Advertisment

ହରିୟାଣା ନିର୍ବାଚନ: କଂଗ୍ରେସ ପାଇଁ ମହାଙ୍ଗା ପଡ଼ିଲା ଜିଲାପି ଓ ଜାଟ୍‌ ଭୋଟ !

ହରିୟାଣା ନିର୍ବାଚନରେ ​​ଦୁଇଟି ଶବ୍ଦ ଉପରେ ଅଧିକ ଆଲୋଚନା କରାଯାଇଥିଲା। ପ୍ରଥମଟି ହେଉଛି- ଜାଟ ଓ ଦ୍ୱିତୀୟଟି ହେଉଛି- ଜିଲାପି । ତେବେ କଣ ଏହି ପ୍ରସଙ୍ଗ ? ଜାଣନ୍ତୁ...

author-image
Sujit kumar Swain
ଅଦ୍ୟତନ ହୋଇଛି
Jalebi Factor

Jalebi Factor

ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ର ଫଳାଫଳ ଆସିଛି । ସବୁ ଏକଜିଟ୍ ପୋଲର ପୂର୍ବାନୁମାନକୁ ଭୁଲ ପ୍ରମାଣିତ କରିଛି । ୫୨ ବର୍ଷର ରେକର୍ଡ ମଧ୍ୟ ଭାଙ୍ଗିଛି । ବର୍ତ୍ତମାନ ବିଜେପି ରାଜ୍ୟରେ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛି । ଏଥି ସହିତ କଂଗ୍ରେସକୁ ଅତ୍ୟଧିକ ଆତ୍ମବିଶ୍ୱାସର ପରିଣାମ ଭୋଗିବାକୁ ପଡିଛି । ଅଧିକାଂଶ ଏକଜିଟ୍ ପୋଲରେ କଂଗ୍ରେସକୁ ବହୁ ସଂଖ୍ୟାରେ ସଂଖ୍ୟାଗରିଷ୍ଠତା ମିଳିଥିବା ଦେଖାଯାଇଥିଲା। କିନ୍ତୁ କଂଗ୍ରେସ ମାତ୍ର ୩୬ଟି ଆସନ ଜିତିପାରେ । 

Advertisment

ହରିୟାଣା ନିର୍ବାଚନରେ ​​ଦୁଇଟି ଶବ୍ଦ ଉପରେ ଅଧିକ ଆଲୋଚନା କରାଯାଇଥିଲା। ପ୍ରଥମଟି ହେଉଛି- ଜାଟ ଓ ଦ୍ୱିତୀୟଟି ହେଉଛି- ଜିଲାପି । କଂଗ୍ରେସ ଉଭୟ ଉପରେ ଅଧିକ ଗୁରୁତ୍ୱ ଦେଇଥିଲା, କିନ୍ତୁ ଟ୍ରେଣ୍ଡରୁ ଜଣାପଡିଛି ଯେ ଦଳ ଏଥିରୁ ଅଧିକ କିଛି ଫାଇଦା ହାସଲ କରି ନାହିଁ । ନିର୍ବାଚନ ଫଳାଫଳ ବାହାରିବା ପରେ ବର୍ତ୍ତମାନ ମଥୁରାମ କି ଜିଲାପି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି । ଏଥି ସହ ବିଜୟ ଉତ୍ସବ ପାଳନ ପାଇଁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜିଲାପି ବଣ୍ଟା ଯାଇଛି । 

କେମିତି ଜିଲାପି ହେଲା ନିର୍ବାଚନ ପ୍ରସଙ୍ଗ ? 

ହରିୟାଣାର ଗୋହାନାର ଏକ ପ୍ରସିଦ୍ଧ ଦୋକାନ ମଥୁରାମ ହାଲୱାଇର ଜିଲାପି ସବୁବେଳେ ଚର୍ଚ୍ଚାରେ ରହିଥାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧି ଏହି ଜିଲାପି ଖାଇଛନ୍ତି । ରାହୁଲ ଜିଲାପିର ସ୍ୱାଦକୁ ଏତେ ପସନ୍ଦ କରିଥିଲେ ଯେ ସେ ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଇଁ ମଧ୍ୟ ପ୍ୟାକ୍ କରି ନେଇଥିଲେ। ତା’ପରେ ଗୋହାନାରେ ଏକ ରାଲିରେ ସମ୍ବୋଧିତ କରିବାବେଳେ ରାହୁଲ ଗାନ୍ଧି ମଥୁରାମ ଜିଲାପିର ଏକ ବାକ୍ସ ଦେଖାଇଥିଲେ। ତେବେ ଏହା ମଥୁରାମ ଜିଲାପି ନୁହେଁ ବୋଲି ଅଭିଯୋଗ ଉଠିଥିଲା। ତେବେ ଏହିଠାରୁ ଜିଲାପି ନିର୍ବାଚନ ପ୍ରସଙ୍ଗ ହୋଇଥିଲା। 

Advertisment

ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାହୁଲ ଗାନ୍ଧି ପୋଷ୍ଟ କରି କହିଥିଲେ ଯେ, ଜିଲାପି ଅନ୍ୟ ରାଜ୍ୟକୁ ରପ୍ତାନି ହୋଇ ବିକ୍ରି ହୋଇପାରିବ। ତେଣୁ ଦିନକୁ ୨୦ରୁ ୫୦ ହଜାର ଲୋକ ତାଙ୍କ କାରଖାନାରେ କାମ କରିପାରିବେ। ଯାହା ପରେ ସମାଲୋଚନାର ଶିକାର ହୋଇଥିଲେ ରାହୁଲ ଗାନ୍ଧି। 

ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ କହିଥିଲେ ଯେ, ‘ମୁଁ ଗୋହାନାର ଜିଲାପିକୁ ମଧ୍ୟ ବହୁତ ପସନ୍ଦ କରେ। କିନ୍ତୁ ବର୍ତ୍ତମାନ ରାହୁଲ ଗାନ୍ଧି ଆମେରିକାରେ ଜିଲାପି କାରଖାନା ସ୍ଥାପନ ବିଷୟରେ କହୁଛନ୍ତି, କିନ୍ତୁ ଜିଲାପି କିପରି ତିଆରି ହୁଏ ଏବଂ କେମିତି ବିକ୍ରି ହୁଏ । ତାଙ୍କୁ ବୁଝିବାକୁ ପଡ଼ିବ । ଯେଉଁମାନେ ତାଙ୍କ ପାଇଁ ଭାଷଣ ଲେଖୁଛନ୍ତି ସେମାନେ ଭଲ ଭାବରେ ପ୍ରସ୍ତୁତ କରି ଲେଖନ୍ତୁ । ’

ଆଜି ସକାଳେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ପ୍ରାରମ୍ଭିକ ଫଳାଫଳ ଧାରାକୁ ନେଇ କଂଗ୍ରେସ କର୍ମୀମାନେ ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ଜିଲାପି ବାଣ୍ଟି ବିଜୟ ଉତ୍ସବ ପାଳନ କରିଥିଲେ । ତେବେ ପରବର୍ତ୍ତୀ ରାଉଣ୍ଡରେ କଂଗ୍ରେସ ପଛରେ ପଡିଥିଲା । ବିଜେପିକୁ ବହୁମତ ମିଳିଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ବିଜେପି ବିଜୟ ଉତ୍ସବ ପାଳନ କରୁଛି । ପାର୍ଟି ସୂତ୍ରରୁ ଜଣାପଡିଛି ଯେ ବିଜେପି ମୁଖ୍ୟାଳୟରେ ଏହି ବିଶାଳ ଉତ୍ସବ ପାଇଁ ଜିଲାପି ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣତଃ ନିର୍ବାଚନର ବିଜୟ ଉତ୍ସବ ପାଇଁ ଲଡୁ ବଣ୍ଟା ଯାଇଥାଏ । କିନ୍ତୁ ଏଥର ବିଜେପି ଜିଲାପି ବାଣ୍ଟି ହରିୟାଣାରେ ବିଜୟ ଉତ୍ସବ ପାଳନ କରୁଛି। ଗୋଟିଏ ପ୍ରକାରେ ଏହା ମଧ୍ୟ ବିଜେପି ଠାରୁ କଂଗ୍ରେସ ଏବଂ ରାହୁଲ ଗାନ୍ଧିଙ୍କୁ ଏକ ସ୍ପଷ୍ଟ ରାଜନୈତିକ ବାର୍ତ୍ତା।

ଜାଟ୍ ଫ୍ୟାକ୍ଟର କଣ ? 

ବିଜେପିର ଏହି ଚମକପ୍ରଦ ବିଜୟ ପଛରେ ରହିଛି ଜାଟ୍ ଫ୍ୟାକ୍ଟର । କୁହାଯାଉଥିଲା ଜାଟ୍ ସମୁଦାୟ କଂଗ୍ରେସ ସହ ରହିଛନ୍ତି । ଏପରିକି ଲୋକସଭା ନିର୍ବାଚନ ବେଳେ ଅଧିକାଂଶ ଜାଟ୍ ଭୋଟ କଂଗ୍ରେସ ସପକ୍ଷରେ ଯାଇଥିଲା । ହେଲେ ବିଧାନସଭା ନିର୍ବାଚନ ବେଳେ ପୁରା ଓଲଟା ହୋଇଛି । ଜାଟ୍ ସମୁଦାୟ କଂଗ୍ରେସ ବଦଳରେ  ବିଜେପି ସହ ରହିଛନ୍ତି । ଜାଟ୍ ବହୁଳ  ୩୬ଟି ଆସନ ମଧ୍ୟରୁ ୧୯ଟିରେ ବିଜେପି ସପକ୍ଷରେ ଯାଇଛି। ପୂର୍ବତନ ସହଯୋଗୀ ତଥା ଜେଜେପି ପାର୍ଟି ନେତା ଦୁଷ୍ୟନ୍ତ ଚୌତାଲାଙ୍କଠାରୁ ଅଲଗା ହେବା ଦ୍ବାରା ଏଥର ବିଜେପିକୁ ଫାଇଦା ମିଳିଛି ବୋଲି କୁହାଯାଉଛି ।  

BJP Rahul Gandhi
Advertisment
Advertisment