Advertisment

RSS Chief Mohan Bhagwat: ଚର୍ଚ୍ଚାରେ ଭାଗୱତଙ୍କ 'ଆମେ ଦୁଇ ଆମର ତିନି' ମନ୍ତ୍ର; ବଂଶ ରକ୍ଷା-ବିଲୁପ୍ତ ଜନସଂଖ୍ୟା ରୋକିବାକୁ ପରାମର୍ଶ...

ଆମେ ଦୁଇ ଆମର ତିନି । ପ୍ରତି ପରିବାରରେ ଜନ୍ମ ନେବା ଉଚିତ୍ ୩ ସନ୍ତାନ । ଏଥିରୁ କମ୍ ହେଲେ କ୍ରମଶଃ ବଂଶରକ୍ଷା ହେବ କଷ୍ଟକର । ଦେଶର ଜନସଂଖ୍ୟା ହେବ ବିଲୁପ୍ତି ମୁହାଁ । ଏକଥା ବିଜ୍ଞାନ କି ଇତିହାସ ନୁହେଁ ବରଂ ଶାସ୍ତ୍ର କହୁଛି। ଗତକାଲି ଦିଲ୍ଲୀରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମ ଅବସରରେ ଖୋଦ୍ ଆରଏସଏସ୍ ପ୍ରମୁଖ ମୋହନ ଭାଗୱତଙ୍କ ଦେଶବାସୀଙ୍କୁ ଏଭଳି ସନ୍ତାନ ବୃଦ୍ଧି ମନ୍ତ୍ରକୁ ନେଇ ବଢିଛି ଚର୍ଚ୍ଚା।

author-image
Sujit kumar Swain
RSS Chief Mohan Bhagwat

RSS Chief Mohan Bhagwat

ଯେଉଁ ପରିବାରରେ ନଥିବେ ତିନି ସନ୍ତାନ, ସେଠି କଷ୍ଟସାଧ୍ୟ ହେବ ବଂଶରକ୍ଷା। ଦେଶର ଜନସଂଖ୍ୟା ବି ହୋଇଯିବ ବିଲୁପ୍ତ ମୁହାଁ। ଖୋଦ୍ ଆରଏସଏସ୍ ପ୍ରମୁଖ ମୋହନ ଭାଗୱତଙ୍କ ଏଭଳି ଶଙ୍କାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାସହ ସଠିକ ସମୟରେ ବିବାହ ଓ ୩ ସନ୍ତାନ ପ୍ରସବ ସ୍ବାସ୍ଥ୍ୟକର ବୋଲି ଡାକ୍ତରଙ୍କ ମତ ଥିବା ମଧ୍ୟ ଭାଗବତ କହିବା ପରେ ଏହାକୁ ନେଇ ଚାଲିଛି ଚର୍ଚ୍ଚା ଆଲୋଚନା। ତାସହ ବ୍ୟସ୍ତ ଓ ବ୍ୟୟବହୁଳ ଜୀବନରେ ଏକଥାକୁ କେତେ ଗ୍ରହଣ କରିବେ ଆଜିକାର ଦଂପତ୍ତି ସେ ନେଇ ଉଠିଛି ବଡ଼ ପ୍ରଶ୍ନ।

Advertisment

ଆମେ ଦୁଇ ଆମର ତିନି । ପ୍ରତି ପରିବାରରେ ଜନ୍ମ ନେବା ଉଚିତ୍ ୩ ସନ୍ତାନ । ଏଥିରୁ କମ୍ ହେଲେ କ୍ରମଶଃ ବଂଶରକ୍ଷା ହେବ କଷ୍ଟକର । ଦେଶର ଜନସଂଖ୍ୟା ହେବ ବିଲୁପ୍ତି ମୁହାଁ । ଏକଥା ବିଜ୍ଞାନ କି ଇତିହାସ ନୁହେଁ ବରଂ ଶାସ୍ତ୍ର କହୁଛି। ଗତକାଲି ଦିଲ୍ଲୀରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ୧୦୦ ବର୍ଷ ପୂର୍ତ୍ତି ସମାରୋହ କାର୍ଯ୍ୟକ୍ରମ ଅବସରରେ ଖୋଦ୍ ଆରଏସଏସ୍ ପ୍ରମୁଖ ମୋହନ ଭାଗୱତଙ୍କ ଦେଶବାସୀଙ୍କୁ ଏଭଳି ସନ୍ତାନ ବୃଦ୍ଧି ମନ୍ତ୍ରକୁ ନେଇ ବଢିଛି ଚର୍ଚ୍ଚା। ଭାଗୱତ ଆହୁରି ମଧ୍ୟ କହିଛନ୍ତି- ଭାରତ ଭଳି ଅନ୍ୟ ଦେଶମାନଙ୍କରେ ବି ଜନସଂଖ୍ୟା ହାର ଧୀମା ହେବା ଚିନ୍ତାଜନକ। ଏବେଠୁ ପ୍ରତ୍ୟେକ ନାଗରିକ ସଚେତନ ହେବା ଉଚିତ୍ ଯେ- ସେମାନଙ୍କ ଘରେ ୩ଟି ସନ୍ତାନ ଅଛନ୍ତି। ଯେହେତୁ ଜନସଂଖ୍ୟା ଜନିତ ଅସନ୍ତୁଳନର ମୁଖ୍ୟ କାରଣ ଧର୍ମାନ୍ତରୀକରଣ ପାଲଟିଛି, ତେଣୁ ଏହାକୁ ବନ୍ଦ କରିବାକୁ ପଡ଼ିବ ବୋଲି ମଧ୍ୟ କହିଛନ୍ତି ଭାଗୱତ। ଯାହାକୁ ଦୃଢ଼ ଭାବେ ସମର୍ଥନ କରିଛି ଆରଏସଏସ।

ତେବେ ଏଠି ପ୍ରଶ୍ନ-ଦେଶରେ ହୁ ହୁ ବଢୁଥିବା ଜନସଂଖ୍ୟାରେ ରୋକ୍ ଲଗାଇବାକୁ ଗୋଟିଏ ପଟେ ସରକାର- ଆମେ ଦୁଇ ଆମର ଦୁଇ ବାର୍ତ୍ତା ପ୍ରଚାର କରୁଥିବାବେଳେ ଆରଏସଏସ ପ୍ରମୁଖ ମୋହନ ଭାଗୱତଙ୍କ ଆମେ ଦୁଇ ଆମର ତିନି ଆହ୍ବାନ ହେବ କେତେ ଫଳପ୍ରଦ ? ଯେହେତୁ ସଠିକ ସମୟରେ ବିବାହ ଓ ୩ ସନ୍ତାନ ପ୍ରସବ ମଧ୍ୟ ସ୍ବାସ୍ଥ୍ୟକର ବୋଲି ଡାକ୍ତରଙ୍କ ମତ ଥିବା ଭାଗୱତ କହିଛନ୍ତି, ତେଣୁ ଏବେକାର ବ୍ୟସ୍ତ ଓ ବ୍ୟୟବହୁଳ ଜୀବନରେ ଦେଶ ସ୍ବାର୍ଥ ପାଇଁ ଏହାକୁ କେତେ ଆପଣାଇବେ ଶିକ୍ଷିତ ଓ ଆଧୁନିକ ଦଂପତ୍ତି ? ତାକୁ ନେଇ ବି ସନ୍ଦେହ ପ୍ରକାଶ ପାଇଛି। ତାସହ ତିନିଟି ପର୍ଯ୍ୟନ୍ତ ଗର୍ଭଧାରଣ ପରେ ମାଆ ଓ ଜନ୍ମିତ ଶିଶୁର ସ୍ବାସ୍ଥ୍ୟ ଉପରେ ପଡ଼ିବନି ତ କୁପ୍ରଭାବ ? ଏସବୁ ମାଳ ମାଳ ପ୍ରଶ୍ନ ଭିତରେ ଡାକ୍ତର ବି ହେଲଥ ଟିପ୍ସ ରଖିଥିବାବେଳେ ସାମାଜିକ କର୍ମୀ ରଖିଛନ୍ତି ସାରଗର୍ଭକ ମତ।

Advertisment

ତେବେ ଗତକାଲି ଭାଗବତଙ୍କର କେବଳ ଜନସଂଖ୍ୟା ବୃଦ୍ଧି ମନ୍ତ୍ର ନୁହେଁ ୭୫ ବର୍ଷରେ ରାଜନୀତିରୁ ଅବସର ସଂପର୍କରେ ଦେଇଥିବା ମନ୍ତବ୍ୟ ଉପରେ ବି ଲାଗିରହିଛି ଚର୍ଚ୍ଚା।

RSS RSS Chief Mohan Bhagwat
Advertisment
Advertisment