Advertisment

ଏକକ ନିର୍ବାଚନ: ରାଷ୍ଟ୍ରପତିଙ୍କୁ ୧୮ ହଜାର ପୃଷ୍ଠାର ରିପୋର୍ଟ ପ୍ରଦାନ କଲେ ରାମନାଥ କୋବିନ୍ଦ

୧୮ ହଜାର ୬୨୬ ପୃଷ୍ଠାର ବିଶିଷ୍ଟ ଦୀର୍ଘ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । କମିଟି ଗଠନର ୧୯୧ ଦିନ ପରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
One Nation-One Election Report Submitted to Droupadi Murmu

One Nation One Election

ଏକକ ନିର୍ବାଚନ ପ୍ରସଙ୍ଗରେ ରିପୋର୍ଟ ପ୍ରଦାନ କରିଛନ୍ତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଏକକ ନିର୍ବାଚନ ପ୍ରସଙ୍ଗରେ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷ ରାମନାଥ କୋବିନ୍ଦ। ୧୮ ହଜାର ୬୨୬ ପୃଷ୍ଠାର ବିଶିଷ୍ଟ ଦୀର୍ଘ ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି । କମିଟି ଗଠନର ୧୯୧ ଦିନ ପରେ ରାଷ୍ଟ୍ରପତିଙ୍କୁ ରିପୋର୍ଟ ପ୍ରଦାନ କରିଛି । ବିଭିନ୍ନ ପକ୍ଷ, ବିଶେଷଜ୍ଞ, ଗବେଷକମାନଙ୍କ ମତାମତ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି ।

Advertisment

ପ୍ରସ୍ତାବିତ ରିପୋର୍ଟରେ ଲୋକସଭା, ବିଧାନସଭା ଏବଂ ଲୋକାଲ ବଡି ନିର୍ବାଚନ ପାଇଁ ଏକକ ଭୋଟର ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି। ତେବେ ବର୍ତ୍ତମାନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ପୃଥକ ଭୋଟର ତାଲିକା ପ୍ରସ୍ତୁତ ହୋଇଥାଏ। ଏଥି ସହିତ ସ୍ଥାନୀୟ ମୁନିସିପାଲିଟି ଏବଂ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ତତ୍ତ୍ୱାବଧାନରେ ଭୋଟର ତାଲିକା ପ୍ରକାଶ ପାଇଥାଏ। ଏହି ରିପୋର୍ଟର ପ୍ରଥମ ପର୍ଯ୍ୟାୟରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମ୍ପର୍କରେ ସୂଚନା ଦିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ନଗର ନିଗମ ଏବଂ ପଞ୍ଚାୟତ ନିର୍ବାଚନକୁ ଲୋକସଭା ଓ ବିଧାନସଭା ନିର୍ବାଚନର ୧୦୦ ଦିନ ମଧ୍ୟରେ କରିବାକୁ କୁହାଯାଇଛି।

ସୂଚନା ଅନୁସାରେ ଏକକ ନିର୍ବାଚନ ଅର୍ଥ ହେଉଛି ଦେଶରେ ହେଉଥିବା ସବୁ ନିର୍ବାଚନ ଗୋଟିଏ ସମୟରେ କରାଯିବ। ବାସ୍ତବରେ ସ୍ୱାଧୀନତା ପରେ କିଛି ବର୍ଷ ଧରି ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସମୟରେ ଅନୁଷ୍ଠିତ ହୋଇଥିଲା। କିନ୍ତୁ ପରେ ବିଧାନସଭା ଭଙ୍ଗ ଓ ସରକାରଙ୍କ ପତନ ହେତୁ ଏହି ପରମ୍ପରା ଭାଙ୍ଗିଗଲା।

Advertisment

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏହି ପ୍ୟାନେଲରେ ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟସଭାରେ ବିରୋଧୀ ଦଳର ପୂର୍ବତନ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ୍‌.କେ ସିଂ, ଲୋକସଭାର ପୂର୍ବତନ ସଚିବ ସୁଭାଷ କାଶ୍ୟପ ଓ ବରିଷ୍ଠ ଓକିଲ ହରିଶ ସାଲଭେ ସଦସ୍ୟ ରହିଛନ୍ତି।

Ram Nath Kovind President Of India One Nation-one Election Droupadi Murmu
Advertisment
Advertisment