Advertisment

‘ବିଜ୍ଞାନ କ୍ଷେତ୍ରରେ ଭାରତ ପାରଦର୍ଶୀ ହୋଇଥିବା ବେଳେ ସଶକ୍ତ ହୋଇଛନ୍ତି ମହିଳା’

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ‘ଭାରତ ଏବେ ବିଶ୍ୱରେ ଏକ ଆତ୍ମବିଶ୍ୱାସଭରା ରାଷ୍ଟ୍ରରେ ପରିଣତ ହୋଇଛି। ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ଭାରତ।’

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Republic Day 2023: President Murmu Hails India's G20 Presidency

President Droupadi Murmu Addresses Nation On Eve Of Republic Day

ସାରା ଦେଶ ଆଜି ୭୪ ତମ ସାଧାରଣତନ୍ତ୍ର ଦିବସ ପାଳୁଛି। ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ସବୁଠୁ ବଡ଼ ଦିନ। ଦେଶ ମାତୃକା ପାଇଁ ସମସ୍ତଙ୍କ ମନରେ ଗର୍ବ ଓ ଦେଶର ପ୍ରତିଟି ବ୍ୟକ୍ତି କହୁଛନ୍ତି ମୁଁ ଭାରତୀୟ। ଏହା ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଗତକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍‌ବୋଧନ ଦେଇଛନ୍ତି। 

Advertisment

ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ‘ଭାରତ ଏବେ ବିଶ୍ୱରେ ଏକ ଆତ୍ମବିଶ୍ୱାସଭରା ରାଷ୍ଟ୍ରରେ ପରିଣତ ହୋଇଛି। ଏବେ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି ଭାରତ।   ମହାମାରୀ ସାରା ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିଥିଲେ ବି ସକ୍ଷମ ନେତୃତ୍ୱ ଯୋଗୁ ଆମେ ସଙ୍କଟରୁ ଉଦ୍ଧାର ହୋଇପାରିଛୁ।

ଅଧିକ ପଢ଼ନ୍ତୁ: ଦେଶ ପାଳୁଛି ୭୪ ତମ ସାଧାରଣତନ୍ତ୍ର ଦିବସ, ବାଲୁକା କଳାରେ ‘I Love My India’ ଲେଖି ଶୁଭେଚ୍ଛା...

Advertisment

‘ଆତ୍ମନିର୍ଭର ଭାରତ ଅଭିଯାନ ପ୍ରତି ଲୋକଙ୍କ ବିଶେଷ ଉତ୍ସାହ ରହିଛି। ବିଜ୍ଞାନ କ୍ଷେତ୍ରରେ ଭାରତ ଏବେ ପାରଦର୍ଶୀ ହୋଇପାରିଛି। ପ୍ରତି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢ଼ିବା ସହ ସେମାନେ ସଶକ୍ତ ହେଉଛନ୍ତି। ବିକାଶ ଓ ପରିବେଶ ମଧ୍ୟରେ ସନ୍ତୁଳନ ରଖିବା ସହ ପ୍ରକୃତି ପ୍ରତି ସମ୍ମାନ ଭାବ ରଖିବା ନିହାତି ଜରୁରୀ’ ବୋଲି ରାଷ୍ଟ୍ରପତି କହିଛନ୍ତି।

ସେହିପରି ଭାରତକୁ ଗଣତନ୍ତ୍ରର ଜନନୀ ବୋଲି କହିବା ସହ ବିବିଧତା ଭରା ଜନସମୁଦାୟ ଲୋକତନ୍ତ୍ରରେ ଯୋଡ଼ି ହୋଇଛି ବହୁ ଭାଷା। ଏହାହିଁ ଆମ ଲୋକତନ୍ତ୍ରର ସ୍ୱତନ୍ତ୍ରତା ବୋଲି ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ବାର୍ତ୍ତାରେ ଏହା ସନ୍ଦେଶ ଦେଇଛନ୍ତି।

Republic Day President Droupadi Murmu
Advertisment
Advertisment