Advertisment

President Speech In Parliament: ସଂସଦରେ ବିକଶିତ ଭାରତର ନକ୍ସା ରଖିଲେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ବଜେଟ୍‌ ଅଭିଭାଷଣରେ ମହିଳା ଶକ୍ତିର ବିକାଶ ଓ ବିକଶିତ ମହିଳାଙ୍କ ସଳଫତା ପ୍ରସଙ୍ଗରେ ମୋଦି ସରକାର ନେଇଥିବା ପଦକ୍ଷେପର ଲମ୍ବା ତାଲିକା ରହିଛି।

ଅଦ୍ୟତନ ହୋଇଛି
President

President

Advertisment

ଖୁବଶୀଘ୍ର ଭାରତ ହେବାକୁ ଯାଉଛି ବିଶ୍ୱର ତୃତୀୟ ବୃହତ ଆର୍ଥିକ ଶକ୍ତି। ସାଂପ୍ରତିକ ସ୍ଥିତିରେ ବୈଶ୍ୱିକ ଅସ୍ଥିରତା ଭିତରେ ସ୍ଥିରତାର ପିଲାର ଭାବେ ଛିଡ଼ା ହୋଇଛି ଭାରତ। ଆଜିଠୁ ଆରମ୍ଭ ହୋଇଥିବା ବଜେଟ୍‌ ଅଧିବେଶନରେ ସଂସଦର ଉଭୟ ଗୃହକୁ ସମ୍ବୋଧନ କରି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଓ ସଫଳତାର ଲମ୍ବା ତାଲିକା ଉପସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତା’ସହ ଲକ୍ଷପତି ଦିଦିରୁ ଏଆଇ ମିଶନ ପର୍ଯନ୍ତ ବିକଶିତ ଭାରତର ନକ୍ସା ରଖିବା ସହ ଆଗାମୀ ଭାରତର ଭାଗ୍ୟ, ଭବିଷ୍ୟତ ନେଇ ଏକ ବିସ୍ତୁତ ଭିଜନର ଅବତାରଣା କରିଛନ୍ତି ରାଷ୍ଟ୍ରପତି।

Advertisment

ଅଭିଭାଷଣ ଆରମ୍ଭରୁ ମହାକୁମ୍ଭ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ କହିଥିଲେ, ଭାରତ ଏବେ ବିଶ୍ୱର ତୃତୀୟ ବଡ଼ ଆର୍ଥିକ ଶକ୍ତି ହେବା ଦିଗରେ ଅଗ୍ରସର। ଆମ ପଡ଼ୋଶୀ ତଥା ବିଶ୍ୱରେ ବିଭିନ୍ନ ଭାଗରେ ଥିବା ଅନେକ ଦେଶ ଏବେ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଅସ୍ଥିରତା ଦେଇ ଗତି କରୁଥିବା ବେଳେ ଭାରତ କିନ୍ତୁ ଅମୃତକାଳ ସ୍ଥିତି ଦେଇ ଗତି କରୁଛି। ଦେଶର ୨୫ କୋଟି ଲୋକଙ୍କୁ ଗରିବୀ ସୀମାରୁ ଉପରକୁ ଉଠାଯାଇ ପାରିଛି। ଦେଶ ଏବେ ମେକ୍‌ ଇନ୍‌ ଇଣ୍ଡିଆରୁ ମେକ ଫର ୱାଲ୍‌ଡ ମୁହାଁ ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଏକ ଉତ୍ସାହଜନକ ପଦକ୍ଷେପ।

ଅଧିକ ପଢ଼ନ୍ତୁ : ରାଷ୍ଟ୍ରପତିଙ୍କୁ ପୁଅର୍ ଲେଡି କହି ବିବାଦରେ ସୋନିଆ ଗାନ୍ଧି

ରାଷ୍ଟ୍ରପତି କହିଛନ୍ତି, ମଧ୍ୟବିତ୍ତ ଯେତେ ବଡ଼ ସ୍ୱପ୍ନ ଦେଖିବ, ଦେଶ ସେତେ ଆଗେଇବ। ମଧ୍ୟବିତ୍ତଙ୍କ ବିକାଶକୁ ଆଖି ଆଗରେ ରଖି ସରକାର କର୍ମଚାରୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ଗଠନ, ଆୟକର ଦାତାଙ୍କ ପାଇଁ ଟିକସ ବ୍ୟବସ୍ଥାରେ ସରଳୀକରଣ, ଶିକ୍ଷା ଓ ରୋଜଗାର ଉପରେ ଗୁରୁତ୍ବ ସାଙ୍ଗକୁ 'ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ ବ୍ୟବସ୍ଥାର ପ୍ରଚଳନ ହୋଇଥିବା ରାଷ୍ଟ୍ରପତି କହିଛନ୍ତି।

Advertisment

ରାଷ୍ଟ୍ରପତିଙ୍କ ବଜେଟ୍‌ ଅଭିଭାଷଣରେ ମହିଳା ଶକ୍ତିର ବିକାଶ ଓ ବିକଶିତ ମହିଳାଙ୍କ ସଳଫତା ପ୍ରସଙ୍ଗରେ ମୋଦି ସରକାର ନେଇଥିବା ପଦକ୍ଷେପର ଲମ୍ବା ତାଲିକା ରଖିଥିଲେ। ସେ କହିଥିଲେ, ଦେଶରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ସରକାରର ଲକ୍ଷ୍ୟ ଓ ଆଗକୁ ଡ୍ରୋନ୍‌ ଦିଦି ପରିକଳ୍ପନା ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରାଯାଉଛି। ସେହିଭଳି AI ଟୁଲ, ଡିଜିଟାଲ ଇଣ୍ଡିଆ, ମହାକାଶ, କ୍ରୀଡ଼ା, ଯୋଗାଯୋଗ ଆଦି ଅନେକ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ସଫଳତା ଉପରେ ମୋହର ଲଗାଇଥିଲେ ରାଷ୍ଟ୍ରପତି।

ଅଧିକ ପଢ଼ନ୍ତୁ :ଯମୁନା ପାଣିକୁ ନେଇ ରାଜନୀତି; ଆପ୍‌ ମୁଖ୍ୟଙ୍କ ଉପରେ ବର୍ଷିଲେ ମୋଦି

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର କହିଛନ୍ତି, ବଜେଟ ଅଧିବେଶନରେ ନିଜର ଅଭିଭାଷଣ ରଖି ଏ ବର୍ଷର ବଜେଟ ନୂଆ ଉର୍ଜା ସହ ଐତିହାସିକ ହେବ। ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତିରେ ବିକଶିତ ଭାରତ ନୂଆ ଉର୍ଜା ଦେଖିବ। ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଏବେ ମିଶନ ମୋଡରେ କାମ କରାଯାଉଛି। ନାରୀ ଶକ୍ତି ସହ ସମସ୍ତଙ୍କ ବିକାଶକୁ ଗୁରୁତ୍ୱ ଦିଆଯାଉଥିରୁ ୨୦୪୭ ସୁଦ୍ଧା ବିକଶିତ ଭାରତ ସଂକଳ୍ପ ପୂରଣ ହେବ ବୋଲି ଆଶା ରଖିଛନ୍ତି ପ୍ରଧାନମନ୍ତ୍ରୀ।

Advertisment
BJP Union Budget President Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ