Advertisment

ଏ ଯୁଗର କୁମ୍ଭକର୍ଣ୍ଣ ! ବର୍ଷକୁ ଶୁଅନ୍ତି ୩୦୦ ଦିନ

ପୁରଖାରମ୍‌ ଥରେ ଉଠିଲେ ୨୫ ଦିନ ଧରି ଶୋଇ ରୁହନ୍ତି। ଏହା ତାଙ୍କର ଜୀବନ ଶୈଳୀକୁ ବହୁତ ପ୍ରଭାବିତ କରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Rajasthan Man Sleeps For 300 Days A Year Due To Rare Disorder

Rajasthan Man Sleeps For 300 Days A Year Due To Rare Disorder

ଆମେ ରାମାୟଣରେ କୁମ୍ଭକର୍ଣ୍ଣର କଥା ଶୁଣିଛେ। ଯିଏ ୬ ମାସ ଶୋଇବା ପରେ ଉଠେ। ହେଲେ ଏ ଯୁଗରେ ବି କୁମ୍ଭକର୍ଣ୍ଣ ଅଛନ୍ତି, ଯିଏ ଥରେ ଶୋଇଲେ ନିଦ ଭାଙ୍ଗିବା ବି କଷ୍ଟ। ବର୍ଷକୁ ୩୦୦ ଦିନ ସେ ଶୋଇରୁହନ୍ତି। ରାଜସ୍ଥାନର ନାଗୌର ଜିଲ୍ଲା ଭାଡୱା ଗାଁର ପୁରଖାରମ୍। ବୟସ ୪୫ ବର୍ଷ ହେବ। ବର୍ଷକୁ ୩୦୦ ଦିନ ସେ ଶୋଇରୁହନ୍ତି। ଅର୍ଥାତ୍‌ ମାସକୁ ୨୫ ଦିନ ଶୁଅନ୍ତି।

Advertisment

ଏହା ତାଙ୍କର ନୀତିଗତ ଅଭ୍ୟାସ ନୁହେଁ ବରଂ ଡିଜଅର୍ଡର। ସେ ଏବେ ଆକ୍ସିସ ହାଇପର ସୋମନିଆରେ ପୀଡିତ। ଏହି ରୋଗରେ ପୀଡିତ ହେବା ପରେ ସେ କେବଳ ଶୋଇରହୁଛନ୍ତି। ସାଧାରଣତଃ ଲୋକେ ଦିନକୁ ୬ରୁ ୮ ଘଣ୍ଟା ଶୋଇ ରୁହନ୍ତି। ପୁରଖାରମ୍‌ ଥରେ ଉଠିଲେ ୨୫ ଦିନ ଧରି ଶୋଇ ରୁହନ୍ତି। ଏହା ତାଙ୍କର ଜୀବନ ଶୈଳୀକୁ ବହୁତ ପ୍ରଭାବିତ କରିଛି।

Source:IndiaTimesSource:IndiaTimes

କେବଳ ସେତିକି ନୁହେଁ ତାଙ୍କର ଗୋଟିଏ ତେଜରାତି ଦୋକାନ ରହିଛି। କିନ୍ତୁ ଶୋଇ ରହିବା କାରଣରୁ ସେ ମାସକୁ ୫ ଦିନ ପାଇଁ ଦୋକାନ ଖୋଲନ୍ତି। ଥରେ ଶୋଇଲେ ଉଠିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼େ। ପରିବାର ଲୋକ କହିଛନ୍ତି ଯେ ଗତ ୨୩ ବର୍ଷ ହେବ ଆକ୍ସିସ ହାଇପର ସୋମନିଆରେ ପୀଡିତ ଅଛନ୍ତି। ସେ ପ୍ରଥମେ କେବଳ ଦିନରେ ୭ରୁ ୮ ଦିନ ଶୋଇ ରହୁଥିଲେ। କିନ୍ତୁ ଏବେ ଏହା ୨୫ ଦିନକୁ ବଢିଯାଇଛି। ଏପରିକି କାମ କରିବା ସମୟରେ ସେ ଶୋଇପଡ଼ନ୍ତି।  

Advertisment

'Axis Hypersomnia' ଏକ ଜିନ୍‌ଗତ ସ୍ନାୟବିକ ସମସ୍ୟା। ଏହି ରୋଗରେ ପୀଡିତ ହେଲେ ରୋଗୀକୁ କେବଳ ନିଦ ଲାଗେ। ଏପରିକି ନିଦ ଭାଙ୍ଗିବା କଷ୍ଟକର ହୋଇପଡ଼େ। ଏହା ରୋଗୀର ଜୀବନ ଶୈଳୀକୁ ପ୍ରଭାବିତ କରେ। National Center for Biotechnology Information (NCBI) ତଥ୍ୟ ଅନୁସାରେ  ୬ ପ୍ରତିଶତ କେବଳ Hypersomniaରେ ପୀଡିତ, ଏହାଦ୍ୱାରା ଦିନରେ ରୋଗୀ ଅଧିକ ସମୟ ଶୋଇବାରୁ ଜୀବନଶୈଳୀ ପ୍ରଭାବିତ ହୋଇଥାଏ। ତେବେ ଜିନ୍‌ଗତ ସମସ୍ୟା ଓ ମାତ୍ରାଧିକ ମଦ୍ୟପାନ ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ'

Advertisment
Advertisment