Advertisment

Mumbai flooded with heavy Rain: ଭାସୁଛି ଦେଶର ବାଣିଜ୍ୟିକ ରାଜଧାନୀ, ବର୍ଷାରେ ଉବୁଟୁବୁ ହେଉଛି ମାୟାନଗରୀ ମୁମ୍ବାଇ

ଭାସୁଛି ଦେଶର ବାଣିଜ୍ୟିକ ରାଜଧାନୀ। ଉବୁଟୁବୁ ହେଉଛି ମହାନଗରୀ ମୁମ୍ବାଇ। ଡାକ୍ତରଖାନାରେ ଛୁଟୁଛି ବର୍ଷା ଜଳ॥ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ପଶିଯାଇଛି ପାଣି। ଯିବେ ତ କୁଆଡ଼େ ଯିବେ ?

ଅଦ୍ୟତନ ହୋଇଛି
Mumbai rain

Mumbai rain

Advertisment

ପ୍ରଥମେ ବେଙ୍ଗାଲୁରୁ, ତାପରେ ଗୌହାଟୀ, ଗତକାଲି ଦିଲ୍ଲୀ ଆଉ ଆଜି ମୁମ୍ବାଇ। ମୌସୁମୀ ଋତୁ ଆରମ୍ଭରୁ ହିଁ ସହରୀ ବନ୍ୟାରେ ଆକ୍ତାମାକ୍ତା ହେଲାଣି ଦେଶର ପ୍ରମୁଖ ସହର ସବୁ। ତଳି ଅଞ୍ଚଳ କଥା ଛାଡ଼ନ୍ତୁ, ଉବୁଟୁବୁ ହେଉଛି ମେଟ୍ରୋ ଷ୍ଟେସନ୍, ବିମାନ ବନ୍ଦର, ଚିକ୍କଣିଆ ରାସ୍ତା ଆଉ ଜନବସତି। କିଛିଦିନ ହେଲା, ସହରୀବନ୍ୟାର ସାଂଘାତିକ ଚିତ୍ର ଉଦବେଗ ବଢ଼ାଇଛି।

Advertisment

ଭାସୁଛି ଦେଶର ବାଣିଜ୍ୟିକ ରାଜଧାନୀ। ଉବୁଟୁବୁ ହେଉଛି ମହାନଗରୀ ମୁମ୍ବାଇ। ଡାକ୍ତରଖାନାରେ ଛୁଟୁଛି ବର୍ଷା ଜଳ॥ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ପଶିଯାଇଛି ପାଣି। ଯିବେ ତ କୁଆଡ଼େ ଯିବେ ? କେମିତି ବର୍ତ୍ତିବେ ଏହି ସହରୀ ବନ୍ୟାରୁ? ସମସ୍ତଙ୍କ ଅକଲ୍ ଗୁଡୁମ୍ ଅବସ୍ଥା। ମହାରାଷ୍ଟ୍ରକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ପରେ ଏ ହେଉଛି ମାୟାନଗରୀ ମୁମ୍ବାଇର ହାଲ୍। ଏ ହେଉଛି, ୱର୍ଲି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନ। ଏଠି ଲହଡ଼ି ମାରୁଛି ବର୍ଷା ଜଳ। ଠପ୍ ହୋଇଯାଇଛି ଯାତ୍ରୀସେବା। ଆଉ କିଛି ସମୟ ଏଭଳି ବର୍ଷା ଲାଗିରହିଲେ, ବାନ୍ଦ୍ରା ଷ୍ଟେସନର ରେଲ୍ ଟ୍ରାକ୍ ବୁଡ଼ିଯିବାକୁ ସମୟ ଲାଗିବନି। King Edward Memorial ହସ୍ପିଟାଲ ଭିତରେ ତ ସୁଅ କାଟି ଛୁଟୁଛି ବର୍ଷା ଜଳ। କେବଳ ଏତିକି ନୁହେଁ, ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍, ଥାନେ, ରତ୍ନଗିରି ଆଦି ଅନେକ ସ୍ଥାନରେ ରାସ୍ତା ଉପରେ ଛୁଟୁଛି ବର୍ଷା ପାଣି। ଦାଦର ଅଞ୍ଚଳରେ ଅଣ୍ଟାଏ ଉଚ୍ଚର ପାଣିରେ ଲୋକେ ଯିବା ଆସିବା କରୁଛନ୍ତି। ସହରବ୍ୟାପି ଏଭଳି ସ୍ଥିତି ଯୋଗୁଁ ଟ୍ରେନ ଚଳାଚଳ ଏବଂ ଟ୍ରାଫିକ ପରିଚାଳନା ଗୁରୁତର ଭାବେ ପ୍ରଭାବିତ ହୋଇଛି।

ଅଧିକ ପଢ଼ନ୍ତୁ: ସିଙ୍ଗାପୁର ଓ ହଂକଂରେ ବଢ଼ୁଛି କୋଭିଡ ସଂକ୍ରମଣ; ଚିନ୍ତାରେ ସାରା ଦେଶ

ଆଜିକୁ ସପ୍ତାହେରୁ ଅଧିକ ଦିନ ହେଲାଣି, ଦେଶର ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ଲାଗିରହିଥିବା ବର୍ଷା ଯୋଗୁ ବଢିଛି ଜଳବନ୍ଦୀ ସମସ୍ୟା। ରାଜଧାନୀ ଦିଲ୍ଲୀରେ ଆଜି ଦାଉ କମିଛି ସତ, କିନ୍ତୁ ଗତ ୨ ଦିନର ସ୍ଥିତି ସୂଚାଇ ଦେଇଥିଲା ଆସିବାକୁ ଥିବା ମୌସୁମୀ ବର୍ଷା ପରର ସମ୍ଭାବ୍ୟ ଦୁର୍ଦ୍ଦଶା ସଂପର୍କରେ। କେବଳ ଦିଲ୍ଲୀ କି ମୁମ୍ବାଇ ନୁହେଁ, ଗତ ୨୦ ତାରିଖର ଆସାମ ଗୌହାଟି ଚିତ୍ରକୁ ଥରେ ଦେଖନ୍ତୁ। ଆପାର୍ଟମେଣ୍ଟରେ ପାଣି, ରାଜରାସ୍ତାରେ ପାଣି, ଗଳି କନ୍ଦିରେ ପାଣି। ସ୍ଥିତି ଏପରି ହେଲା ଯେ, ସମସ୍ୟାର ମୁକାବିଲା ପାଇଁ SDRFକୁ ପହଞ୍ଚିବାକୁ ପଡ଼ିଥିଲା।.. ସେହିପରି କିଛିଦିନ ତଳେ ସିଲିକନ୍ ସିଟି ବେଙ୍ଗାଳୁରୁକୁ ବେହାଲ୍ କରିଥିଲା ବର୍ଷା। ଉତ୍ତରରୁ ଦକ୍ଷିଣ.. ପୂର୍ବରୁ ପଶ୍ଚିମ.. ଦେଶର ପ୍ରମୁଖ ମେଟ୍ରୋ ସିଟିଗୁଡ଼ିକରେ ଦେଖିବାକୁ ମିଳୁଛି ଏଭଳି ସହରୀ ବନ୍ୟାର ଦାଉ। ଏପରିକି ସ୍ମାର୍ଟସିଟି ଭୁବନେଶ୍ବର ବି ଭାସୁଛି ପ୍ରତିବର୍ଷ। ଯାହାର ପ୍ରମୁଖ କାରଣ ହେଉଛି, ବେଆଇନ୍ ଭାବେ ମୁଣ୍ଡ ଟେକୁଥିବା କୋଠାବାଡ଼ି, ରୋଡ୍ ଇଞ୍ଜିନିୟରିଂରେ ତ୍ରୁଟି, ରାସ୍ତା କଡ଼ରେ ବିଛାଯାଉଥିବା ଶକ୍ତିଶାଳୀ କେବୁଲ୍। ଫଳରେ ଡ୍ରେନ୍ ଜରିଆରେ ବର୍ଷାପାଣି ନଦୀ କିମ୍ବା କେନାଲ ଯାଏଁ ବିନା ବାଧାରେ ପ୍ରବାହିତ ହୋଇପାରୁନି। ସେହିପରି ନାଳ, ନର୍ଦ୍ଦମା, ଡ୍ରେନ୍ ସବୁ ଠିକ୍ ରେ ସଫା ହେଉନଥିବାରୁ ଜଳ ନିଷ୍କାସନରେ ସମସ୍ୟା ଉପୁଜୁଛି।

Advertisment

ଅଧିକ ପଢ଼ନ୍ତୁ: ହଜାରେ ଟପିଲା କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା: ସବୁଠୁ ଅଧିକ କେରଳରେ

Mumbai Delhi Bengaluru Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ