• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର । ଆସନ୍ତା ୧୫ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନ ମୁଖ୍ୟ ର୍ନିବାଚନ କମିଶନର ଭାବେ କାର୍ଯ୍ୟ କରୁଥିବା ସୁଶୀଲ ଚନ୍ଦ୍ରାଙ୍କ କାର୍ଯ୍ୟକାଳ ୧୪ ତାରିଖରେ ଶେଷ ହେବ । ଏହାପରେ ରାଜୀବ କୁମାରଙ୍କ କାର୍ଯ୍ୟକାଳ ୧୫ ତାରିଖରୁ ଆରମ୍ଭ ହେବ । ଏନେଇ ଆଜି କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି ।

 

୨୦୨୦ ମସିହା ସେପ୍ଟେମ୍ବର ୧ରେ ରାଜୀବ କୁମାର ଦେଶର ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ନିର୍ବାଚନ କମିଶନର ହେବା ପୂର୍ବରୁ ସେ ୨୦୨୦ ଏପ୍ରିଲରେ ପବ୍ଲିକ ଇଣ୍ଟରପ୍ରାଇଜେସ ସିଲେକସନ ବୋର୍ଡର ଅଧ୍ୟକ୍ଷ ହୋଇଥିଲେ । ୧୯୮୪ ବ୍ୟାଚ୍‌ ଆଇଏଏସ୍ ଅଫିସର ରାଜୀବ କୁମାର ବିହାର କ୍ୟାଡରର । ସେ ୨୦୨୦ ଫେବୃଆରୀ ମାସରେ ଆଇଏଏସ୍ ଚାକିରିରୁ ଅବସର ନେଇଥିଲେ ।

୧୯୬୦ ମସିହା ଫେବୃଆରୀ ୧୯ରେ ଜନ୍ମ ଗ୍ରହଣ କରିଥିବା ରାଜୀବ କୁମାର ବିଏସ୍‌ସି, ଏଲଏଲବି, ପିଜିଡିଏମ ଓ ପବ୍ଲିକ ପଲିସିରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସେ ଦୀର୍ଘ ୩୭ ବର୍ଷ ହେଲା ବିଭିନ୍ନ ମନ୍ତ୍ରଣାଳୟରେ କାମ କରିବାର ଅଭିଜ୍ଞତା ରହିଛି।