/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747117039.jpg)
School Reopen
ସ୍ୱାଭାବିକ ହେଉଛି ସ୍ଥିତି । କିଛି ଦିନର ବ୍ୟବଧାନ ପରେ ଜମ୍ମୁ କାଶ୍ମୀରରେ ପୁଣି ଖୋଲିଛି ସ୍କୁଲ କଲେଜ । ଆଜିଠୁ ପିଲାଙ୍କ ପାଠପଢା ସ୍ୱାଭାବିକ ହୋଇଛି । ହେଲେ ପାକିସ୍ତାନ ସୀମାନ୍ତ ଅଞ୍ଚଳରେ କିନ୍ତୁ ପୂର୍ବ ପରି ବନ୍ଦ ରହିବ ଶିକ୍ଷାନୁଷ୍ଠାନ । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି ହୋଇଛି ।
ବିଭାଗୀୟ କମିଶନର କହିଛନ୍ତି, “ବର୍ତ୍ତମାନର ସ୍ଥିତିକୁ ସମୀକ୍ଷା କରାଯିବା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି । ହେଲେ ସୁରକ୍ଷା ଦୃଷ୍ଟି କୋଣରୁ ସୀମାବର୍ତ୍ତୀ ଅଞ୍ଚଳର ସ୍କୁଲ କଲେଜ ବନ୍ଦ ରହିବ । ଏହିସବୁ ଅଞ୍ଚଳରେ ଅନଲାଇନରେ ଶିକ୍ଷାଦାନ କରାଯିବ । ସମସ୍ତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । “
ଭାରତ-ପାକିସ୍ତାନ ଯୁଦ୍ଧ କାରଣରୁ ଗତ ସପ୍ତାହରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଥିଲା । ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିଛି । କେବଳ ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପଞ୍ଜାବରେ ମଧ୍ୟ ବିଭିନ୍ନ ସ୍ଥାନରେ ସ୍କୁଲ ଖୋଲିଥିବାବେଳେ ଅମ୍ରିତସର ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଅନଲାଇନ କ୍ଲାସ କରିବା ନେଇ ସୂଚନା ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)