Advertisment

ହାଥରସ ଦୁର୍ଘଟଣା... ପୀଡ଼ିତଙ୍କୁ ଭେଟିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ

ହାଥରସରେ ଧାର୍ମିକ କାର୍ଯ୍ୟକ୍ରମ ପରେ ଦଳାଚକଟାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରର ବେଦନା ଶୁଣିଲେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ।

ଅଦ୍ୟତନ ହୋଇଛି
Rahul Gandhi Meets Hathras Stampede Victims

Rahul Gandhi

Advertisment

ହାଥରସରେ ଧାର୍ମିକ କାର୍ଯ୍ୟକ୍ରମ ପରେ ଦଳାଚକଟାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରର ବେଦନା ଶୁଣିଲେ କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ପରିବାର ଲୋକଙ୍କୁ ଭେଟିବା ସହ ସେମାନଙ୍କ ପାଇଁ ଏହି ପ୍ରସଙ୍ଗ ସଂସଦରେ ଉଠାଇବେ ବୋଲି କହିଛନ୍ତି ।

Advertisment

ଧାର୍ମିକ କାର୍ଯ୍ୟକ୍ରମରେ ଲୋକଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଏମିତି ହୋଇଛି । ମୃତକଙ୍କ ପରିବାର ଅତିଗରିବ । ସରକାର ସେମାନଙ୍କୁ ସର୍ବାଧିକ ଅନୁକମ୍ପା ରାଶି ଦେବା ଦରକାର ବୋଲି ରାହୁଲ କହିଛନ୍ତି । ଏନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ନିବେଦନ କରିଛନ୍ତି । ଏଭଳି ଘଟଣା ଅତିସମ୍ବେଦନଶୀଳ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ହାଥରସରେ ଦଳାଚକଟା: ମୁଖ୍ୟ ଅଭିଯୁକ୍ତ ମୁଣ୍ତ ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର

Advertisment

ପରେ ଆଲିଗଡ଼ ଯାଇ ମଧ୍ୟ କିଛି ପରିବାର ଲୋକଙ୍କୁ ଭେଟିଛନ୍ତି । ହାଥରସରେ ଭୋଲେ ବାବାଙ୍କ କାର୍ଯ୍ୟକ୍ରମ ପରେ ଦଳାଚକଟା ଯୋଗୁଁ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି । ମାମଲାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ତେବେ ଏଯାଏଁ ଭୋଲେ ବାବାଙ୍କର ପତ୍ତା ମିଳୁନି । ମୁଖ୍ୟ ଆୟୋଜକ ଦେବ ପ୍ରକାଶ ମଧ୍ୟ ଫେରାର ଅଛି । ତାକୁ ଖୋଜିଲେ ପୋଲିସ ଏକ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରିଛି । ହାଥରସରେ ଦଳାଚକଟାରେ ୧୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସମସ୍ତଙ୍କ ପରିଚୟ ମିଳିଛି ।

ଉତ୍ତରପ୍ରଦେଶ ହାଥରସରେ ହୋଇଥିଲା ମର୍ମନ୍ତୁଦ ଦଳାଚକଟାର ମୃତକଙ୍କ ଭିତରେ ଥିଲେ ଅଧିକାଂଶ ମହିଳା ଓ ଅବୋଧ ଶିଶୁ । ଏବେ ହାଥରସକୁ ଖାଲି ବର୍ଷା ଭିଜାଉନି । ଭିଜାଉଛି-କାଲିଠୁ ବାହୁନି ବାହୁନି କାନ୍ଦୁଥିବା ଅନେକ ହତଭାଗାଙ୍କ ଲୁହ । ହସ୍ପିଟାଲ ଓ ଶବଗୃହ ପାଖରେ ଅତି କରୁଣ ପରିବେଶ ।

Advertisment

କୁହାଯାଉଛି, ନାରାୟଣ ସାକାର ହରି ଓରଫ୍ ଭୋଲେ ବାବାଙ୍କ ସତସଙ୍ଗ ବେଳେ ପ୍ରବଳ ଭିଡ଼ଥିଲା । କିଏ କହୁଛି ୨୦ ହଜାର, କିଏ କହୁଛି ଲକ୍ଷାଧିକ । ତେବେ ସତସଙ୍ଗ ସରିବା ପରେ, କାହିଁକି ଉପୁଜିଲା ଦଳାଚକଟା ସ୍ଥିତି ? ଏହି ଟ୍ରାଜେଡି ପଛର କାରଣ କଣ ? ସାମ୍ନାକୁ ଆସୁଛି ଏକାଧିକ ଥିଓରି । କିଏ କହୁଛି, ସତସଙ୍ଗ ସରିବା ପରେ ଭୋଲେ ବାବା ଯେତେବେଳେ ଯିବାକୁ ବାହାରିଲେ, ତାଙ୍କ କାର୍ ଚକର ଧୂଳିକୁ 'ଚରଣ ରଜ' ଭାବେ ପାଇବା ପାଇଁ ଲୋକମାନେ ଗାଡ଼ି ପଛରେ ଦୌଡ଼ିଥିଲେ ।

ଅଧିକ ପଢ଼ନ୍ତୁ: ଦୁଃଖ ଦେଉଛି ବ୍ରହ୍ମପୁତ୍ର; ଉବୁଟୁବୁ ହେଉଛି ଆସାମ, ରାହା ଖୋଜୁଛି ଜୀବନ

Rahul Gandhi Victims Stampede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ