Advertisment

India Gate: ମୋଦିଙ୍କୁ ଚିଠି, ଇଣ୍ଡିଆ ଗେଟର ନାମ ବଦଳାଅ

ଆପଣଙ୍କ ନେତୃତ୍ବରେ କ୍ରୁର ମୋଗଲ ଶାସକ ଔରଙ୍ଗଜେବ ନାମରେ ଥିବା ରାସ୍ତାକୁ ଏପିଜେ ଅବଦୁଲ କାଲାମଙ୍କ ନାମରେ ନାମିତ କରାଯାଇଥିଲା। କିଙ୍ଗ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତିକୁ ଇଣ୍ଡିଆ ଗେଟରୁ ଓହ୍ଲାଇ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନ ଦିଆଯାଇଥିଲା। ସମାନ ଭାବେ ଇଣ୍ଡିଆ ଗେଟକୁ ଭାରତ ମାତା ଦ୍ବାର ଭାବେ ନାମିତ କରିବା ପାଇଁ ସେ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
india gate name change

india gate

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ମୁଖ୍ୟ ଜମାଲ ସିଦ୍ଦିକି। ଏହି ଚିଠିରେ ଐତିହାସିକ ଇଣ୍ଡିଆ ଗେଟର ନାମ ପରିବର୍ତ୍ତନ ପାଇଁ ସେ ଅନୁରୋଧ କରିଛନ୍ତି। ଇଣ୍ଡିଆ ଗେଟର ନାମ ବଦଳାଇ ଏହାକୁ ଭାରତ ମାତା ଦ୍ବାର କରିବା ପାଇଁ ସେ ପତ୍ର ଲେଖିଛନ୍ତି।

Advertisment

ସେ ଲଖିଛନ୍ତି, ଆପଣଙ୍କ ନେତୃତ୍ବରେ ୧୪୦ କୋଟି ଭାରତୀୟଙ୍କ ହୃଦୟରେ ଦେଶପ୍ରେମ ଜାଗ୍ରତ ହୋଇଛି। ମୋଗଲ ମାନଙ୍କ ଦ୍ବାରା ହୋଇଥିବା ଆକ୍ରମଣ ଓ ବ୍ରିଟିଶ ମାନଙ୍କ ଦ୍ବାରା ସୃଷ୍ଟ କ୍ଷତ ପାଇଁ ଆପଣଙ୍କ ନେତୃତ୍ବ ଉପଶମ ଭାବରେ କାର୍ଯ୍ୟ କରିଛି। ଶତାଧିକ ବର୍ଷ ଧରି ଗୋଲାମୀର ମାନସିକତାରୁ ଭାରତ ବାସୀ ନିଜକୁ ମୁକ୍ତ କରିଛନ୍ତି। ଭାରତ ବାସୀ ଏହି ସମୟ ମଧ୍ୟରେ ଖୁସି ରହିଥିବା ବେଳେ ସେମାନଙ୍କ ଖୁସିକୁ ଦ୍ବିଗୁଣିତ କରିବାକୁ ଜମାଲ ଅନୁରୋଧ କରିଛନ୍ତି।

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠୁ ଧନୀ ଭିକାରୀ, ସମ୍ପତ୍ତି ଜାଣିଲେ ହୋଇଯିବେ ତାଜୁବ୍ !

ଆପଣଙ୍କ ନେତୃତ୍ବରେ କ୍ରୁର ମୋଗଲ ଶାସକ ଔରଙ୍ଗଜେବ ନାମରେ ଥିବା ରାସ୍ତାକୁ ଏପିଜେ ଅବଦୁଲ କାଲାମଙ୍କ ନାମରେ ନାମିତ କରାଯାଇଥିଲା। କିଙ୍ଗ ଜର୍ଜ ପଞ୍ଚମଙ୍କ ପ୍ରତିମୂର୍ତ୍ତିକୁ ଇଣ୍ଡିଆ ଗେଟରୁ ଓହ୍ଲାଇ ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନ ଦିଆଯାଇଥିଲା। ରାଜପଥକୁ କର୍ତ୍ତବ୍ୟ ପଥ ନାମରେ ମଧ୍ୟ ନାମିତ କରାଯାଇଥିଲା। ଆପଣଙ୍କର ଏହି ସମସ୍ତ ନିଷ୍ପତ୍ତି ଦେଶବାସୀଙ୍କୁ ଖୁସି ପ୍ରଦାନ କରିଥିଲା। ତେଣୁ ସମାନ ଭାବେ ଇଣ୍ଡିଆ ଗେଟକୁ ଭାରତ ମାତା ଦ୍ବାର ଭାବେ ନାମିତ କରିବା ପାଇଁ ସେ ଦାବି କରିଛନ୍ତି।

Advertisment

ଐତିହାସିକ ଇଣ୍ଡିଆ ଗେଟର ନାମକୁ ପରିବର୍ତ୍ତନ କରିବା ଦ୍ବାରା ଏଥିରେ ଲେଖାଥିବା ଶହୀଦ ମାନଙ୍କୁ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ଜମାଲ ସିଦ୍ଦିକି।

ଅଧିକ ପଢ଼ନ୍ତୁ: ୧୮ଫୁଟ କୂଅ ଭିତରେ ରୁହନ୍ତି ମହାଦେବ, କାଳୀ ଗାଈ କରେ ଦୁଗ୍ଧ ସ୍ନାନ

Narendra Modi India Gate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ