• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଗଣତନ୍ତ୍ରର ରାଷ୍ଟ୍ରରେ ହିନ୍ଦୁ ଧର୍ମକୁ ଅପମାନ । ରାମଙ୍କ ନାଁ ନେବାରୁ କହିଲେ 'ଆଉଟ' । ଯୋଗୀ ଆଦିତ୍ୟନାଥଙ୍କ ରାଜ୍ୟରେ ଘଟିଛି ଘଟଣା । ସ୍ଲୋଗାନ ଶୁଣି ଚିହିଁକି ଉଠିଲେ ମହିଳା ।

ପ୍ରଫେସରଙ୍କ ଅଦ୍ଭୁତ କାରନାମା । ଜୟ ଶ୍ରୀରାମ କହିବାରୁ ମଞ୍ଚରୁ ଓହ୍ଲାଇ ଦେଲେ । ଉତ୍ତର ପ୍ରଦେଶ ଗାଜିଆବାଦରେ ଥିବା ABES ଇଞ୍ଜିନିୟର କଲେଜରେ ଘଟିଛି ଘଟଣା । କଲଚରାଲ ପୋଗ୍ରାମ ଚାଲୁଥିବା ବେଳେ ଜୟ ଶ୍ରୀରାମ ନାରା ଦେଇଥିଲେ ଛାତ୍ରଜଣକ । କିଛି ଦିନ ପୂର୍ବେ ଏନେଇ ଭିଡ଼ିଓ ଭାଇରାଲ ହୋଇଥିଲା । ଏପରି ଏକ ଘଟଣା ପୁରା ଦେଶରେ ହଇଚଇ ସୃଷ୍ଟି କରିଛି ।

ତଳେ ଥିବା ଭିଡ଼ିଓକୁ ଦେଖନ୍ତୁ । କଲେଜରେ କଲଚରାଲ ପୋଗ୍ରାମ ଚାଲୁଛି । ଏହି ସମୟରେ ଛାତ୍ର ଜଣକ ଜୟ ଶ୍ରୀରାମ କହୁଛନ୍ତି । ସ୍ଲୋଗାନ ଦେବା ପରେ ପରେ ମହିଳା ପ୍ରଫେସର ଜଣେ ଆସି ପାଟି କରୁଛନ୍ତି । ଏହା ସହ ଷ୍ଟେଜ ଉପରୁ ଓହ୍ଲାଇ ଯିବାକୁ ନିର୍ଦ୍ଦେଶ ଦେଉଛନ୍ତି ।

ପ୍ରଥମେ ଦର୍ଶକଙ୍କ ମଧ୍ୟରୁ ଜୟ ଶ୍ରୀରାମର ନାରା ଦିଆ ଯାଇଥିଲା । ସେ କେବଳ ଏହାର ପ୍ରତିଉତ୍ତର ରଖିଥିଲେ ବୋଲି କହିଥିଲେ ଛାତ୍ରଜଣକ । ତଥାପି ମହିଳା ପ୍ରଫେସର ଜଣକ ଶୁଣି ନଥିଲେ ଓ ତତ୍ କ୍ଷଣାତ୍ ଷ୍ଟେଜ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଫେସରଙ୍କ ଏପରି କାରନାମାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।

କଲେଜ ପକ୍ଷରୁ ଜାରି ବିବୃତ୍ତିରେ କୁହା ଯାଇଛି ଯେ, ମହିଳା ପ୍ରଫେସର ଜଣଙ୍କୁ ସସପେଣ୍ତ କରି ଦିଆ ଯାଇଛି । ପୁରା ଘଟଣାରେ ତଦନ୍ତ କରା ଯାଇ ପ୍ରଫେସର ମମତା ଗୌତମ ଓ ଶ୍ବେତା ଗୌତମଙ୍କୁ ସସପେଣ୍ତ କରି ଦିଆ ଯାଇଛି ।

ତେବେ ଭାରତ ପରି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଜଣେ ପ୍ରଫେସରଙ୍କର ଏପରି କାର୍ଯ୍ୟକୁ ହଜମ କରି ପାରି ନାହାନ୍ତି ନେଟିଜେନ୍ସ । କେତେ ଜଣ ୟୁଜର୍ସ ପ୍ରଫେସର ଦ୍ବୟଙ୍କୁ ବହିଷ୍କାର କରିବାକୁ ମଧ୍ୟ ଦାବି କରିଛନ୍ତି ।