• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରି ମୂର୍ତ୍ତି ଲାଗିଲା ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ । ପୁରାଣରେ ବର୍ଣ୍ଣିତ ରାମଲାଲା ଶୈଶବାବସ୍ଥାର ରୂପକୁ ଆଧାର କରି ଏହାକୁ ତିଆରି କରିଛନ୍ତି ଯୋଗୀରାଜ । ଆସନ୍ତା ୨୨ ତାରିଖରେ ଶ୍ରୀରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ରହିଛି । ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଅରୁଣଙ୍କ ନିକଟକୁ ଏକ ସ୍ପେଶାଲ ଗିଫ୍ଟ ଆସି ପହଞ୍ଚିଛି । ଯାହାକୁ ମହିଶୂରର ନାମୀଦାମୀ ମିଠା ଦୋକାନ ମହାଲକ୍ଷ୍ମୀ ସୁଇଟ୍ସ ତରଫରୁ ପଠାଯାଇଛି।

ଯୋଗୀରାଜଙ୍କୁ ଏବେ ସାରା ଦେଶରୁ ଛୁଟିଛି ପ୍ରଶଂସାର ସୁଅ । ତାଙ୍କ ତିଆରି ମୂର୍ତ୍ତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ତାଙ୍କ ନିକଟକୁ ଅନେକ ଉପହାର ମଧ୍ୟ ଆସି ପହଞ୍ଚିଛି । ମହିଶୂରର ଫେମସ୍‌ ମିଠା ଦୋକାନ ମହାଲକ୍ଷ୍ମୀ ସୁଇଟ୍ସ ଏମିତି ଏକ ଉପହାର ଦେଇଛନ୍ତି । ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ । ରାମ ମନ୍ଦିର ଆକୃତିର ମିଠା ପ୍ରସ୍ତୁତ କରି ଯୋଗୀରାଜ ଓ ତାଙ୍କ ପରିବାରକୁ ଉପହାର ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରସ୍ତୁତି; ଜାଣନ୍ତୁ କେଉଁଦିନ ହେବ କେଉଁ ନୀତି

Sweet
(ମିଠାରେ ପ୍ରସ୍ତୁତ ରାମ ମନ୍ଦିର)

ଆଦିଶଙ୍କରାଚାର୍ଯ୍ୟ, ନେତାଜୀ ଆଉ ଏବେ ସ୍ୱଂୟ ଶ୍ରୀରାମ । ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଥିବା ଅରୁଣ ଯୋଗୀରାଜଙ୍କ କଳାର ୟେ ଆଉ ଏକ ବଡ଼ ଯାତ୍ରା । ରାମଲାଲାଙ୍କ ବିଗ୍ରହ ନିର୍ମାଣ କରିଥିବା ବ୍ୟକ୍ତି ଯେ ଏବେ ଦେଶର ସବୁଠୁ ଚର୍ଚ୍ଚିତ ବ୍ୟକ୍ତି, ସବୁଠୁ ଚର୍ଚ୍ଚିତ ସ୍ଥପତି, ଏକଥା ଆଉ ବୁଝିବାକୁ ବାକି ନାହିଁ ।

ଅରୁଣଙ୍କ ପରିବାରର ୫ ପିଢ଼ି ଧରି ମୂର୍ତ୍ତିରେ ଜୀବନ ଦେଇ ଆସିଛନ୍ତି । ଅରୁଣଙ୍କ ଜେଜେବାପା ମହିଶୂର ରାଜବଂଶ ପାଇଁ ପଥରରେ ମୂର୍ତ୍ତି ନିର୍ମାଣ କରୁଥିଲେ । ଅରୁଣ ମହିଶୂରର ପ୍ରସିଦ୍ଧ ୧୨ ଫୁଟର ହନୁମାନ, ପ୍ରସିଦ୍ଧ ନନ୍ଦି ନିର୍ମାଣ କରି ସାରା ଦକ୍ଷିଣ ଭାରତରେ ପ୍ରମୁଖ ସ୍ଥପତି ଭାବେ ପରିଚୟ ସୃଷ୍ଟି କରିଥିଲେ । ହେଲେ ଦିଲ୍ଲୀ ଅମର ଯବାନ ଜ୍ୟୋତି ପାଖରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତି ବେଳକୁ ସାରା ଦେଶରେ ପ୍ରମୁଖ ଚେହେରା ଭାବେ ସାମ୍ନାକୁ ଆସିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସବୁଠୁ ପସନ୍ଦର ମୂର୍ତ୍ତି ନିର୍ମାଣ କରି ହଟ୍ ଫେଭରେଟ୍ ପାଲଟିଥିଲେ ଅରୁଣ । ଅମର ଯବାନ ଜ୍ୟୋତି ପାଖରେ ୩୦ ଫୁଟର ନେତାଜୀ ମୂର୍ତ୍ତି ପରେ କେଦାରନାଥ ପୀଠରେ ୧୨ ଫୁଟର ଆଦି ଶଙ୍କରାଚାର୍ଯ୍ୟଙ୍କ ବିଗ୍ରହ ବି ଅରୁଣଙ୍କ ହାତର କମାଲ୍ । ଏବେ ତାଙ୍କ ହାତରେ ତିଆରି ମୂର୍ତ୍ତି ଶ୍ରୀରାମ ମନ୍ଦିରରେ ଅବସ୍ଥାନ ଖବର ଶୁଣିବା ପରେ କର୍ଣ୍ଣାଟକ ଓ ତାଙ୍କ ଘରେ ଖୁସିର ଲହରୀ ।