• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମହଙ୍ଗାମାଡ଼ ପ୍ରଭାବରେ ବଢିଲା ମୁଦ୍ରାସ୍ଫୀତି । ଖାଦ୍ୟ ସାମଗ୍ରୀରେ ବର୍ଦ୍ଧିତ ମୂଲ୍ୟ ବୃଦ୍ଧି ଯୋଗୁଁ ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭ ପ୍ରତିଶତକୁ ବୃଦ୍ଧି ପାଇଛି । ଅଗଷ୍ଟ ମାସ ପୂର୍ବରୁ କ୍ରମାଗତ ତିନିମାସ ପାଇଁ ମୁଦ୍ରାସ୍ଫୀତିରେ କ୍ରମାଗତ ହ୍ରାସ ଘଟିଥିଲା । ତିନି ମାସର ନିମ୍ନଗାମୀ ଟ୍ରେଣ୍ଡ ପରେ ପୁଣି ଊର୍ଦ୍ଧ୍ୱମୁଖା ହୋଇଛି ଖୁଚୁରା ମୁଦ୍ରାସ୍ଫୀତି ହାର ।

ପୂର୍ବ ମାସ ଅର୍ଥାତ ଜୁଲାଇରେ ଏହା ୬.୭୧ ପ୍ରତିଶତ ଥିବା କୁହାଯାଉଛି । ଗହମ, ଚାଉଳ ଏବଂ ଡାଲି ଭଳି ଅତ୍ୟାବଶ୍ୟକ ଫସଲର ମୂଲ୍ୟ ବୃଦ୍ଧି ହେତୁ ଏହା ମୁଦ୍ରାସ୍ଫୀତି ଉପରେ ମଧ୍ୟ ପ୍ରଭାବ ପକାଇଛି । ଏଥିସହ ଅନେକ ସ୍ଥାନରେ ଅନିୟମିତ ମୌସୁମୀର ପ୍ରଭାବ କୃଷି ଉପରେ ମଧ୍ୟ ଦେଖିବାକୁ ମିଳିଛି । ଖୁଚୁରା ମୁଦ୍ରାସ୍ଫୀତିକୁ ଦୁଇରୁ ଛଅ ପ୍ରତିଶତ ମଧ୍ୟରେ ରଖିବା ପାଇଁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଧାରିତ କରିଥିଲା । ଗତ ବର୍ଷ ଅଗଷ୍ଟ ମାସରେ ମୁଦ୍ରସ୍ଫୀତି ହାର ୩ ଦଶମିକ ୧୧ ରହିଥିଲା ।