Advertisment

ସଂସଦରେ କୃଷି ଆଇନ ଉଚ୍ଛେଦ ହେଲେ ଆନ୍ଦୋଳନ ଶେଷ ହେବ: ଟିକାୟତ

ଆଇନ ପ୍ରତ୍ୟାହାର କରିବାକୁ ମୋଦି କହିବା ପରେ ଦିଲ୍ଲୀ ସୀମାରେ ଚାଷୀମାନେ ପରସ୍ପକୁ ମିଠା ବାଣ୍ଟି ଏହାକୁ ସ୍ୱାଗତ କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଗୋଟିଏ ବିବୃତି ଜାରି କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି।

author-image
Chandan Shishu
Farmer Protest

Farmer Protest

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା ପରେ ବି ଆନ୍ଦୋଳନରୁ ହଟିବେନି ବୋଲି କୃଷକ ନେତା କହିଛନ୍ତି। ରାକେଶ ଟିକାୟତ ଭାରତୀୟ କୃଷକ ସଂଘ ନେତା ରାକେଶ ଟିକାୟତ ଟୁଇଟ୍ କରି କହିଛନ୍ତି ଯେ ଏବେ ଆନ୍ଦୋଳନରୁ ହଟିବୁନି। ସଂସଦରେ ୩ ଆଇନ ଉଚ୍ଛେଦ ହେବା ଯାଏଁ ଅପେକ୍ଷା କରିବୁ। MSP ବ୍ୟତୀତ ଅନ୍ୟ ପ୍ରସଙ୍ଗରେ ବି ପ୍ରଧାନମନ୍ତ୍ରୀ କହିବା ଉଚିତ୍ ବୋଲି ରାକେଶ ଟିକାୟତ କହିଛନ୍ତି।

Advertisment

ବହୁ ବାଦବିବାଦ ଏବଂ ଆନ୍ଦୋଳନ ପରେ ଶେଷରେ ୩ ନୂଆ କୃଷି ଆଇନ ପ୍ରତ୍ୟାହାର ହୋଇଛି। ୩ ନୂଆ କୃଷି ଆଇନ ପ୍ରତ୍ୟାହାର କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଦେଶବାସୀଙ୍କ ସମ୍ବୋଧନ ବେଳେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ।ଏଥିସହ ନୂଆ କୃଷି ଆଇନକୁ ବିରୋଧ କରି ଆସୁଥିବା ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।  ଆନ୍ଦୋଳନକାରୀ କୃଷକ ନିଜ ଘରକୁ ଫେରିଯାଆନ୍ତୁ ବୋଲି ସେ ନିବେଦନ କରିଛନ୍ତି।

କୃଷକଙ୍କ କଲ୍ୟାଣ ପାଇଁ ୩ଟି ନୂଆ କୃଷି ଆଇନ ଅଣାଯାଇଥିବା ବୁଝାଇବା ସତ୍ତ୍ୱେ କିଛି ଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ। ବିରୋଧକୁ ଦୃଷ୍ଟିରେ ରଖି ନୂଆ କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଯାହା ବି କରୁଛୁ ଦେଶର କଲ୍ୟାଣ ପାଇଁ କରୁଛି ବୋଲି ସେ କହିଛନ୍ତି। ଏଥିସହ ଚାଷୀଙ୍କ କଲ୍ୟାଣ କେନ୍ଦ୍ର ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଚାଷୀଙ୍କ ସମସ୍ୟା, ଅସୁବିଧାକୁ ଅତି ନିକଟରୁ ଦେଖନ୍ତି। ତେଣୁ କୃଷି କଲ୍ୟାଣକୁ ଅଧିକ ପ୍ରାଥମିକତା ଦିଆଯାଉଛି।  

Advertisment

ଆଇନ ପ୍ରତ୍ୟାହାର କରିବାକୁ ମୋଦି କହିବା ପରେ ଦିଲ୍ଲୀ ସୀମାରେ ଚାଷୀମାନେ ପରସ୍ପକୁ ମିଠା ବାଣ୍ଟି ଏହାକୁ ସ୍ୱାଗତ କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ମଧ୍ୟ ଗୋଟିଏ ବିବୃତି ଜାରି କରି କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି। ମୋର୍ଚ୍ଚା କହିଛି ଯେ ସେମାନେ କୃଷି ଆଇନ ସଂସଦରେ ପ୍ରତ୍ୟାହାର ହେଲା ଯାଏ ଅପେକ୍ଷା କରିବେ। ଏଥିସହ ମୋର୍ଚ୍ଚା କେବଳ ଆଇନ ପ୍ରତ୍ୟାହାର ନୁହେଁ ବରଂ ଏମଏସପିର ଆଇନଗତ ମାନ୍ୟତା ପାଇଁ ଆନ୍ଦୋଳନ କରୁଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇ ଦେଇଛନ୍ତି।

ସମସ୍ତ କୃଷି ଜାତୀୟ ଦ୍ରବ୍ୟ ଉପରେ ଏମଏସ୍‌ପିର ଆଇନଗତ ମାନ୍ୟତା ମିଳିବା ଦରକାର। ଏହା ଚାଷୀଙ୍କର ଗୁରୁତ୍ୱପୂର୍ଣ୍ଣ ଦାବି, ଯାହା ଏଯାଏ ପେଣ୍ଡିଂ ରହିଛି ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଏହାବାଦ ମୋର୍ଚ୍ଚା ପକ୍ଷରୁ ବୈଠକ ଡକାଯାଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡ଼ିଛି। 

Narendra Modi Farm Laws Farmer
Advertisment
Advertisment