛି ନୂଆ ନିୟମ ଲାଗୁ ହେବାକୁ ଥିବା ବେଳେ ଆଉ କିଛି ଜିନିଷରେ ପରିବର୍ତ୍ତନ ହେବାକୁ ଯାଉଛି। ଏସବୁ ଭିତରେ ୟୁପିଆଇ ନେଣଦେଣ ଅର୍ଥାତ୍‌ ୟୁପିଆଇ ଟ୍ରାଞ୍ଜାକ୍ସନ(UPI Transaction) ମହଙ୍ଗା ହେବ। ନ୍ୟାସନାଲ୍‌ ପେମେଣ୍ଟସ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ(NPCI) UPI ପେମେଣ୍ଟକୁ ନେଇ ବିଜ୍ଞପ୍ତି ଜାରି କରିଛି। ଏଥିରେ ଏପ୍ରିଲ ୧ରୁ ୟୁପିଆଇ ଜରିଆରେ ହେଉଥିବା ବ୍ୟବସାୟିକ ପେମେଣ୍ଟ ଉପରେ PPI ଚାର୍ଜ ଲାଗୁ ହେବ। ୧.୧% ପର୍ଯ୍ୟନ୍ତ ଇଣ୍ଟରଚେଞ୍ଜ ଫି’ ଲାଗୁ ହେବ। ତେବେ ସାଧାରଣ ଗ୍ରାହକଙ୍କ ପାଇଁ(Bank Account To Bank Account Based UPI Payments) କୌଣସି ଚାର୍ଜ ଲାଗୁ ହେବ ନାହିଁ। 

Advertisment


ଅଧିକ ପଢ଼ନ୍ତୁ: UPI ପେମେଣ୍ଟ କରିଦେବ କାଙ୍ଗାଳ ! ଡିଜିଟାଲ୍ ନେଣଦେଣ ସମୟରେ କରନ୍ତୁନି ୫ ଭୁଲ୍

Advertisment

ଲାଗିପାରେ ଏତିକି ଅଧିକ ଶୁଳ୍କ(ଏକ୍ସଟ୍ରା ଚାର୍ଜ)...

ଏହା ପୂର୍ବରୁ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶିତ ହୋଇଥିଲା ଯେ, ମଙ୍ଗଳବାର ଜାରି ହୋଇଥିବା ଏହି ସର୍କୁଲାର ଅନୁସାରେ, NPCI ଏକ୍ସଟ୍ରା ଚାର୍ଜ ଲାଗୁ କରା ଯାଇପାରେ। ୦.୫-୧.୧% ଚାର୍ଜ ଲାଗୁ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ୧.୧% ପର୍ଯ୍ୟନ୍ତ ବ୍ୟବସାୟିକ ପେମେଣ୍ଟ ଉପରେ PPI ଚାର୍ଜ ଲାଗୁ ପାଇଁ NPCI ବିଜ୍ଞପ୍ତି ଜାରି କରିଛି। ଯାହାକି ସାଧାରଣ ଗ୍ରାହକଙ୍କ ପାଇଁ କୌଣସି ଚାର୍ଜ ଲାଗୁ ହେବ ନାହିଁ। ଏହା କେବଳ ବ୍ୟବସାୟିକ ପେମେଣ୍ଟ ଉପରେ ଲାଗୁ ହେବ। 

UPI ଜରିଆରେ ୨ ହଜାରରୁ ଅଧିକ ଟଙ୍କା ଟ୍ରାଞ୍ଜାକ୍ସନ କଲେ ୧.୧% ପ୍ରିପେଡ୍‌ ପେମେଣ୍ଟ ଇନ୍‌ଷ୍ଟ୍ରୁମେଣ୍ଟ(PPI) ଲାଗୁ ହେବ। ଏହି ଚାର୍ଜ କେବଳ ବ୍ୟବସାୟିକ ଟ୍ରାଞ୍ଜାକ୍ସନ ଅର୍ଥାତ୍‌ ବ୍ୟବସାୟିକ ପେମେଣ୍ଟ କରୁଥିବା ୟୁଜର୍ସଙ୍କୁ ଦେବାକୁ ପଡ଼ିବ। ଏପ୍ରିଲ ୧ରୁ UPI ପେମେଣ୍ଟ ଅର୍ଥାତ୍‌ ଗୁଗଲ୍‌ ପେ’(Google Pay), ଫୋନ୍‌ ପେ’(Phone Pay), ପେଟିଏମ୍‌ (Paytm) ଭଳି ଅନ୍‌ଲାଇନ୍‌ ପେମେଣ୍ଟ ଜରିଆରେ ଆପଣ ଯଦି ବ୍ୟବସାୟିକ ଟ୍ରାଞ୍ଜାକ୍ସନ ୨ ହଜାରରୁ ଅଧିକ ଟଙ୍କା  କରୁଛନ୍ତି, ତା’ହେଲେ ଏଥିପାଇଁ ଆପଣଙ୍କୁ ଏକ୍ସଟ୍ରା ଚାର୍ଜ ଦେବେ। ପାଖାପାଖି ୭୦% ୟୁପିଆଇ ପିୟର-ଟୁ-ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ ୨ ହଜାରରୁ ଅଧିକ ଟଙ୍କା UPI ଜରିଆରେ ହୋଇଥାଏ। ଏଠାରେ କହି ରଖୁଛୁ ଯେ, PPI ରେ ୱାଲେଟ୍‌ କିମ୍ବା କାର୍ଡ ଜରିଆରେ ଟ୍ରାଞ୍ଜାକ୍ସନ ମଧ୍ୟ ହୋଇଥାଏ। 

କାହା ଉପରେ ଲାଗିବନି ଚାର୍ଜ...

ସାଧାରଣ ଗ୍ରାହକଙ୍କ ପାଇଁ କୌଣସି ଚାର୍ଜ ଲାଗୁ ହେବ ନାହିଁ। ଏଥିସହ NPCI ଭିନ୍ନ ଭିନ୍ନ କ୍ଷେତ୍ର ପାଇଁ ଭିନ୍ନ ଭିନ୍ନ ଇଣ୍ଟରଚେଞ୍ଜ ଫି’ ନିର୍ଦ୍ଧାରିତ କରାଯାଇଛି। ଫାର୍ମିଂ ଓ ଟେଲିକମ୍‌ ସେକ୍ଟରରେ ସବୁଠାରୁ କମ୍‌ ଇଣ୍ଟରଚେଞ୍ଜ ଫି’ ଲାଗୁ କରାଯିବ। ସୂଚନାଥାଉ କି, ଇଣ୍ଟରଚେଞ୍ଜ ଫି’ ମର୍ଚାଣ୍ଟ ଟ୍ରାଞ୍ଜାକ୍ସନ ଅର୍ଥାତ୍ ବ୍ୟବସାୟୀଙ୍କୁ ପେମେଣ୍ଟ କରୁଥିବା ୟୁଜର୍ସଙ୍କୁ ଦେବାକୁ ପଡ଼ିବ। ଏହି ସର୍କୁଲାର ଅନୁସାରେ, ବ୍ୟାଙ୍କ ଆକାଉଣ୍ଟ ଓ PPI ୱାଲେଟ୍‌ ମଧ୍ୟରେ ପିୟର-ଟୁ-ପିୟର (P2P) ଏବଂ ପିୟର-ଟୁ-ମର୍ଚାଣ୍ଟ(P2PM)ରେ କୌଣସି ଟ୍ରାଞ୍ଜାକ୍ସନ ଉପରେ ଚାର୍ଜ ଲାଗିବ ନାହିଁ।

UPI Payment
Advertisment
Advertisment