Advertisment

ବଡ଼ ତଥ୍ୟ ଦେଇଛି ରୋଭର, ଚନ୍ଦ୍ରରେ ରହିଛି ଆଲୁମିନିୟମ୍-କ୍ୟାଲସିୟମ୍

ଇଟାନିୟମ୍, ମାଙ୍ଗାନିଜ୍ ଥିବା ସ୍ପଷ୍ଟ କଲା ରୋଭର୍‌ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Chandrayaan 3

Chandrayaan 3

ଚନ୍ଦ୍ର ପୃଷ୍ଠରେ ଅନେକ ପଦାର୍ଥର ସନ୍ଧାନ ପାଇଲା ରୋଭର୍‌ । ସଲଫର୍‌ର ସନ୍ଧାନ ପାଇଥିବା ଇସ୍ରୋ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା । ଆଲୁମିନିୟମ୍, କ୍ୟାଲସିୟମ୍, ଆଇରନ୍, କ୍ରୋମିୟମ୍ ଥିବା ସନ୍ଧାନ । ଟିଟାନିୟମ୍, ମାଙ୍ଗାନିଜ୍ ଥିବା ସ୍ପଷ୍ଟ କଲା ରୋଭର୍‌ । ସେହିଭଳି ସିଲିକନ୍ ଓ ଅମ୍ଳଜାନ ଥିବା ମଧ୍ୟ ସ୍ପଷ୍ଟ କଲା ଇସ୍ରୋ । ଅନ୍ୟପଟେ ଚନ୍ଦ୍ରରେ ହାଇଡ୍ରୋଜେନ୍‌ର ସନ୍ଧାନ ଜାରି ରଖିଛି ରୋଭର୍ । ଚନ୍ଦ୍ରର ଦକ୍ଷିଣ ମେରୁକୁ ଯାଇ ସେଠାରେ ସନ୍ଧାନ କରିବା ପ୍ରଥମ ଘଟଣା । କୌଣସି ଅର୍ବିଟର ସାହାଯ୍ୟରେ ଏଭଳି ପରୀକ୍ଷଣ ସମ୍ଭବ ନୁହେଁ କହିଲା ଇସ୍ରୋ ।

Advertisment

ଇସ୍ରୋ ପୋଷ୍ଟ କରି କହିଛି ଯେ, ପ୍ରଥମ ଥର ପାଇଁ ରୋଭରରେ ଲାଗିଥିବା ‘ଲେଜର-ଇଣ୍ଡ୍ୟୁସଡ୍ ବ୍ରେକଡାଉନ୍ ସ୍ପେକ୍ଟ୍ରସ୍କୋପ୍’ ଚନ୍ଦ୍ରର ଦକ୍ଷିଣ ମେରୁରେ ସଲଫର୍ ଥିବା ନିଶ୍ଚିତ କରିିଛି। ଏଲଆଇବିଏସ ନାମକ ଏହି ପେଲୋଡ୍ ବେଙ୍ଗାଲୁରୁର ଏକ ଲାବୋରେଟୋରୀ ତିଆରି ହୋଇଥିଲା।

Advertisment

ଏହା ପୂର୍ବରୁ ପ୍ରଜ୍ଞାନ ରୋଭର ବାର୍ତ୍ତା ପଠାଇଥିଲା ଯେ, ‘‘ନମସ୍କାର ପୃଥିବୀ ! ମୁଁ ଚନ୍ଦ୍ରଯାନ-୩ର ପ୍ରଜ୍ଞାନ ରୋଭର। ମୁଁ ଆଶା କରୁଛି ତୁମେ ଭଲ କରୁଛ। ମୁଁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ଚନ୍ଦ୍ରର ରହସ୍ୟ ଉନ୍ମୋଚନ କରିବାକୁ ଯାଉଛି। ମୁଁ ମୋର ବନ୍ଧୁ ବିକ୍ରମ ଲାଣ୍ଡର ସହ ଯୋଗାଯୋଗରେ ଅଛି। ଆମେ ସୁସ୍ଥ ଅଛୁ। ଭଲ ଖବର ଖୁବ୍‌ ଶୀଘ୍ର ଆସିବ।’’

ISRO Chandrayaan-3
Advertisment
Advertisment