• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ- RSSର ତୃତୀୟ ବର୍ଷ ସଂଘ ଶିକ୍ଷା ବର୍ଗ ସମାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଗତକାଲି ମହାରାଷ୍ଟ୍ର ନାଗପୁର ସ୍ଥିତ ସଂଘର ମୁଖ୍ୟ କାର୍ଯ୍ୟାଳୟ ଠାରେ ଏହି ସମାରୋହର ଆୟୋଜନ କରାଯାଇଥିଲା । ଏଥିରେ ଜଗଦଗୁରୁ ଡକ୍ଟର ମଲ୍ଲିକାର୍ଜୁନ ବିଶ୍ୱାରାଧ୍ୟ ଶିବାଚାର୍ଯ୍ୟ ମହାସ୍ୱାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଓ୍ୱିପ୍ରୋର ରିସଦ୍ ପ୍ରେମଜୀ,ଲୋକଗୀତ ଗାୟକ ପଦ୍ମଶ୍ରୀ ଅନଓ୍ୱାର ଖାନ୍, ଜୋହୋ ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ଦେଶର ୭ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରିଥିଲେ ସରସଂଘ ଚାଳକ ଡକ୍ଟର ମୋହନ ଭାଗବତ ।

ବୈଜୟନ୍ତ ସପରିବାରେ ଉତ୍ସବରେ ସାମିଲ ହେବା ସହ ଓଡ଼ିଶା ରୁ ଯାଇଥିବା ସ୍ୱୟଂସେବକଙ୍କ ସହ ମତ ବିନିମୟ କରିଥିଲେ । କୋଭିଡ୍ ମହାମାରୀକୁ ନେଇ ଦୁଇ ବର୍ଷ ବନ୍ଦ ରହିବା ପରେ ଆରଏସଏସ୍ ଏହାର ଶିକ୍ଷାବର୍ଗ ବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ଏପ୍ରିଲ ମାସରୁ ଆରମ୍ଭ କରିଥିଲା ।

ଅଧିକ ପଢ଼ନ୍ତୁ: ପ୍ରତି ମାସରେ ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ: ବୈଜୟନ୍ତ

ସଂଘର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଲାଗି କାର୍ଯ୍ୟକର୍ତ୍ତା ପ୍ରସ୍ତୁତ କରିବା ଲାଗି ଏହି ପ୍ରଶିକ୍ଷଣ ଦିଆଯାଏ । ଏହା ଅନ୍ତର୍ଗତ ଶାରିରୀକ ଭାବେ ସୁସ୍ଥ ରହିବା ଲାଗି ଉଦ୍ଦିଷ୍ଟ ଯୋଗ ଓ ବ୍ୟାୟାମ ସହ ବୌଦ୍ଧିକ ବିକାଶ, ବିପର୍ଯ୍ୟୟ ବେଳେ ସେବା ଦାନ, ଗ୍ରାମୀଣ ବିକାଶ, ପାରମ୍ପରିକ କୃଷି ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥାଏ ।

ସେହିପରି ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ସହ ଜ୍ଞାନ ପ୍ରଦାନ କରାଯାଏ। ଉତ୍ସର୍ଗୀକୃତ ସଦସ୍ୟ ପ୍ରଶିକ୍ଷଣ ପ୍ରାପ୍ତି ପରେ କ୍ୟାଡରର ମାନ୍ୟତା ପାଇବା ସହ ସଂଗଠନ ପରିଚାଳନା ଦାୟିତ୍ୱ ନେଇଥାଆନ୍ତି ।