President Droupadi Murmu
ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରର ଏକ ସୋ’ ରୁମରୁ ୬ ଖଣ୍ଡ ଶାଢ଼ି ଓ ୬ ଖଣ୍ଡ ସୁଟ୍ ପିସ୍ କିଣିଛନ୍ତି । ପ୍ରେସିଡେଣ୍ଟଙ୍କ ଅଫିସରୁ ଫୋନ୍ ପାଇ ମଙ୍ଗଳବାର ରାତିରେ ସୋ’ ରୁମ୍ ମ୍ୟାନେଜର ଓ ଆଉ ଜଣେ କର୍ମକୃର୍ତ୍ତା ରାଜଭବନରେ ପହଞ୍ଚିଥିଲେ । ପାଖାପାଖି ୩୫ ଖଣ୍ଡ ଶାଢୀ ମଧ୍ୟରୁ ୬ଟି ଶାଢ଼ି ପସନ୍ଦ କରିଥିଲେ ରାଷ୍ଟ୍ରପତି ଓ ତାଙ୍କ ଝିଅ ।
ସୂଚନା ଥାଉକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତିଙ୍କ ଆଜି ଓଡ଼ିଶା ଗସ୍ତର ତୃତୀୟ ତଥା ଶେଷ ଦିନ। ଆଜି ରାଷ୍ଟ୍ରପତି ୧୦ଟି PVTG ବା ନିର୍ଦ୍ଦିଷ୍ଟ ରୂପେ ସଂକଟପ୍ରବଣ ଜନଜାତି ସମୁଦାୟକୁ ଭେଟିଛନ୍ତି। ସେପଟେ ବ୍ରହ୍ମାକୁମାରୀ ଆଶ୍ରମରେ ମଧ୍ୟାହ୍ନ ଭୋଜନ କରିବା ସହ ବ୍ରହ୍ମାକୁମାରୀ କେନ୍ଦ୍ରର ବରିଷ୍ଠ ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690452034.jpg)