/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711872772.jpg)
Bharat Ratna
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଡଭାନୀଙ୍କ ଦିଲ୍ଲୀ ସ୍ଥିତ ବାସଭବନକୁ ଯାଇ ତାଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ ।
ଚଳିତ ବର୍ଷ ସରକାର ୫ ଜଣଙ୍କୁ ଭାରତ ରତ୍ନ ପ୍ରଦାନ କରିଛନ୍ତି । ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଏଲକେ ଆଡଭାନୀ, ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ଚୌଧୁରୀ ଚରଣସିଂ, କୃଷି ବୈଜ୍ଞାନିକ ଏମ.ଏସ. ସ୍ୱାମୀନାଥନ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ଏହି ବେସାମରିକ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି ।
Truly an emotional moment... Advani ji truly deserved it.....
Bharat Ratna Lal Krishna Advani 🙏🙏 pic.twitter.com/4pjWDuv8y5
— Mr Sinha (Modi's family) (@MrSinha_) March 31, 2024
ଗତକାଲି ଆଡଭାନୀଙ୍କ ବ୍ୟତିତ ଅନ୍ୟ ସମସ୍ତଙ୍କୁ ରାଷ୍ଟ୍ରପତି ଭବନରେ ଏକ ଉତ୍ସବରେ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ତେବେ ଆଡଭାନୀ ଅସୁସ୍ଥ ଥିବାରୁ ଏହି ଉତ୍ସବରେ ଯୋଗଦେଇପାରି ନଥିଲେ । ଅନ୍ୟପଟେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ପାଇଁ ବାଲୁକା କଳା ।
ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ପ୍ରଦାନ କରାଯିବାକୁ ନେଇ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳା ମାଧ୍ୟମରେ ସେ ଲାଲକୃଷ୍ଣ ଆଡଭାନୀଙ୍କ ପ୍ରତିକୃତି ଅଙ୍କନ କରିଛନ୍ତି ।
Heartily Congratulations to Former deputy Prime Minister and veteran leader Shri Lal Krishna Advani ji for being conferred with Bharat Ratna.#BharatRatna#LKAdvanipic.twitter.com/LGKcYUdTrv
— Sudarsan Pattnaik (@sudarsansand) March 31, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)