• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tapan Kumar Swain

‘ମନ୍ କୀ ବାତ୍’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀଙ୍କ କଥା କହିଛନ୍ତି । ଏଇ ଚାଷୀଙ୍କ ଉଦାହରଣ ଦେଇ କହିଛନ୍ତି, ଏଇ ଅଞ୍ଚଳରୁ ଚାଷୀମାନେ ଦିନେ ବାଧ୍ୟ ହୋଇ ବାହାର ରାଜ୍ୟକୁ କାମ କରିବାକୁ ଯାଉଥିଲେ । ପରିବାରର ଗୁଜରାଣ ମେଣ୍ଟାଇ ପାରୁନଥିଲେ । ଏବେ ସେଠି ହୋଇଛି ପରିବା ବିପ୍ଲବ । ଏହି ବ୍ଲକ ହୋଇଛି ପରିବା ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ରସ୍ଥଳ । ପ୍ରଥମେ ୧୦ ଜଣ ଚାଷୀ ମିଶି ଏକ ଗ୍ରୁପ୍ ତିଆରି କରିଥିଲେ । କିଷାନ ଉତ୍ପାଦ ସଂଘ ନାମରେ ଏକ ଫାର୍ମର୍ସ ପ୍ରଡ୍ୟୁସର ସଂଗଠନ ବା FPO ଗଠନ କରି ଚାଷ କାର୍ଯ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ କରିଥିଲେ । ଏବେ ଏହି କୃଷକମାନେ କୋଟି କୋଟି ଟଙ୍କାର ବ୍ୟବସାୟ କରୁଛନ୍ତି । ଏହି ସଂଗଠନରେ ଏବେ ପ୍ରାୟ ୨୦୦ ଜଣ ସଦସ୍ୟ ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୪୫ ଜଣ ମହିଳା ଚାଷୀ । ନିଷ୍ଠା ଓ ସମ୍ମିଳିତ ଉଦ୍ୟମ ଦ୍ୱାରା ସବୁ କିଛି କରାଯାଇପାରିବ । କଳାହାଣ୍ଡିର ଏହି ସଫଳତା ଆମକୁ ଏହି ଶିକ୍ଷା ଦେଉଛି ବୋଲି ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

‘ମନ୍ କୀ ବାତ୍’ ର ୧୧୭ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ଭାରତୀୟ ସମ୍ୱିଧାନ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । କହିଛନ୍ତି, ଏହା ଆମପାଇଁ ଆଲୋକବର୍ତ୍ତିକା ବା ମାର୍ଗଦର୍ଶକ । ଆସନ୍ତା ଜାନୁଆରୀରେ ଭାରତୀୟ ସମ୍ୱିଧାନ ୭୫ ବର୍ଷ ପୂରଣ କରୁଥିବାରୁ ଦେଶବ୍ୟାପି ଏକ ଅଭିଯାନ ଆରମ୍ଭ କରାଯାଉଛି । ସମ୍ୱିଧାନର ପ୍ରସ୍ତାବନାକୁ ନାଗରିକମାନେ ପଢି ଭିଡିଓକୁ ଶେୟାର୍ କରିପାରିବେ । ଏଥିପାଇଁ ଏକ ୱେବସାଇଟ୍ ମଧ୍ୟ ଖୋଲାଯାଇଛି । ଲୋକମାନେ ସମ୍ୱିଧାନ ବିଷୟରେ ପଢିବା ସହ ପ୍ରଶ୍ନ ମଧ୍ୟ ପଚାରି ପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢନ୍ତୁ: କୁଏତ୍‌ରେ ଓଡ଼ିଶାର ଗୁଣଗାନ କଲେ ମୋଦି; କହିଲେ କୁଏତୀ ବନ୍ଧୁଙ୍କୁ ନେଇ ବୁଲିବାକୁ ଆସନ୍ତୁ...

ପ୍ରୟାଗରାଜ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେଉଥିବା ମହାକୁମ୍ଭ ପାଇଁ ଏଆଇ ଚାଟବଟ୍ (AI Chatbot) ସୁବିଧା ଉପଲବ୍ଧ ହେବ । ପ୍ରଥମଥର ପାଇଁ ଏହାର ପ୍ରୟୋଗ ମହାକୁମ୍ଭରେ କରାଯାଉଛି । ଏହା ବ୍ୟବହାର କରି ଶ୍ରଦ୍ଧାଳୁମାନେ କୁମ୍ଭ ସଂପର୍କରେ ସମସ୍ତ ତଥ୍ୟ ପାଇପାରିବେ । ୧୧ଟି ଭାରତୀୟ ଭାଷାରେ କୁମ୍ଭର ସୂଚନା ମିଳିପାରିବ । ଜଣେ ଟାଇପ୍ କରି ବା ଭଏସ୍ ଦେଇ ଏହାର ସୁବିଧା ହାସଲ କରିପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏଥର ଆପଣମାନେ ମହାକୁମ୍ଭକୁ ଗଲେ ଗୋଟିଏ ସଂକଳ୍ପ ନେଇ ଫେରନ୍ତୁ । ତାହା ହେଲା, ସମାଜରୁ ବିଭାଜନ ଓ ବିଦ୍ୱେଷ ଲୋପ କରିବାକୁ ସଂକଳ୍ପ ନିଅ । ମହାକୁମ୍ଭକୁ ଏକତାର ମହାକୁମ୍ଭ ବୋଲି ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ ।

ଆସନ୍ତା ବର୍ଷ ପ୍ରଥମ ଥର ପାଇଁ ଆମ ଦେଶରେ ୱାର୍ଲଡ ଅଡିଓ ଭିଜୁଆଲ୍ ଏଣ୍ଟରଟେନମେଣ୍ଟ ସମ୍ମିଟ ବା WAVES ର ଆୟୋଜନ କରାଯାଉଛି । ଏଥିରେ ମିଡିଆ ଓ ଏଣ୍ଟରଟେନମେଣ୍ଟ କ୍ଷେତ୍ରରେ କାମ କରୁଥିବା ଓ ରଚନାତ୍ମକ ଦୁନିଆ ସହ ଯୋଡି ହୋଇ ରହିଥିବା ବ୍ୟକ୍ତିବିଶେଷ ଯୋଗଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ହେଉଛି ଏ ବର୍ଷର ଶେଷ ‘ମନ୍ କୀ ବାତ୍’ ।

ଅଧିକ ପଢନ୍ତୁ: ଆମ୍ବେଦକର ପ୍ରସଙ୍ଗ, ଜୋର ଧରିଲା ରାଜନୀତି; ବିରୋଧୀଙ୍କୁ ଧୋଇଲେ ପ୍ରଧାନମନ୍ତ୍ରୀ

OTV is now on Whatsapp

Join and get latest news update delivered to you via whatsapp

Join Now