Advertisment

୧୦ ରାଜ୍ୟର ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି...

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୧୦ ରାଜ୍ୟ ଓ  କେନ୍ଦ୍ରଶାସିତ ଅଞ୍ଚଳରେ ୯ ଜଣ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
 president droupadi murmu

president droupadi murmu

୧୦ ରାଜ୍ୟରେ ନିଯୁକ୍ତ ହେଲେ ନୂଆ ରାଜ୍ୟପାଳ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୧୦ ରାଜ୍ୟ ଓ  କେନ୍ଦ୍ରଶାସିତ ଅଞ୍ଚଳରେ ୯ ଜଣ ରାଜ୍ୟପାଳଙ୍କୁ ନିଯୁକ୍ତ କରିଛନ୍ତି। ପଞ୍ଜାବ ଓ ଚଣ୍ଡିଗଡ଼ର ନୂଆ ରାଜ୍ୟପାଳ ହୋଇଛନ୍ତି ଗୁଲାବ ଚାନ୍ଦ କଟରିଆ। 

Advertisment

ସେହିଭଳି ରାଜସ୍ଥାନର ନୂଆ ରାଜ୍ୟପାଳ ହେଲେ ହରିଭାଓ କିଷାନରାଓ ବାଗ୍ ଦେ। ଜିଷ୍ଣୁଦେବ ବର୍ମା ତେଲେଙ୍ଗାନାର ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଓମ୍ ପ୍ରକାଶ ମାଥୁର ସିକ୍କିମ ଓ ସନ୍ତୋଷ କୁମାର ଗଙ୍ଗୱାର ଝାଡ଼ଖଣ୍ଡ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି।

ସେପଟେ ଛତିଶଗଡ଼ ରାଜ୍ୟପାଳ ଥିବା ବିଶ୍ବଭୂଷଣ ହରିଚନ୍ଦନଙ୍କ ବଦଳରେ ରାମେନ ଡେକା ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି। ସି.ଏଚ୍. ବିଜୟ ଶଙ୍କର ମେଘାଳୟ ଓ ସିପି ରାଧାକ୍ରିଷ୍ଣନନ୍ ମହାରାଷ୍ଟ୍ରର ରାଜ୍ୟପାଳ ହୋଇଛନ୍ତି। 

Advertisment

ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମ ରାଜ୍ୟପାଳ ସହ ମଣିପୁର ଅତିରକ୍ତି ଦାୟିତ୍ବ ମିଳିଛି। ଅନ୍ୟପକ୍ଷରେ ପଞ୍ଜାବ ରାଜ୍ୟପାଳ ବନୱାରୀଲାଲ୍ ପୁରୋହିତଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ନେଇଛନ୍ତି ରାଷ୍ଟ୍ରପତି।

Governor President Droupadi Murmu
Advertisment
Advertisment