Advertisment

ଡାକ୍ତର ବାବୁଙ୍କ ଉଚ୍ଚତା ୩ ଫୁଟ୍‌, ମେଡିକାଲ ପଢ଼ିବାକୁ ମିଳିନଥିଲା ଅନୁମତି...

ଗଣେଶ ବରେୟା ଗୁଜୁରାଟର ଭବନଗର ସରକାରୀ ଡାକ୍ତରଖାନାରେ ଏବେ ଡାକ୍ତର ଭାବେ କାର୍ଯ୍ୟରତ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
3 Feet Doctor

3 Feet Doctor

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନେ ପରିସ୍ଥିତି ଓ ପ୍ରତିବନ୍ଧକ। ଯେତେବେଳେ ଜଣେ ବ୍ୟକ୍ତି କିଛି କରିବାକୁ ଦୃଢ଼ ନିଷ୍ପତ୍ତି ନେଇଥାଏ, ସେ ତାହା କରିଥାଏ। ଯେତେ ବି ପ୍ରତିବନ୍ଧକ ଆସୁ ନା କାହିଁ। ନା କେବେ ଥକିଥାଏ ନା କେବେ ଅଟକି ଥାଏ। ଏମିତି କିଛି କରି ଦେଖାଇଛନ୍ତି ଗୁଜରାଟର ଗଣେଶ ବରେୟା। ଦୃଢ଼ ଇଚ୍ଛା ଶକ୍ତି ଯୋଗୁଁ ତାଙ୍କ ନିକଟରେ ହାର ମାନିଛି ଅନ୍ୟମାନଙ୍କ କଟକଣା। ଆଜି ଗଣେଶ ଗୁଜରାଟରେ ଜଣେ ସଫଳ ଡାକ୍ତର ହୋଇପାରିଛନ୍ତି। କିନ୍ତୁ ୬ ବର୍ଷ ପୂର୍ବେ ଯେତେବେଳେ ଗଣେଶ ଏହି ଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କ ପାଇଁ ଏହି ଯାତ୍ରା ବେଶ୍‌ କଷ୍ଟସାଧ୍ୟ ଥିଲା। ତାଙ୍କର ଉଚ୍ଚତା ପାଇଁ ସେ ରିଜେକ୍ଟ ମଧ୍ୟ ହୋଇଥିଲେ। କିନ୍ତୁ ସେ ଭାଙ୍ଗି ପଡ଼ିଲେ ନାହିଁ। ବରଂ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ଲାଗିଲେ।

Advertisment

ଗଣେଶ ବରେୟା ଗୁଜୁରାଟର ଭବନଗର ସରକାରୀ ଡାକ୍ତରଖାନାରେ ଏବେ ଡାକ୍ତର ଭାବେ କାର୍ଯ୍ୟରତ। ତେବେ ତାଙ୍କ ପାଇଁ ଏହି ଡାକ୍ତର ଯାତ୍ରା ଏତେ ସହଜ ନଥିଲା। ଯୁକ୍ତ ଦୁଇ ପାସ୍‌ କରିବା ପରେ ସେ NEET ପରୀକ୍ଷାରେ ମଧ୍ୟ ପାସ୍‌ କରିଥିଲେ। ଏହାପରେ MBBS ପାଇଁ ଯେତେବେଳେ ଫର୍ମ ଫିଲ୍‌ଅପ୍‌ କରିଥିଲେ ସେତେବେଳେ ମେଡିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ କମିଟି ଗଣେଶଙ୍କୁ ତାଙ୍କ ଉଚ୍ଚତା ପାଇଁ ମନା କରିଦେଇଥିଲେ। କାଉନସିଲ୍‌ ପକ୍ଷରୁ କୁହାଯାଇଥିଲା କି ଗଣେଶ ତାଙ୍କ ଉଚ୍ଚତା ପାଇଁ ଏର୍ମଜେନ୍ସୀ କେସ୍‌ ଦେଖିପାରିବେ ନାହିଁ। ଏହାପରେ ଭବନଗର ଜିଲ୍ଲାପାଳ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ହାଇକୋର୍ଟ ଯିବା ପାଇଁ କହିଥିଲେ। ସେ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଯାଇଥିଲେ ଏବଂ ଶେଷରେ MBBS କରିବାକୁ ଅନୁମତି ପାଇଲେ।

Advertisment

ଡକ୍ଟର ଗଣେଶ ବରେୟା କହିଛନ୍ତି, ‘ମେଡିକାଲ କାଉନସିଲ୍‌ ଅଫ୍‌ ଇଣ୍ଡିଆ ମୋ ଉଚ୍ଚତା ପାଇଁ ରିଜେକ୍ଟ କରିବା ପରେ ମୁଁ ହାଇକୋର୍ଟ ଯାଇଥିଲି କିନ୍ତୁ ଦୁଇ ମାସ ପରେ କେସ୍‌ ହାରି ଯାଇଥିଲି। ଏହାପରେ ମୁଁ ସୁପ୍ରିମକୋର୍ଟ ଯାଇଥିଲି। ୨୦୧୮ରେ କୋର୍ଟ ରାୟ ଦେଇ କହିଥିଲେ ଯେ ମୁଁ MBBS ଆଡମିଶନ୍‌ କରିପାରିବି। ଏହାପରେ ୨୦୧୯ରେ MBBS ଆଡମିଶନ୍ କରିଥିଲେ ଗଣେଶ। ଆଉ ଏବେ ଭବନଗର ସରକାରୀ ହସ୍ପିଟାଲରେ ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି।

Doctors MBBS
Advertisment
Advertisment