• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଟିଏ ପଟେ ଅନେକ ତର୍କ ବିତର୍କ ପରେ ସୁପ୍ରିମକୋର୍ଟ କହିଲେ ଏଣିକି ଅବିବାହିତ ବି କରିପାରିବେ ସୁରକ୍ଷିତ ଗର୍ଭପାତ । ଏହି ଶୁଣାଣୀ ପରେ ମଧ୍ୟ ଖଣ୍ଡପୀଠରେ ଚାଲିଥିଲା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା । ଯେଉଁଥିରେ କି ସୁପ୍ରିମ୍‌କୋର୍ଟ ମହିଳାଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ବା ରେପ୍‌ ବିଷୟରେ କହିଛନ୍ତି ।

ସେ କହିଛନ୍ତି ବିବାହିତ ହୁଅନ୍ତୁ ବା ଅବିବାହିତ । ଯଦି ଜଣେ ମହିଳା ଶାରୀରିକ ସମ୍ପର୍କ ରଖିବାକୁ ଅମଙ୍ଗ ଅଛନ୍ତି । ଆଉ ତାଙ୍କ ପୁରୁଷ ବନ୍ଧୁ ବା ସ୍ୱାମୀ ତାଙ୍କ ସହ ଜୋର ଜବରଦସ୍ତ ଶାରୀରିକ ସମ୍ପର୍କ ରଖନ୍ତି । ତେବେ ଏହାକୁ ରେପ୍‌ ବୋଲି କୁହାଯିବ । ଆର୍ଥାତ ବିବାହ କରିଥିଲେ ମଧ୍ୟ ପତ୍ନୀଙ୍କ ବିନା ସହମତିରେ ସ୍ୱାମୀ ଶାରୀରିକ ସମ୍ପର୍କ ରଖିପାରିବ ନାହିଁ । ଯଦି ଏଭଳି ହେଉଛି ତାହାଲେ ଏହାକୁ ମାରିଟାଲ ରେପ୍‌ ବା ରେପ୍‌ କୁହାଯିବ । ଆଉ ଏହା ପାଇଁ ଦଣ୍ଡ ବିଧାନ ମଧ୍ୟ ରହିବ ।

ଖାଲି ସେତିକି ନୁହେଁ ଯଦି ସ୍ୱାମୀ ଜୋର ଜବରଦସ୍ତ, ପତ୍ନୀଙ୍କ ସହ ସମ୍ପର୍କ ରଖନ୍ତି ଆଉ ଏହାଦ୍ୱାରା ପତ୍ନୀ ଗର୍ଭବତୀ ହୁଅନ୍ତି । ତେବେ ପତ୍ନୀ ଚାହିଁଲେ ଆଇନ୍‌ ଅନୁଯାୟୀ ଗର୍ଭପାତ କରିପାରିବେ । ଏଥିରେ ସ୍ୱାମୀ ତାଙ୍କୁ ବାଧା ଦେଇପାରିବେ ନାହିଁ । ଏଥିପାଇଁ ପତ୍ନୀ ଚାହିଁଲେ ଅଭିଯୋଗ ମଧ୍ୟ କରିପାରିବେ । ଏଥିରେ ସ୍ୱାମୀଙ୍କ ବିରୋଧରେ ଦଣ୍ଡବିଧାନ ମଧ୍ୟ ହୋଇପାରେ ।

ଅଧିକ ପଢ଼ନ୍ତୁ: ଅବିବାହିତ ବି କରିପାରିବେ ଗର୍ଭପାତ, ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ଆଇନ୍

ଅନ୍ୟପଟେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି କୌଣସି ମହିଳାଙ୍କ କ୍ଷେତ୍ରରେ ଏଭଳି ହୁଏ ତେବେ କେବଳ ଅଭିଯୋଗ କଲେ ହେବ ନାହିଁ । ଏଥିପାଇଁ ଆଇନ ଅନୁଯାୟୀ ପ୍ରମାଣ ମଧ୍ୟ ଦେବାକୁ ହେବ । ଅଭିଯୋଗ ସତ ହେଲେ ଗର୍ଭପାତ କରିବାକୁ ଅନୁମତି ଦିଆଯିବ । ଏଥିପାଇଁ ମେଡିକାଲ ଅଥରିଟି ଅନୁମତି ପ୍ରଦାନ କରିବେ ।

ଅନ୍ୟପଟେ ଗର୍ଭପାତ ଆଇନ୍ ୨୦୨୧ରେ ସଂଶୋଧନ କରି ହଜ୍‌ବ୍ୟାଣ୍ଡ ଲେଖାଥିବା ସ୍ଥାନରେ ପାର୍ଟନର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଆଇନରେ ବିବାହିତ ଓ ଅବିବାହିତ ମହିଳାଙ୍କୁ ଅବାଞ୍ଛିତ ଗର୍ଭକୁ ଅସ୍ୱୀକାର କରିବା ଓ ଗର୍ଭପାତ ପାଇଁ ସମାନ ଅଧିକାର ଦେବ । ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ ଏ.ଏସ୍. ବୋପାନ୍ନା ଓ ଜଷ୍ଟସ୍ ଜି.ବି. ପରଦିଓ୍ୱାଲାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଂଜ କରି ଜଣେ ୨୫ ବର୍ଷୀୟ ଅବିବାହିତ ମହିଳା, ଯେ କି ୨୩ ସପ୍ତାହର ଗର୍ଭବତୀ ଥିଲେ, ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।

ସୁରକ୍ଷିତ ଗର୍ଭପାତ ଓ ମହିଳାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୧୯୭୧ ମସିହାରେ ପ୍ରଥମେ ଆସିଥିଲା ଗର୍ଭପାତ ଆଇନ୍ । ୨୦୨୧ରେ ଏହି ଆଇନ୍‌ରେ ସଂଶୋଧନ କରାଯାଇଥିଲା । ଗର୍ଭପାତ ଆଇନ୍ ଅନୁୟାୟୀ ଜଣେ ମହିଳା ୨୦ ସପ୍ତାହର ଗର୍ଭଧାରଣ ଭିତରେ ଚାହିଁଲେ ଗର୍ଭପାତ କରିପାରିବେ । ତେବେ ଏଥିପାଇଁ ଜଣେ ବିଶେଷଜ୍ଞ ଡାକ୍ତରଙ୍କ ମତାମତ ଆବଶ୍ୟକ ।

ତେବେ ୨୦ରୁ ୨୪ ସପ୍ତାହର ଗର୍ଭବତୀ ଯଦି ଗର୍ଭପାତ କରିବାକୁ ଚାହିଁବେ ତେବେ ୨ଜଣ ବିଶେଷଜ୍ଞ ଡାକ୍ତରଙ୍କ ସହମତି ଆବଶ୍ୟକ । ସେହିପରି ୨୪ ସପ୍ତାହରୁ ଅଧିକ ଗର୍ଭଧାରଣ କରିଥିଲେ ମେଡିକାଲ ବୋର୍ଡର ଅନୁମତି ଆବଶ୍ୟକ । ଅସୁରକ୍ଷିତ ଗର୍ଭପାତ ବଢୁଥିବାରୁ ମହିଳାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଗର୍ଭପାତ ଆଇନ୍ ଆଣିଥିଲେ କେନ୍ଦ୍ର ସରକାର ।