• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାତ୍ର ୪୦୦ ଟଙ୍କାରେ ଆପଣ ହୋଇପାରିବେ କୋଟିପତି । ଯଦି ଆପଣ ଟଙ୍କା ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ମାତ୍ର ୪୦୦ ଟଙ୍କା କୋଟିପତି କରାଇଦେବ । ପୁଞ୍ଜି ବିନିଯୋଗର ଏହି ପଦ୍ଧତି କେବଳ ସୁରକ୍ଷିତ ନୁହେଁ ବରଂ ଷ୍ଟକ୍ ମାର୍କେଟ୍ ଏବଂ ଅନ୍ୟାନ୍ୟ ପୁଞ୍ଜି ବିନିଯୋଗର ପଦ୍ଧତି ଅପେକ୍ଷା ଅଧିକ ଲାଭଦାୟକ ଦେବ । ତେବେ ଆସନ୍ତୁ ଜାଣିବା ଏ ସମ୍ପର୍କରେ...

ବର୍ତ୍ତମାନର ସମୟରେ ଲୋକମାନେ ମ୍ୟୁଚୁଆଲ୍ ଫଣ୍ଡ ଏବଂ ଷ୍ଟକ୍ ମାର୍କେଟରେ ବିନିଯୋଗ କରିବାକୁ ଅଧିକ ପସନ୍ଦ କରୁଛନ୍ତି । କାରଣ ଏଥିରେ ପୁଞ୍ଜି ବିନିଯୋଗ କରିବା ଦ୍ୱାରା ଅଧିକ ରିଟର୍ଣ୍ଣ ମିଳିବାର ସମ୍ଭାବନା ରହିଥାଏ । ହେଲେ ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକ ନିଜ ଟଙ୍କାକୁ ସୁରକ୍ଷିତ ସ୍ଥାନରେ ବିନିଯୋଗ କରିବାକୁ ପସନ୍ଦ କରନ୍ତି ।

ଯଦି ଆପଣ ସଞ୍ଚୟ କରିବାକୁ ଚାହୁଁଛନ୍ତି ତେବେ ଏହି ଯୋଜନା ଆପଣଙ୍କୁ ଭଲ ଲାଭଦେବ । ଯେଉଁଥିରେ ଆପଣ ୪୧୬ ଟଙ୍କା ବିନିଯୋଗ କରି କୋଟିପତି ହୋଇପାରିବେ । ଏହି ଯୋଜନାର ନାଁ ହେଉଛି ‘ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ’ । ଆପଣ ଏହି ଯୋଜନାରେ ବିନିଯୋଗ କରିବା ଦ୍ୱାରା ଆପଣଙ୍କୁ ୭.୧ ପ୍ରତିଶତ ସୁଧ ହାର ମିଳିବ । ଏହି ଯୋଜନାରେ ଆପଣଙ୍କୁ ୧୫ ବର୍ଷ ପାଇଁ ବିନିଯୋଗ କରିବାକୁ ହେବ । ୧୫ବର୍ଷ ପରେ, ମଧ୍ୟ ଆପଣ ବିନିଯୋଗ କରିପାରିବେ ।

ଜାଣିନିଅନ୍ତୁ କିପରି କରିବେ ବିନିଯୋଗ ?

‘ପବ୍ଲିକ୍ ପ୍ରୋଭିଡେଣ୍ଟ୍ ଫଣ୍ଡ’ ମାଧ୍ୟମରେ ଆପଣ ୪୧୬ ଟଙ୍କା ସଞ୍ଚୟ କରି ୧.୫୪ କୋଟି ଟଙ୍କା ପାଣ୍ଠି ସଂଗ୍ରହ କରିପାରିବେ । ଯଦି ଆପଣ ପ୍ରତିଦିନ ୪୧୬.୬୬ ଟଙ୍କା ସଞ୍ଚୟ କରନ୍ତି । ତେବେ ଆପଣ ପ୍ରତି ମାସରେ ସମୁଦାୟ ୧୨,୫୦୦ ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ହେବେ । ଏପରି ସଞ୍ଚୟ କରିବା ଦ୍ୱାରା ପବ୍ଲିକ୍‌ ପ୍ରୋଭିଡେଣ୍ଟ ପାଣ୍ଠିରେ ଆପଣ ବର୍ଷକୁ ୧,୫୦,୦୦୦ ଟଙ୍କା ବିନିଯୋଗ କରିପାରିବେ ।

ଏହି ତୁଳନାରେ ସୁଧ ହାର ଆପଣଙ୍କୁ ୭.୧ ପ୍ରତିଶତ ମିଳିବ । ଯଦି ଆପଣ ଏହାକୁ ୩୦ ବର୍ଷ ପାଇଁ ବିନିଯୋଗ କରନ୍ତି ତେବେ ଯୋଜନାର ପରିପକ୍ୱତା ସମୟରେ ଆପଣଙ୍କୁ ସମୁଦାୟ ୧,୫୪,୫୦,୯୧୧ ଟଙ୍କା ମିଳିବ ।