Advertisment

ଧରାପଡ଼ିଲା ସିଦ୍ଧୁଙ୍କ ହତ୍ୟାକାରୀ ! ସମସ୍ତଙ୍କୁ ଚକ୍‌ମା ଦେଇ ଠିକଣା ବଦଳାଇ ଲୁଚିଥିଲା...

ଧରାପଡ଼ିଲା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ୍‌ ଗ୍ୟାଙ୍ଗଷ୍ଟର ଗୋଲ୍‌ଡି ବ୍ରାର୍‌। ଆମେରିକାରେ ପୋଲିସ୍‌ ତାକୁ ହେପାଜତକୁ ନେଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Sidhu Moosewala

Punjabi Singer Sidhu Moose Wala Murder Mastermind Goldy Brar Detained

ଧରାପଡ଼ିଲା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ୍‌ ଗ୍ୟାଙ୍ଗଷ୍ଟର ଗୋଲ୍‌ଡି ବ୍ରାର୍‌। ଆମେରିକାରେ ପୋଲିସ୍‌ ତାକୁ ହେପାଜତକୁ ନେଇଥିବା ଜଣାପଡ଼ିଛି। ଭାରତୀୟ ଗୁଇନ୍ଦା ଏଜେନ୍ସିର ସୂତ୍ର ଅନୁସାରେ ଏହି ସୂଚନା ମିଳିଛି। ମୁସେୱାଲାଙ୍କ ହତ୍ୟା ପଛରେ ଗୋଲ୍‌ଡି ମାଷ୍ଟରମାଇଣ୍ଡ୍‌ ବୋଲି ଜଣାପଡ଼ିବା ପରେ ତାକୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ ହୋଇଥିଲା। ହେଲେ ଠିକଣା ବଦଳାଇ ସମସ୍ତଙ୍କୁ ଚକ୍‌ମା ଦେଇ ସେ ବିଭିନ୍ନ ସ୍ଥାନରେ ରହୁଥିଲା।

Advertisment

ଭାରତୀୟ ସୁରକ୍ଷା ଏଜେନ୍ସି ସୂଚନା ଅନୁସାରେ, ନଭେମ୍ବର ୨୦ କିମ୍ବା ଏହାର ଆଖପାଖ ଦିନରେ କାଲିଫର୍ଣ୍ଣିଆରେ ପ୍ରଥମେ ଗୋଲ୍‌ଡିକୁ ଅଟକ ରଖାଯାଇଥିଲା। ହେଲେ ଏନେଇ ବର୍ତ୍ତମାନ ସୁଦ୍ଧା କାଲିଫର୍ଣ୍ଣିଆ ପକ୍ଷରୁ ଏହି ମାମଲାରେ କୌଣସି ବୟାନ ସାମ୍ନାକୁ ଆସି ନାହିଁ। ହେଲେ ଭାରତୀୟ ଗୁଇନ୍ଦା ଏଜେନ୍ସିକୁ ସୂଚନା ମିଳିଛି ଯେ, କାଲିଫର୍ଣ୍ଣିଆରେ  ଗୋଲ୍‌ଡିକୁ ନେଇ ହଇଚଇ ସୃଷ୍ଟି ହୋଇଛି ଓ ସେଠାରେ ସେ ଧରାପଡ଼ିଛି।

ଅଧିକ ପଢ଼ନ୍ତୁ: ସିଦ୍ଧୁଙ୍କୁ ଝୁରୁଛନ୍ତି ସେରା - ବଘିରା: ଖାଇବାପିଇବା ଛାଡ଼ି ଦେଇଛନ୍ତି ଦୁଇ ପୋଷା କକୁର

Advertisment

ପୂର୍ବରୁ ଗୁଇନ୍ଦା ଏଜେନ୍ସି ପାଖରେ ଖବର ଥିଲା ଯେ, ଗୋଲ୍‌ଡି କାନାଡାରୁ କାଲିଫର୍ଣ୍ଣିଆ ଯାଇ ସେଠାରେ ସେ ନିଜର ନୂଆ ଠିକଣା କରିଥିଲା। ସେ କାଲିଫର୍ଣ୍ଣିଆର ବିଭିନ୍ନ ସହର ସାକ୍ରାମେଣ୍ଟୋ,  FRIZOW ଓ ସଲ୍ଡ ଲେକ୍‌କୁ ନିଜର ସୁରକ୍ଷିତ ସ୍ଥାନ କରିଥିଲା। 

ସୂଚନାଥାଉ କି,ପଞ୍ଜାବର ମନ୍‌ସାରେ ଗତ ମେ’ ୨୯ରେ ଚର୍ଚ୍ଚିତ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଉପରକୁ ୧୯ ରାଉଣ୍ଡ ଗୁଳି ଫାୟାରିଂ କରି ହତ୍ୟା କରାଯାଇଥିଲା। କୁହାଯାଉଛି, ଅଭିଯୁକ୍ତ ମାନେ ମୁସେଓ୍ୱାଲାଙ୍କ କାର୍‌କୁ ଦୁଇ ପଟୁ ଘେରି ଗୁଳି ଚଲାଇଥିଲେ। ଏହି ହତ୍ୟାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଈ ଓ ଗୋଲ୍‌ଡି ବ୍ରାର୍‌ର ହାତ ଥିବା ଅଭିଯୋଗ ହୋଇଥିଲା। ଗୋଲ୍‌ଡି ଏହି ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲା।

Sidhu Moosewala
Advertisment
Advertisment