• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶିଳ୍ପପତି ରତନ ଟାଟା ପୁଣିଥରେ ନିଜର ସରଳତା ପାଇଁ ସମସ୍ତଙ୍କ ମନ କିଣି ନେଇଛନ୍ତି । ସେ ହଠାତ୍‌ ବିନା କୌଣସି ସିକ୍ୟୁରିଟି ସହ ମୁମ୍ବାଇର ତାଜ ହୋଟେଲରେ ପହଞ୍ଚିଥିଲେ । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଦେଖିବା ପରେ ସୋସିଆଲ ମିଡିଆରେ ଅନେକ ତାଙ୍କୁ ବାଃବାଃ କହିବା ସହ ତାଙ୍କର ଏହି ସରଳତା ଓ ସରଳ ଲାଇଫ୍‌ଷ୍ଟାଇଲ୍‌ ପାଇଁ ଖୁବ୍‌ ପ୍ରଶଂସା କରିଛନ୍ତି ।

ଏହି ଭିଡିଓରେ ରତନ ଟାଟା ଏକ ଧଳା ରଙ୍ଗର ଟାଟା ନାନୋରେ ବସି ଆସୁଥିବାର ନଜର ଆସିଛନ୍ତି । ଏହି ଭିଡିଓରେ ତାଙ୍କ ସହ କେବଳ ଶାନ୍ତନୁ ନାୟୁଡ ନଜର ଆସିଛନ୍ତି । ଏହାସହ ତାଙ୍କୁ ବିଦାୟୀ ଦେବା ବେଳେ ତାଜ ହୋଟେଲର ଷ୍ଟାଫ୍‌ ନଜର ଆସିଛନ୍ତି । ଟାଟା ଗ୍ରୁପ୍‌ର ଚେୟାରମ୍ୟାନ୍ ହୋଇଥିଲେ ମଧ୍ୟ ତାଙ୍କ ସହ ନଥିଲେ ସୁରକ୍ଷା କର୍ମୀ କିମ୍ବା ନଥିଲା ଏକାଧିକ ଦାମୀ ଗାଡ଼ି ।

 

ରତନ ଟାଟାଙ୍କୁ ଟାଟା ନାନୋ କାର ବହୁତ ପସନ୍ଦ । ଏହି କାର୍ ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ ଥିଲା । କିଛି ଦିନ ପୂର୍ବରୁ, ସେ ଟାଟା ନାନୋ ସହ ଜଡିତ ଏକ ସୁନ୍ଦର ପୋଷ୍ଟ ସେୟାର କରିଥିଲେ ।

ରତନ ଟାଟା ପସନ୍ଦ କରନ୍ତି ଟାଟା ନାନୋ । ସେ ନିଜ ପୋଷ୍ଟରେ ଲେଖିଥିଲେ ଯେ, ‘ମୁଁ ପ୍ରତ୍ୟେକ ଦିନ ଲୋକଙ୍କୁ ସ୍କୁଟରରେ ଯାତ୍ରା କରୁଥିବାର ଦେଖୁଥିଲି । ସେଥିରେ ପିତା ମାତା ଏବଂ ତାଙ୍କ ମଝିରା ସାଣ୍ଡୱିଚ୍‌ ଭଳି ବସିଥାଏ ତାଙ୍କର ସନ୍ତାନ । ଅନେକ ଥର ଚିକ୍କଣ କିମ୍ବା ଖସଡ଼ିଆ ରାସ୍ତାରେ ମଧ୍ୟ ପୁରା ପରିବାର ଏଭଳି ସ୍କୁଟରରେ ଯାତ୍ରା କରିଥାନ୍ତି । ଆଉ ଏଭଳି ଦୃଶ୍ୟ ହିଁ ମୁଖ୍ୟ କାରଣ ଥିଲା ଯାହା ଦ୍ୱାରା ମୋତେ ଏଭଳି ନାନୋ ଗାଡ଼ି ପ୍ରସ୍ତୁତ କରିବା ପାଇଁ ପ୍ରୋତ୍ସାହିତ କଲା ।

 

ସେ ଆହୁରି ଲେଖିଛନ୍ତି, ‘ସ୍କୁଲ ଅଫ୍ ଆର୍କିଟେକଚରରେ ପଢ଼ିବାର ଫାଇଦା ପାଇଛନ୍ତି । ମୁଁ ନୂଆ ନୂଆ ଡିଜାଇନ୍ ଉପରେ କାମ କରିବାକୁ ଚେଷ୍ଟା କରିପାରିଥାନ୍ତି । ଆରମ୍ଭରୁ ଚିନ୍ତା କରୁଥିଲି ଯେ, ୨ ଚକିଆକୁ ଯାନକୁ କିଭଳି ଅଧିକ ସୁରକ୍ଷିତ କରାଯାଇପାରିବ । ଏଥିପାଇଁ ଏକ ଡିଜାଇନ୍ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ଯାହାକି ୪ ଚକିଆ ଥିଲା । କିନ୍ତୁ ସେଥିରେ କୌଣସି ଡୋର କିମ୍ବା ୱିଣ୍ଡୋ ନଥିଲା । ତେଣୁ ଶେଷରେ ମୁଁ ସ୍ଥିର କଲି ଏହା ଏକ କାର ହେବ । ନାନୋ କାର୍ ସାଧାରଣ ଲୋକଙ୍କ ପାଇଁ ହିଁ ତିଆରି ହୋଇଛି ।’