Advertisment

Ranveer Allahbadia: ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ, ଜାଣନ୍ତୁ କାହିଁକି...

ରଣବୀର ଆହ୍ଲାବାଦିଆ ନିଜ ବିରୋଧରେ ଦାଏର ହୋଇଥିବା ଏକାଧିକ ମାମଲା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଆବେଦନ କରିଥିଲେ ।

ଅଦ୍ୟତନ ହୋଇଛି
ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ରଣବୀର

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ ରଣବୀର

Advertisment

ଇଣ୍ଡିଆଜ ଗଟ୍ ଲାଟେଣ୍ଟ ବିବାଦ ଭିତରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । ତାଙ୍କ ଓକିଲ ଅଭିନବ ଚନ୍ଦ୍ରଚୂଡ ମାମଲାର ଶୀଘ୍ର ଶୁଣାଣି ପାଇଁ ଆବେଦନ କରିଥିଲେ । ହେଲେ ଏହା ହୋଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Advertisment

ରଣବୀର ଆହ୍ଲାବାଦିଆ ନିଜ ବିରୋଧରେ ଦାଏର ହୋଇଥିବା ଏକାଧିକ ମାମଲା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାର ତ୍ବରିତ ଶୁଣାଣି ପାଇଁ ଆବେଦନ କରିଥିଲେ । ହେଲେ ଏହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟଙ୍କ କହିବା କଥା, ମୌଖିକ ଆଧାରରେ ତ୍ବରିତ ଶୁଣାଣିର ଦାବି ଉପରେ ବିଚାର କରାଯାଇପାରିବ ନାହିଁ ।

ଅଧିକ ପଢ଼ନ୍ତୁ: ଅନଲାଇନରେ ମଗାଇ ଫସିଗଲେ ଡାକ୍ତର, ଲାପଟପ୍ ବଦଳରେ ଆସିଲା ଖଣ୍ଡେ ମାର୍ବଲ

Advertisment

ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନାଙ୍କ ନିର୍ଦ୍ଦେଶ ମୁତାବକ, ରଣବୀର କୋର୍ଟରେ ଅଗ୍ରୀମ ଆବେଦନ ଦାଖଲ କରିଛନ୍ତି । ତେବେ ରଣବୀରଙ୍କ ବିରୋଧରେ ବିଭିନ୍ନ ସ୍ଥାନରୁ ମାମଲା ଦାଏର ହୋଇଥିବାରୁ ସେ ସବୁ ମାମଲାର ବିଚାର ଓ ଶୁଣାଣି ଗୋଟିଏ କୋର୍ଟରେ କରିବା ପାଇଁ ଆଦେଶ ଦେବାକୁ ମଧ୍ୟ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି ରଣବୀରଙ୍କ ଓକିଲ ।

ଇଣ୍ଡିଆଜ ଗଟ୍ ଲାଟେଣ୍ଟ ଶୋ’ରେ ରଣବୀର ଅଭଦ୍ର ଓ ଅଶ୍ଳିଳ ସମ୍ପର୍କକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ସାରା ଦେଶରେ ଏହାକୁ ବିରୋଧ କରାଯାଇଥିଲା । ରଣବୀରଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି। ଦେଶର ବିଭିନ୍ନ ସ୍ଥାନରେ ମାମଲା ରୁଜୁ ହୋଇଥିବା ବେଳେ ରଣବୀରଙ୍କୁ ଗିରଫ ଭୟ ଘାରିଛି ।

Advertisment

ସେପଟେ ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ ଶୋ’ର ଭିଡିଓ ଭାଇରାଲ୍ ହେବା ପରେ ରଣବୀର ଆହ୍ଲାବାଦିଆ କହିଛନ୍ତି, ମୁଁ ଏଭଳି କହିବା ଉଚିତ ନଥିଲା । ମୁଁ ଏଥିପାଇଁ ଦୁଃଖିତ ବୋଲି ଏକ ଭିଡିଓ ପୋଷ୍ଟରେ କହିଛନ୍ତି ରଣବୀର । ଏଭଳି ମନ୍ତବ୍ୟ ପଛରେ କୌଣସି ଯଥାର୍ଥତା ଦର୍ଶାଇବାକୁ ଚାହୁଁନି । କେବଳ କ୍ଷମା ପ୍ରାର୍ଥନା କରୁଛି । ମଣିଷ ଭାବେ ମୋତେ ଆପଣମାନେ କ୍ଷମା କରିବେ ବୋଲି ମୁଁ ଭାବୁଛି। ଏଥିସହ ଶୋ ନିର୍ମାତାଙ୍କୁ ଭିଡିଓର ସେହି ଅଂଶ ହଟାଇବାକୁ ଦାବି କରିଛନ୍ତି ରଣବୀର।

ସେପଟେ ଏହି ଭିଡିଓ ଭାଇରାଲ୍ ହେବା ପରେ ରଣବୀର ଆହ୍ଲାବାଦିଆ, ସମୟ ରାଇନା, ଅପୂର୍ବା ମଖିଜାଙ୍କ ସମେତ ସମ୍ପୃକ୍ତ ସୋ'ର ଆୟୋଜକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି । ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଜାତୀୟ ମାନବାଧିକାର କମିଶନ ଓ ମହାରାଷ୍ଟ୍ର ମହିଳା କମିଶନରେ ମଧ୍ୟ ଅଭିଯୋଗ ହୋଇଛି । ଏହା ପରେ ମୁମ୍ବାଇ ପୋଲିସର ଏକ ଟିମ୍‌ ଖାର୍‌ ଅଞ୍ଚଳରେ ଥିବା ଷ୍ଟୁଡିଓ ସେଟ୍‌ରେ ପହଞ୍ଚି ଛାନଭିନ୍ କରିଥିଲା । ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ମଧ୍ୟ କହିଥିଲେ, ଆମ ସମାଜର ଏକ ନିୟମ ରହିଛି । ତେବେ ବାକ ସ୍ୱାଧୀନତା ନାଁରେ ଏହାକୁ ଉଲ୍ଲଂଘନ କରାଯିବା ଭୁଲ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍‌ ବୋଲି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କହିଥିଲେ ।

ଅଧିକ ପଢ଼ନ୍ତୁ: ସମୟ ରୈନାଙ୍କ ଶୋ'ରେ ଦର୍ଶକ ସାଜିବ ପୋଲିସ୍

India Supreme Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ