/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679478586.jpg)
Collector scolded land mafia
ଗୁଣ୍ତାଙ୍କୁ ତାଗିଦ୍ କଲେ କଲେକ୍ଟର । କହିଲେ ‘୨ ମିନିଟ୍ରେ ତୁମର ଗୁଣ୍ତାଗିରି ଛଡ଼େଇଦେବି’ । ତେବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହେବାରେ ଲାଗିଛି । ଯେଉଁଠିରେ ମଧ୍ୟପ୍ରଦେଶ ରତ୍ଲାମ୍ ଜିଲ୍ଲାର ଜିଲ୍ଲାପାଳ ଜଣେ ଜମି ମାଫିଆଙ୍କୁ ତାଗିଦ୍ କରୁଥିବାର ଦେଖିବାକୁ ମିଳିଛି ।
ଲୋକଙ୍କ ଜମିକୁ ହଡ଼ପ କରୁଥିବା ଘଟଣାରେ ଜମି ମାଫିଆଙ୍କ ନାଁରେ ବାରମ୍ବାର ଅଭିଯୋଗ ହେଉଥିଲା । ଲୋକେ ଏନେଇ ବିରୋଧ କରିବାରୁ ସେମାନଙ୍କୁ ଧମକାଉଥିଲେ । ଏହି ସମୟରେ କଲେକ୍ଟର ପହଞ୍ଚି ଜମି ମାଫିଆକୁ କଡ଼ା ତାଗିଦ୍ କରିଥିଲେ । ମାଫିଆ ଜଣଙ୍କ ଜମିକୁ ନିଜର ଦାବି କରିଥିଲେ । କିନ୍ତୁ ଜମିର କାଗଜପତ୍ର ଜମି ମାଲିକଙ୍କ ପାଖରେ ଥିବା କଲେକ୍ଟର କହିଥିଲେ ।
"एमपी में मामा का बुलडोजर रेडी "#AntiMafia
“लोगों को परेशान किया तो नेस्तनाबूद कर देंगे”
एंटी माफिया अभियान में @RatlamCollector आईएएस नरेंद्र सूर्यवंशी की भूमाफिया अज्जू शेरानी को दो टूक चेतावनी।@ChouhanShivraj@drnarottammisra@INCMP
@myogiadityanathpic.twitter.com/PzWjBlhBXd— Shailendra Mishra Shelly 🇮🇳 (@journoshelly) March 22, 2023
ସୂଚନା ମୁତାବକ, ରତଲାମ୍ ଜିଲ୍ଲାର କଲେକ୍ଟର ନରେନ୍ଦ୍ର ସୂର୍ଯ୍ୟବଂଶୀଙ୍କ ନିକଟରେ ବାରମ୍ବାର ଜମି ମାଫିଆ ଅଜ୍ଜୁ ଶେରାନୀଙ୍କ ନାମରେ ଅଭିଯୋଗ ଆସୁଥିଲା । ଅଜ୍ଜୁ ଜୋର୍ ଜବରଦସ୍ତି ଲୋକଙ୍କ ଜମିକୁ ନିଜର କହି ହଡ଼ପ କରୁଥିଲା । ଯେତେବେଳେ ଲୋକମାନେ ତାଙ୍କୁ ବିରୋଧ କରୁଥିଲେ, ସେ ଲୋକଙ୍କୁ ଧମକାଇ ବିଦା କରି ଦେଉଥିଲା ।
ମଉକାରେ ଚଉକା ମାରିଲା ଭଳି କଲେକ୍ଟର ଜମି ମାଫିଆ ଅଜ୍ଜୁକୁ ଏଭଳି କାଣ୍ତ ଭିଆଉଥିବା ବେଳେ ଘଟଣାସ୍ଥଳରେ ଧରିଥିଲେ । ତାଙ୍କ ନାମରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ସେ ଆହୁରି କହିଥିଲେ ଯେ, ସେ ଲୋକଙ୍କୁ ଧମକାଇବା ବନ୍ଦ କରନ୍ତୁ । ଏଭଳି ଅଭିଯୋଗ ଆଉ ଥରେ ଆସିଲେ କିମ୍ବା ଲୋକଙ୍କ ଜମି ଉପରେ ନଜର ପକାଇଲେ ତାଙ୍କ ଆଖି କଣା କରିଦେବେ ଆଉ ୨ ମିନିଟ୍ରେ ତାଙ୍କ ଗୁଣ୍ତାଗର୍ଦ୍ଦି ଛଡ଼ାଇଦେବେ ।
ଏହି ଘଟଣାର ଭିଡିଓକୁ ନେଇ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ହୋଉଛି । ଲୋକମାନେ ଏହାକୁ ପ୍ରଶଂସା କରିବା ସହ ଏଭଳି କଲେକ୍ଟର ସବୁ ଜିଲ୍ଲାରେ ରହିବା ଦରକାର ବୋଲି କହୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)