Advertisment

ଭାରତର ମିଜାଇଲ୍ ନିକ୍ଷେପ ଭୁଲବଶତଃ ହୋଇଥିଲା: ରାଜନାଥ

ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଗରୁ ତ୍ରୁଟି ସ୍ୱୀକାର କରାଯାଇଥିଲା।

author-image
Chandan Shishu
Rajnath Singh Addresses Rajya Sabha

Rajnath Singh Addresses Rajya Sabha

ପାକିସ୍ତାନ ମାଟିରେ ଭାରତର ମିଜାଇଲ୍ ପଡ଼ିବା ଘଟଣାରେ ରାଜ୍ୟସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତ୍ତି ରଖିଛନ୍ତି। ଭୁଲବଶତଃ ଏଭଳି ଅଘଟଣ ଘଟିଥିବା ରାଜନାଥ କହିଛନ୍ତି। ସେ କହିଛନ୍ତି ଯେ ଗତ ୯ ତାରିଖ ସଂଧ୍ୟା ୭ଟାରେ ଏଭଳି ଅଘଟଣ ଘଟିଛି। ରୁଟିନ ରକ୍ଷଣାବେକ୍ଷଣ ଓ ତଦାରଖ ବେଳେ ଅଘଟଣ ଘଟିଥିଲା।

Advertisment

ସେ ଆହୁରି କହିଛନ୍ତି ଯେ ଭୁଲବଶତଃ ଗୋଟିଏ ମିଜାଇଲ୍ ନିକ୍ଷେପ ହୋଇଯାଇଥିଲା। ମିଜାଇଲ୍ ପାକିସ୍ତାନ ମାଟିରେ ପଡ଼ିବା ଆମେ ପରେ ଜାଣିଲୁ। ସରକାର ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ତେବେ ଏହା ଭୁଲବଶତଃ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆଗରୁ ତ୍ରୁଟି ସ୍ୱୀକାର କରାଯାଇଥିଲା। ଗୁରୁବାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ଗତ ସପ୍ତାହରେ କୌଣସି ଯାନ୍ତ୍ରିକ କାରଣରୁ କ୍ଷେପଣାସ୍ତ୍ରଟି ପାକିସ୍ତାନ ମାଟିକୁ ନିକ୍ଷେପ ହୋଇଯାଇଥିଲା। ଏଥିରେ ଆମେ ଦୁଃଖ ପ୍ରକାଶ କରୁଛୁ।

Advertisment

ଗତ ମାର୍ଚ୍ଚ ୯ ତାରିଖରେ ସେନା ପକ୍ଷରୁ ରୁଟିନ୍‌ ମେଣ୍ଟନାସ୍‌ ଚେକିଂ ଚାଲୁଥିଲା। ତେବେ ଏହି ସମୟରେ ଯାନ୍ତ୍ରିକ ତ୍ରୁଟି ଘଟି କ୍ଷେପଣାସ୍ତ୍ରଟି ଫାୟାରିଂ ହୋଇ ଯାଇଥିଲା।ତେବେ ସୌଭାଗ୍ୟବଶତଃ କୌଣସି ଧନ ଜୀବନ ନଷ୍ଟ ହୋଇ ନାହିଁ ବୋଲି କୁହାଯାଇଛି।

Pakistan Missile Misfire
Advertisment
Advertisment