• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଆଜି ନାଗପୁରରେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭଗବତ ‘ଅଖିଳ ଭାରତୀୟ ପ୍ରତିନିଥି ସଭା’ର ଉଦଘାଟନ କରିଛନ୍ତି । ଆରଏସଏସ୍‌ର ଅଖିଳ ଭାରତୀୟ ପ୍ରତିନିଥି ସଭା ପ୍ରାୟ ତିନିଦିନ ଧରି ଚାଲୁ ରହିବ । ୧୫, ୧୬ ଏବଂ ୧୭ ମାର୍ଚ୍ଚରେ ନାଗପୁରରେ ପ୍ରତିନିଧି ସଭା ଆୟୋଜନ ହେଉଛି । ଏହା ହେଉଛି ଆରଏସଏସ୍‌ର ସବୁଠାରୁ ବଡ଼ କାର୍ଯ୍ୟକ୍ରମ । ଏହି ବୈଠକରେ ପ୍ରାୟ ୧୫୭୦ ବରିଷ୍ଠ ଆରଏସଏସ ଅଧିକାରୀ ଉପସ୍ଥିତ ରହିବେ । ଏଥିରେ ଆରଏସ୍‌ଏସ୍‌ର ବାର୍ଷିକ ପ୍ରଶିକ୍ଷଣ ଶିବିରର ବିଷୟବସ୍ତୁ ଓ ନାମକରଣରେ ପରିବର୍ତ୍ତନ ହୋଇଛି । 

ରାଷ୍ଟ୍ରିୟ ସ୍ୱଂୟ ସେବକ ସଂଘ (ଆରଏସଏସ) ସହ ସାଧାରଣ ସମ୍ପାଦକ ମନମୋହନ ବୈଦ୍ୟ କହିଛନ୍ତି ଯେ, ‘ସଂଗଠନ ଏହାର ବାର୍ଷିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଷୟବସ୍ତୁ ଓ ନାମରେ ପରିବର୍ତ୍ତନ କରିଛି ଏବଂ ସେଗୁଡିକ ଚଳିତ ବର୍ଷ ଠାରୁ ହିଁ କାର୍ଯ୍ୟକାରୀ ହେବ। ନାଗପୁରରେ ଆଜି ଠାରୁ ଆରମ୍ଭ ହୋଇଥିବା ସଂଘର ବାର୍ଷିକ 'ଅଖିଳ ଭାରତୀୟ ପ୍ରତିନିଥି ସଭା' ସମ୍ମିଳନୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହା କହିଛନ୍ତି ।

ବୈଦ୍ୟ କହିଛନ୍ତି ଯେ ରାଷ୍ଟ୍ରିୟ ସ୍ୱଂୟ ସେବକ ସଂଘର ୭ ଦିନିଆ ‘ପ୍ରାଥମିକ ଶିକ୍ଷା ବର୍ଗ’, ୨୦ ଦିନିଆ ‘ପ୍ରଥମ ବର୍ଷ ଶିକ୍ଷା ବର୍ଗ’ , ୨୦ ଦିନିଆ ‘ ଦ୍ୱିତୀୟ ବର୍ଷ ଶିକ୍ଷା ବର୍ଗ ’ ଓ ୨୫ ଦିନିଆ ‘ ତୃତୀୟ ବର୍ଷ ଶିକ୍ଷା ବର୍ଗ’ରେ କିଛି ପରିବର୍ତ୍ତନ କରାଯାଇଛି । ୭ ଦିନିଆ ‘ପ୍ରାଥମିକ ଶିକ୍ଷା ବର୍ଗ’କୁ ୩ କରି ଦିଆଯାଇଛି । ୨୦ ଦିନିଆ ଦ୍ୱିତୀୟ ବର୍ଷ ଶିକ୍ଷା ବର୍ଗକୁ ୧୫ ଦିନ କରାଯାଇଛି ।

ବୈଦ୍ୟ କହିଛନ୍ତି ଯେ, ‘‘ ସଂଗଠନର ‘ଶିକ୍ଷା ବର୍ଗ’ରେ ବହୁ ସଂଖ୍ୟକ ଯୁବକ ଅଂଶଗ୍ରହଣ କରୁଛନ୍ତି । ପ୍ରତିବର୍ଷ ୧୫,୦୦୦ରୁ ୧୭,୦୦୦ ଯୁବକ ପ୍ରଥମ ଶିକ୍ଷା ବର୍ଗରେ ଓ ପ୍ରାୟ ଏକ ଲକ୍ଷ ଯୁବକ ପ୍ରାଥମିକ ଶିକ୍ଷା ବର୍ଗରେ ସାମିଲ ହେଉଛନ୍ତି । ‘ଶିକ୍ଷା ବର୍ଗ’ର ନାମ ମଧ୍ୟ ପରିବର୍ତ୍ତନ କରାଯାଇଛି । 'ଦ୍ୱିତୀୟ ବର୍ଷ ଶିକ୍ଷା ବର୍ଗ' ଓ 'ତୃତୀୟ ବର୍ଷ ଶିକ୍ଷା ବର୍ଗ'କୁ ଯଥାକ୍ରମେ 'କାର୍ଯ୍ୟକର୍ତ୍ତା ବିକାଶ ବର୍ଗ -୧' ଏବଂ 'କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-୨' କୁହାଯିବ ।”